-+91-9937148622 |

prerana_bgr@rediffmail.com |

  Friday 25th September 2026 |

| | | |

R.N.I. Regd No. ODIODI/2010/46693

Breaking News

ପ୍ରବଳ ବର୍ଷାରେ ରୋଷେଇ ଘର ଭାଙ୍ଗିଲା, ସହାୟତା ପାଇଁ ଗୁହାରି   (25-Sep-2026)       ||      *ଡାବୁଗାଁ ରେଞ୍ଜ ଗିରଲିଗୁଡା ଗ୍ରାମରେ ଭାଲୁ ସୁରକ୍ଷା ଡ୍ୟୁଟି*   (25-Sep-2026)       ||      ଜଳ ଘେରରେ ଥିବା ସାନ ଦହିଭଟା ଓ ବଡ ଦହିଭଟା ପରିଦର୍ଶନ କଲେ ଅତିରିକ୍ତ ସଚିବ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ   (25-Sep-2026)       ||      ରାଜ୍ୟପାଳ ପୁରସ୍କାର ପାଇଁ ବିନିକା ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟର ରେଡକ୍ରସ ବିଭାଗ ମନୋନୀତ   (25-Sep-2026)       ||      ସରକାରୀ ମହିଳା ମହାବିଦ୍ୟାଳୟରେ ବିଶ୍ୱ ଆତ୍ମହତ୍ୟା ନିରୋଧ ସଚେତନତା କାର୍ଯ୍ୟକ୍ରମ   (25-Sep-2026)       ||      ରାଜ୍ୟସ୍ତରୀୟ ସ୍କୁଲ ଗେମ୍ ଟାଏକୋଣ୍ଡୋ ରେ ବଲାଙ୍ଗିର କୁ ୪ଟି ପଦକ   (25-Sep-2026)       ||      ଓଡିଶା ଟି-୨୦ ଲିଗ୍‌ରେ ବଲାଙ୍ଗିର ର ତିନି ଯୁବ କ୍ରିକେଟର ସିଏମ୍ ଟ୍ରଫି ୨୦୨୬ ପାଇଁ ଦିବ୍ୟମ, ଓମ୍‌କାର ଓ ଯୋଗେଶ୍ୱର ମନୋନୀତ   (25-Sep-2026)       ||      ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଡିଏଭି ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ଜଳ ବିଶୋଧନ ପ୍ରକଳ୍ପ ପ୍ରଦାନ    (25-Sep-2026)       ||      ଟିଟିଲାଗଡ଼ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ନମାମି ଭାରତ’ କାର୍ଯ୍ୟକ୍ରମ ଅନୁଷ୍ଠିତ   (25-Sep-2026)       ||      ଛତାମଖନା ଡ୍ୟାମ୍ କ୍ଷତି, ଜଙ୍ଗଲ ନିଆଁ, ପ୍ରବାସୀ ଶ୍ରମିକ ଓ MMDR ସଂଶୋଧନକୁ ନେଇ ସରକାରଙ୍କ ତଥ୍ୟ   (25-Sep-2026)       ||      *ବର୍ଷା ଯୋଗୁଁ ସଲଫ ଗଛ ଘର ଉପରେ ପଡିଲା, ଅଳ୍ପକେ ବର୍ତ୍ତିଲେ ୨ ଭାଇ ଭଉଣୀ*   (25-Sep-2026)       ||      ଯୁବଶକ୍ତି ଜାଗ୍ରତ ହେଲେ, ଏଡ୍‌ସ ମୁକ୍ତ ସମାଜ ଗଢ଼ି ହେବ   (25-Sep-2026)       ||      ଲଗାଣ ବର୍ଷାରେ ଧସିଲା ଜାତୀୟ ରାଜପଥ କଡରେ ଥିବା କା ଏମ ଭି ୭୬ ର ପେଟ୍ରୋଲ ପମ୍ପର ସାଇଡ କାନ୍ଥ    (25-Sep-2026)       ||      ଭାରତ କୋ ଜାନୋ ଏବଂ ରାଷ୍ଟ୍ରୀୟ ସମୂହଗାନ ପ୍ରତିଯୋଗିତା   (25-Sep-2026)       ||      *ନୂଆଁଖାଇ ଭେଟଘାଟ ପାଇଁ କ୍ଷତ୍ରିୟ ଧାକଡ ସମାଜ କୋର କମିଟି ର ପ୍ରସ୍ତୁତି ବୈଠକ*   (25-Sep-2026)       ||      ଫରେଷ୍ଟରଙ୍କ ଆତ୍ମହତ୍ୟାର ଅନ୍ତରାଳେ♦️ ବଲାଙ୍ଗୀର ବନବିଭାଗରେ କୋଟି କୋଟି ହଡପ    (24-Sep-2026)       ||      କୁଟ୍ରୁମାଳି–ସିଜିମାଳି ଅଞ୍ଚଳର ଆଦିବାସୀ ଙ୍କୁ ସୁରକ୍ଷା ଦିଅ ନଚେତ ଦୁର୍ବାର ଆନ୍ଦୋଳନ ହେବ    (24-Sep-2026)       ||      ସରକାରୀ ମହିଳା ମହାବିଦ୍ୟାଳୟରେ ଏନ୍. ଏସ୍. ଏସ୍ ଦିବସ ପାଳିତ   (24-Sep-2026)       ||      ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ ଏନ.ଏସ.ଏସ ଦିବସ ପାଳିତ   (24-Sep-2026)       ||      ବର୍ଷା ଯୋଗୁଁ ଘର ଉପରେ ପଡିଲା ବିରାଟ ତେନ୍ତୁଳି ଗଛ, ଅଳ୍ପକେ ବର୍ତ୍ତିଲେ ଚୈତନ ମାଝୀଙ୍କ ପରିବାର   (24-Sep-2026)       ||     

HOME   ଜିଲ୍ଲା

ବାଲିକୁଦା - ଏରସମାରେ ସତ୍ୟ ସାରଥୀ ମହାନ୍ତିଙ୍କ ସପକ୍ଷରେ ଜନମତ ଜୋରଦାର

27-Apr-2024



ଭୁବନେଶ୍ୱର:  ବାଲିକୁଦା - ଏରସମା ବିଧାନସଭା ନିର୍ବାଚନ ମଣ୍ଡଳୀରେ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ସତ୍ୟ ସାରଥୀ ମହାନ୍ତିଙ୍କର ସପକ୍ଷରେ ଜନମତ କ୍ରମଶଃ ଜୋରଦାର ହେବାରେ ଲାଗିଥିବା ଲକ୍ଷ୍ୟ କରାଯାଉଛି। ବାଲିକୁଦା ବ୍ଲକ ଅନ୍ତର୍ଗତ ସଂଗ୍ରାମପୁର ଗ୍ରାମର ମୂଳବାସିନ୍ଦା ୩୮ ବର୍ଷ ବୟସ୍କ ସତ୍ୟ, ଗାଁ ପୁଅ ହେବା ସାଙ୍ଗକୁ ଖୁବ୍ କମ ବୟସରେ ଜାତୀୟ ରାଜଧାନୀ କ୍ଷେତ୍ରର ଗୁରୁଗ୍ରାମଠାରେ ବ୍ୟାପାର ଜଗତରେ ବେଶ ସୁନାମ ଅର୍ଜନ କରିବା ବିଷୟ ତାଙ୍କ ସପକ୍ଷରେ ଯାଉଛି। ଶ୍ରୀ ମହାନ୍ତିଙ୍କର ଯୁବ ଚେହେରା, ସତେଜ ବ୍ୟକ୍ତିତ୍ଵ, ସ୍ୱଚ୍ଛ ଭାବମୂର୍ତ୍ତି, ସରଳ ପ୍ରକୃତି, ସଚ୍ଚୋଟ ଚରିତ୍ର, କଷ୍ଟ ସହିଷ୍ଣୁ ସ୍ଵଭାବ, ଶୃଙ୍ଖଳିତ ଆଚରଣ, ଭଦ୍ର ବ୍ୟବହାର, ପରୋପକାରୀ ମନୋଭାବ, ଉଦାରମନା ଆଚାର ଏବଂ ସର୍ବୋପରି ଗରିବ - ଗୁରୁବା ପ୍ରେମୀ ଦୃଷ୍ଟିଭଙ୍ଗୀକୁ ସାଧାରଣ ଭୋଟଦାତାମାନେ ବହୁତ ପସନ୍ଦ କରୁଛନ୍ତି। 

