-+91-9937148622 |
prerana_bgr@rediffmail.com |
Sunday 27th September 2026 |
R.N.I. Regd No. ODIODI/2010/46693
Breaking News
26-Apr-2024
ନବରଙ୍ଗପୁର (ମିହିର ଶଙ୍କର ପାତ୍ର,)ବିଜେଡି ନେତା କାର୍ତିକେୟନ ପାଂଡିଆନ ଆଜି ମଧ୍ୟ ଦକ୍ଷିଣ ଓଡ଼ିଶାରେ ପ୍ରଚାର ଅଭିଯାନ ଜାରି ରହିଛନ୍ତି । ଆଜି ନବରଙ୍ଗପୁର ଲୋକସଭା ନିର୍ବାଚନ ମଣ୍ଡଳି ଅନ୍ତର୍ଗତ ଉମରକୋଟ, ଝରିଗାଁ, ଡାବୁଗାଁ ଓ ନବରଙ୍ଗପୁର ନିର୍ବାଚନ ମଣ୍ଡଳିର ପାପଡ଼ାହାଣ୍ଡିରେ ପାଣ୍ଡିଆନଙ୍କ ପ୍ରଚାର କାର୍ଯ୍ୟକ୍ରମ ରହିଛି । ଏହି ଅବସଷରେ ପ୍ରଥମେ ଉମରକଟ ଏଵଂ ପରେ ମଇଦଲପୁର କଲେଜ ପଡିଆ ପରିସରରେ ହେଉଥିବା ନିର୍ବାଚନୀ ସଭାରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଯୋଗ ଦେଲେ 5T ସଚିବ ଭି. କେ ପାଣ୍ଡିଆନ୍। ଉକ୍ତ ନିର୍ବାଚନୀ ସଭାରେ ନବରଙ୍ଗପୁର ବିଜେଡି ସାଂସଦ ପ୍ରାର୍ଥୀ ଓ ବିଧାୟକ ପ୍ରାର୍ଥୀ ଯୋଗ ଦେଇ ବିଜେଡ଼ି ସପକ୍ଷରେ ଭୋଟ ଭିକ୍ଷା କାର୍ଯ୍ୟକ୍ରମ ଅନୁଷ୍ଠିତ ହେଲା।ପ୍ରଚାର ସଭାରେ ହଜାର ହଜାର ଲୋକଙ୍କ ସମାଗମ ଦେଖିବାକୁ ମିଳୁଛି lମଇଦଲପୁର ଆଜି ଲୋକାରଣ୍ୟ ହଇ ପଡିଛି l ସଭାରେ ଯୋଗଦେଇ 5t ସଚିବ ବିଜେଡି ସୁପ୍ରିମ ନବୀନ ପଟ୍ଟନାୟକ ଙ୍କ ବିଭିନ୍ନ ଜନହିତକର ଯୋଜନା ବିଷୟରେ ସିଧା ସଳଖ ଅଳଚନ କରିଥିଲେ