-+91-9937148622 |
prerana_bgr@rediffmail.com |
Sunday 27th September 2026 |
R.N.I. Regd No. ODIODI/2010/46693
Breaking News
25-Apr-2024
ବଲାଙ୍ଗିର, ବଲାଙ୍ଗୀର ବ୍ଳକ୍ ଅନ୍ତର୍ଗତ ବିଡିଘାଟ ପଞ୍ଚାୟତ ରେ ବିଜୁ ଯୁବ-ଛାତ୍ର ଜନତାଦଳ ର ଏକ ବିରାଟ ସଭା ହୋଇଥିଲା।ଆଖପାଖ ରୁ ଶତାଧିକ ଯୁବ-ଛାତ୍ର ,ବିଜେଡି କର୍ମି ଓ ଜନସାଧାରଣ ଉପସ୍ଥିତ ଥିଲେ।ଏହି କାର୍ଯ୍ୟକ୍ରମରେ ବିଜୁ ଯୁବ ରାଜ୍ୟ ସଂପାଦକ ଗୁଞ୍ଜ ଖାନ୍ ବଲାଂଗୀର ଛାତ୍ର ସଭାପତି ସୁମନ ନନ୍ଦ, ଯୁବ ବିଜେଡି ସଭାପତି ରାଜେନ୍ଦ୍ର ପ୍ରସାଦ ହୋତା,ଵିଜୁ ଛାତ୍ର ଦଳର ସରକାରୀ ଯୋଜନା ରୁ ପାଉଥିବା ଲାଭ ଓ ଛାତ୍ର ଛାତ୍ରୀକଂର ଶିକ୍ଷା ଉପରେ ଅଭିଭାଷଣ ରଖିଥିଲେ ଓ ନବୀନ ସରକାର କଂ ହାତକୁ ଟାଣ କରିବା ପାଈଁ କହିଥିଲେ । ଉକ୍ତ ସଭାରେ ବରିଷ୍ଠ ବିଜେଡି ନେତା କୈଳାଶ ମହାନ୍ତି, ପୂର୍ବତନ ଅଧ୍ୟକ୍ଷ ଗୋଲାପ ବାଗ, ପ୍ରଦ୍ୟୁମ୍ନ ହୋତା,ପୂର୍ବତନ ଲୋଇସିଂହା ଵିଧାୟକ ପ୍ରାଥି ପାଣ୍ଡବ କୁମ୍ଭାର, ନରେନ୍ଦ୍ର ସୁନା ଉପସ୍ଥିତ ହୋଇ ସରକାରୀ ଯୋଜନା ରୁ ଲୋକେ ପାଉଥିବା ଲାଭ ବିଷୟରେ କହି କଲିକେଶ ଏବଂ ସୁରେନ୍ଦ୍ର ସିଂଭୋଇ ପାଇଁ ଭୋଟ ଭିକ୍ଷା କରିଥିଲେ।
କଲିକେଶ ସିଂହଦେଓ ତାଂକ ଭାଷଣରେ ଉପସ୍ଥିତ ଯୁବ-ଛାତ୍ର ଓ ଜନସାଧାରଣ କୁ ଉଦବୋଧନ ଦେବା ସମୟରେ କଂଗ୍ରେସ ପ୍ରାର୍ଥୀ ପଚାରିଥିବା ହାଉସିଂବୋର୍ଡ ର ଅଧ୍ୟକ୍ଷ ରୂପେ ନିଯୁକ୍ତ ହୋଇ ବଲାଂଗିର ପାଇଁ କଣ କରିଛନ୍ତି ର ଉତ୍ତର ରେ କହିଥିଲେ ଯେ ଯେଉଁମାନେ ଦିର୍ଘ ଦିନ ପୂର୍ବରୁ ସରକାର ପାଖରୁ କମ ମୂଲ୍ୟରେ କିଣିଥିବା ଡିହ ବା ଜମି ପଟ୍ଟା ପାର୍ଚା ପାଇନଥିଲେ ସେଥି ମଧ୍ୟରେ ପ୍ରାୟ ବଲାଙ୍ଗୀର ର ତିନିଶହ ରୁ ଉର୍ଦ୍ଧ୍ବ ହେବେ ମୁଁ ହାଉସିଂଵାର୍ଡ ରେ ରହିଲା ପରଠୁ ସରକାର ପାଖରେ ସେ ଅସୁବିଧା ଵିଷୟରେ ଅବଗତ କରାଇ ସମସ୍ତ କୁଂ ପଟ୍ଟା ପାର୍ଚା ପାଇବାରେ ସହାୟକ ହେଲି ଓ ମିଶ୍ର ପରିବାର ଵି ସେଥିରେ ଉପକୃତ ହୋଇଛନ୍ତି ବୋଲି ଉତ୍ତର ରଖିଥିଲେ।
ମୁଈ ବଲାଙ୍ଗିରିଆ କୁ ନେଇ ମଧ୍ୟ ନିଶାନା କରିଥିଲେ ବିରୋଧିକୁ। ମୁଁ ବଲାଂଗୀର ନାହିଁ ଵୋଲି ପ୍ରଚାର କରୁଛନ୍ତି, ଆମେ ଆମର ପରିବାର ସବୁବେଳେ ବଲାଙ୍ଗୀର କାହିଁକିନା ଯଦି ଆମେ ବଲାଙ୍ଗୀର ନୋହୁ ତା ହେଲେ ରାଜେନ୍ଦ୍ର କଲେଜ ଓ ପଡିଆ ପିଆର ହାଇସ୍କୁଲ ଓ ପଡିଆ , ରାଜେନ୍ଦ୍ର ପାର୍କ,ରାଣି ବନ୍ଧ ଏହି ସଵୁ କଣ ଆମ ବିକାଶ ପାଈଁ କରିଥିଲୁ ସେଥିରେ ସମସ୍ତ ବଲାଂଗୀର ସହର ଓ ତାଂକ ପରିବାର ପଢ଼ିଛନ୍ତି , ଖେଳିଛନ୍ତି,ଗାଧେଇଛନ୍ତି ସେ ସଵୁକୁ ଭୁଲି ଯାଉଛନ୍ତି କେମିତି ମୋତେ ଉତ୍ତର ଦେବେକି? ଵୋଲି ପ୍ରଶ୍ନ କରିଛନ୍ତି।
ସଭା ଶେଷ ବେଲକୁ ସୁକତେଲ ନଦୀ ଉପରେ ହୋଇଥିବା ଡେମ ଓ ପାଣି ପାଇବା ଶିଘ୍ର ବୋଲି କହିଥିବା ବେଳେ ଆହୁରି ନଅଗୋଟି ପଞ୍ଚାୟତ ରେ ପାଣି ପାଇବା ପାଇଁ ଚେଷ୍ଠା ଚାଲିଛି ଵୋଲି କହିଥିଲେ। ସୁକତେଳ ଅଞ୍ଚଳ ରେ ରୋଜଗାର ହରାଇଥିବା ଶିକ୍ଷିତ ଯୁବକ ଯୁଵତି ପାଇଁ ସମାଜସେବୀ ବିବେକ ପ୍ରଧାନ ଓ ସାଥି ଅନୂରୋଧ କ୍ରମେ ସେହି ସୁକତେଲ ପାର୍ଶ୍ଵ ରେ ଥିବା ପଡିଆ ଜମି ସରକାର ଠୁ ଅଧିଗ୍ରହଣ କରି ଇଣ୍ଡଷ୍ଟ୍ରି ବସାଇବା ପାଇଁ ମୁଁ ଵଧ୍ୟ ପରିକର ବୋଲି କହି ଵିଜେଡି କୁ ଦୁଇଟି ଭୋଟ ଦେବା ପାଇଁ କହିଥିଲେ ।
ଓ ନବୀନ ସରକାରଙ୍କ ହାତମୁଠା କୁ ଟାଣ କରିବା ପାଈଁ କର୍ମି ମାନଂକୁ କହିଥିଲେ।