ବାଲିକୁଦାର ଏକ ସମ୍ମାନସ୍ପଦ ସମ୍ଭ୍ରାନ୍ତ ପରିବାରର ଯୋଗ୍ୟ ଦାୟଦ ସତ୍ୟଙ୍କର ଜେଜେ ବାପା ସ୍ୱର୍ଗତଃ ପର୍ଶୁରାମ ମହାନ୍ତି ଏହି ଇଲାକାର ପ୍ରସିଦ୍ଧ ସ୍ଵାଧୀନତା ସଂଗ୍ରାମୀ ଏବଂ ମଉସା ବିଶିଷ୍ଟ ଜନନାୟକ ତଥା ଲୋକସଭାର ପୂର୍ବତନ ବାଚ୍ଚସ୍ପତ୍ତି ରବି ରାୟ ଥିଲେ। ନିଜ ପରିବାରର ସୁଦୂର ପ୍ରସାରୀ ଲୋକ ସଂପର୍କ ଏବଂ ସୁବିସ୍ତୀର୍ଣ୍ଣ ଜନସୁନାମକୁ ଆଧାର କରି ସତ୍ୟ, ରାଜନୀତିରେ ତାଙ୍କର ଭାଗ୍ୟ ପରୀକ୍ଷା କରିବାକୁ ଯାଉଛନ୍ତି। ଗାଁ ର ପାଣି, ପବନରେ ବଢ଼ିଥିବାରୁ ଶ୍ରୀ ମହାନ୍ତିଙ୍କର ସ୍ଥାନୀୟ ସମସ୍ୟାବଳୀ ଓ ଏଗୁଡ଼ିକର ସମାଧାନର ସୂତ୍ର ସମ୍ପର୍କରେ ବ୍ୟକ୍ତିଗତ ସ୍ତରରେ ଅନୁଭବ ରହିଛି। 

ବିଦ୍ୟାର୍ଥୀ ଜୀବନରେ ଜଣେ ମେଧାବୀ ଛାତ୍ର ରହି ଆସିଥିବା ସତ୍ୟ, ବେଲବଣ ହାଇସ୍କୁଲ ଏବଂ ବାଲିକୁଦା କଲେଜରେ ଶିକ୍ଷାପ୍ରାପ୍ତି କରିବା ପରେ ବି.କମ୍ ଡିଗ୍ରୀ ଓ ସିଭିଲ ଇଞ୍ଜିନିୟରିଂରେ ଡିପ୍ଲୋମା ସଫଳତାର ସହିତ ହାସଲ କରିଛନ୍ତି। ନିଜର ଯଶଶ୍ଵୀ ପେଶାଦାରୀ କାର୍ଯ୍ୟକାଳ ମଧ୍ୟରେ ଶ୍ରୀ ମହାନ୍ତି ବହୁ ମହତ୍ତ୍ୱପୂର୍ଣ୍ଣ ପଦପଦବୀରେ କାର୍ଯ୍ୟ କରି ତାଙ୍କର ଅସାଧାରଣ ପ୍ରତିଭା ଓ ଅସାମାନ୍ୟ ପାରଦର୍ଶିତା ପ୍ରଦର୍ଶନ କରିବାର ସୌଭାଗ୍ୟ ଲାଭ କରିଛନ୍ତି। ସି. ଏମ୍. ଏସ୍ ଗ୍ରୁପର ପ୍ରଶାସନିକ ଅଧିକାରୀ, ଇଲାଣ୍ଟସ୍ ଟେକ୍ନୋଲୋଜିର ପ୍ରଶାସନିକ ପ୍ରବନ୍ଧକ ଏବଂ ହଟଲ୍ୟାଣ୍ଡ ବେସ୍ ଓ ଜେ.କେ. ଆସୋସିଏଟସ୍ ଆଦି ରିଏଲ ଇଷ୍ଟେଟ ସଂସ୍ଥାର ନିର୍ଦ୍ଦେଶକ ଭାବରେ ଶ୍ରୀ ମହାନ୍ତି, ତାଙ୍କର ଅନନ୍ୟ କାର୍ଯ୍ୟଦକ୍ଷତା ପାଇଁ ଯଥେଷ୍ଟ ସୁଖ୍ୟାତି ଅର୍ଜନ କରିଛନ୍ତି। ୪୫୦ ଟି ପରିବାରକୁ ପୂର୍ଣ୍ଣକାଳୀନ ନିଯୁକ୍ତି ସୁଯୋଗର ଉପଲବ୍ଧ କରାଇଥିବା ଶ୍ରୀ ମହାନ୍ତି କୋଭିଡ୍ ମହାମାରୀ କାଳରେ ମଧ୍ୟ  ଏହି ପରିବାର ଗୁଡ଼ିକର ଭରଣପୋଷଣକୁ ଜାରୀ ରଖି ସାଧାରଣରେ ଉଚ୍ଚ ପ୍ରଶଂସିତ ହୋଇଛନ୍ତି। ସତ୍ୟଙ୍କର ଗଗନଚୁମ୍ୱୀ ସଫଳତା ତାଙ୍କୁ ନୂତନ ପିଢୀର ଜଣେ ପ୍ରଗତିଶୀଳ, ସକାରାତ୍ମକ ଏବଂ ବାସ୍ତବଧର୍ମୀ ଶିଳ୍ପୋଦ୍ୟୋଗୀ ଭାବରେ ପ୍ରତିଷ୍ଠିତ କରାଇଛି। 

୨୦୦୭ ମସିହାରେ ଶ୍ରୀ ମହାନ୍ତି ହରିୟାଣା ଠାରେ ବିଜେପିରେ ଯୋଗ ଦେଇଥିଲେ। ସେବେଠାରୁ ସେ ଦଳର ନୀତି, ଆଦର୍ଶ ଓ କାର୍ଯ୍ୟକ୍ରମଗୁଡ଼ିକୁ ପ୍ରଚାର, ପ୍ରସାର କରିବାରେ ଲାଗିଛନ୍ତି। ଶ୍ରୀ ମହାନ୍ତିଙ୍କର ସକ୍ରୀୟ ଓ ସୁଦକ୍ଷ ନେତୃତ୍ୱ ଯୋଗୁଁ  ବାଲିକୁଦା - ଏରସମାରେ ବିଜେପିର ସଂଗଠନ ସୁଦୃଢ଼ ହେଉଥିବାର ଲକ୍ଷ୍ୟ କରାଯାଉଛି। ଦଳ ପ୍ରତି ତାଙ୍କର ପ୍ରତିବଦ୍ଧତା ଏବଂ ଆନୁଗତ୍ୟ ତଥା ଜନତା ଜନାର୍ଦ୍ଦନଙ୍କର ସମୂହ କଲ୍ୟାଣ ପାଇଁ ଉତ୍ସର୍ଗୀକୃତ ସାଧନା, ସତ୍ୟଙ୍କୁ ଏହି ଅଞ୍ଚଳର ଆଶା ଭରସାର ଆଲୋକବର୍ତ୍ତିକା ଭାବେ ଉଭା କରିସାରିଛି। 

ରାଜନୈତିକ ପର୍ଯ୍ୟବେକ୍ଷକ ମାନଙ୍କର ଆକଳନ ଅନୁଯାୟୀ ଯୁବ, ଶିକ୍ଷିତ, ମହିଳା, ଚାଷୀ ଏବଂ ଗରିବ ଗୁରୁବା ଭୋଟ ଦାତା ମାନଙ୍କର ପ୍ରଚଣ୍ଡ ଆସ୍ଥା ଏବଂ ପ୍ରଚୁର ଆଶୀର୍ବାଦ ବଳରେ ବାଲିକୁଦା - ଏରସମା ଆସନରେ ସତ୍ୟସାରଥୀ ମହାନ୍ତି, ତାଙ୍କ ଜୀବନର ପ୍ରଥମ ନିର୍ବାଚନୀ ସଂଗ୍ରାମରେ ଜିତାପଟ ହାସଲ କରିବାର ସମ୍ଭାବନା ଦିନକୁ ଦିନ ଉଜ୍ଜଳରୁ ଉଜ୍ଜ୍ଵଳତର ହେବାରେ ଲାଗିଛି।


News Comment




Photo in News

Advertisment
Lastest News
  ଜିଲ୍ଲା  
ପ୍ରବଳ ବର୍ଷାରେ ରୋଷେଇ ଘର ଭାଙ୍ଗିଲା, ସହାୟତା ପାଇଁ ଗୁହାରି   25-Sep-2026
  ଜିଲ୍ଲା  
*ଡାବୁଗାଁ ରେଞ୍ଜ ଗିରଲିଗୁଡା ଗ୍ରାମରେ ଭାଲୁ ସୁରକ୍ଷା ଡ୍ୟୁଟି*   25-Sep-2026
  ଜିଲ୍ଲା  
ଜଳ ଘେରରେ ଥିବା ସାନ ଦହିଭଟା ଓ ବଡ ଦହିଭଟା ପରିଦର୍ଶନ କଲେ ଅତିରିକ୍ତ ସଚିବ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ   25-Sep-2026
  ଜିଲ୍ଲା  
ରାଜ୍ୟପାଳ ପୁରସ୍କାର ପାଇଁ ବିନିକା ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟର ରେଡକ୍ରସ ବିଭାଗ ମନୋନୀତ   25-Sep-2026
  ଜିଲ୍ଲା  
ସରକାରୀ ମହିଳା ମହାବିଦ୍ୟାଳୟରେ ବିଶ୍ୱ ଆତ୍ମହତ୍ୟା ନିରୋଧ ସଚେତନତା କାର୍ଯ୍ୟକ୍ରମ   25-Sep-2026
  ଜିଲ୍ଲା  
ରାଜ୍ୟସ୍ତରୀୟ ସ୍କୁଲ ଗେମ୍ ଟାଏକୋଣ୍ଡୋ ରେ ବଲାଙ୍ଗିର କୁ ୪ଟି ପଦକ   25-Sep-2026
  ଜିଲ୍ଲା  
ଓଡିଶା ଟି-୨୦ ଲିଗ୍‌ରେ ବଲାଙ୍ଗିର ର ତିନି ଯୁବ କ୍ରିକେଟର ସିଏମ୍ ଟ୍ରଫି ୨୦୨୬ ପାଇଁ ଦିବ୍ୟମ, ଓମ୍‌କାର ଓ ଯୋଗେଶ୍ୱର ମନୋନୀତ   25-Sep-2026
  ଜିଲ୍ଲା  
ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଡିଏଭି ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ଜଳ ବିଶୋଧନ ପ୍ରକଳ୍ପ ପ୍ରଦାନ   25-Sep-2026
  ଜିଲ୍ଲା  
ଟିଟିଲାଗଡ଼ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ନମାମି ଭାରତ’ କାର୍ଯ୍ୟକ୍ରମ ଅନୁଷ୍ଠିତ   25-Sep-2026
  ରାଜନୀତି  
ଛତାମଖନା ଡ୍ୟାମ୍ କ୍ଷତି, ଜଙ୍ଗଲ ନିଆଁ, ପ୍ରବାସୀ ଶ୍ରମିକ ଓ MMDR ସଂଶୋଧନକୁ ନେଇ ସରକାରଙ୍କ ତଥ୍ୟ   25-Sep-2026
  ଜିଲ୍ଲା  
*ବର୍ଷା ଯୋଗୁଁ ସଲଫ ଗଛ ଘର ଉପରେ ପଡିଲା, ଅଳ୍ପକେ ବର୍ତ୍ତିଲେ ୨ ଭାଇ ଭଉଣୀ*   25-Sep-2026
  ଜିଲ୍ଲା  
ଯୁବଶକ୍ତି ଜାଗ୍ରତ ହେଲେ, ଏଡ୍‌ସ ମୁକ୍ତ ସମାଜ ଗଢ଼ି ହେବ   25-Sep-2026

You Might Also Like