-+91-9937148622 |
prerana_bgr@rediffmail.com |
Sunday 10th May 2026 |
R.N.I. Regd No. ODIODI/2010/46693
Breaking News
25-Apr-2024
ବଲାଙ୍ଗୀର,:ନିର୍ବାଚନ ତାରିଖ ଯେତେ ପାଖେଇ ଆସୁଛି ରାଜନୈତିକଦଳର ପ୍ରଚାର ସେତେ ପ୍ରଖର ହେଉଛି । ବଲାଙ୍ଗୀର ସଦରଆସନରେ ରାଜନୈତିକଦଳଗୁଡିକ ପ୍ରଚାରରେ ଭିନ୍ନ ଭିନ୍ନ ତରିକା ଉପଯୋଗ କରୁଛନ୍ତି । ବିଜେଡିଦଳର ଭେଟେରାନ ନେତା ପୂର୍ବତନ ମନ୍ତ୍ରୀ ପ୍ରଚାରରେ ଖୁବସକ୍ରୀୟ ରହିଛନ୍ତି । ବଲାଙ୍ଗୀର ସହରର ବିଭିନ୍ନ ବର୍ଗର ଲୋକଙ୍କୁ ଭେଟି ବିଜେଡିଦଳରୁ ର୍ପ୍ରାର୍ôଥ ହୋଇଥିବା ତାଙ୍କ ପୁଅ କଳିକେଶନାରାୟଣ ସିଂଦେଓଙ୍କ ପାଇଁ ଭୋଟଭିକ୍ଷା କରୁଛନ୍ତି । ବୁଧବାର ସଂଧ୍ୟାରେ ବଲାଙ୍ଗୀର ସହରର ସାଗରପଡା, ରୁଗୁଡିପଡା,ନାଳଖଣ୍ଡିପଡାକୁ ଗସ୍ତ କରି ଲୋକଙ୍କୁ ବିଜେଡିସପକ୍ଷରେ ଭୋଟ ଦେବାକୁ ନିବେଦନ କରିଥିଲେ । ପରେ ରୁଗୁଡିପଡା ମାଛବଜାରସ୍ଥିତ ସେରସୁଆଁଗୁଡିରେ ପହଞ୍ଚି ଉପସ୍ଥିତ ଲୋକଙ୍କ ସହିତ ଆଲୋଚନା କରିଛନ୍ତି । ସେଠାରେ ତାଙ୍କର ସହଯୋଗୀ ଓ ଶୁଭେଚ୍ଛୁଙ୍କ ସାଙ୍ଗରେ ଚା ପିଇବା ସହ ସମସ୍ତଙ୍କୁ ପୁସିଂକାର୍ଡଦେଇ ଶଙ୍ଖଚିହ୍ନରେ ଭୋଟଦେବାକୁ କହିଛନ୍ତି । ପ୍ରକାଶ୍ୟ ଯେ,ସେରସୁଆଁଗୁଡି ଠାରେ ଥିବା ରାହୁଲ ଚା ଦୋକାନରେ ସକାଳେ ସଂଧ୍ୟାସମୟରେ ବହୁତ ପରିମାଣରେ ଲୋକଙ୍କ ଭିଡ ଜମିଥାଏ । ବିଭିନ୍ନ ବର୍ଗର ଲୋକ ଯଥା-ସରକାରୀ ଚାକିରିଆ, ସାମ୍ବାଦିକ, ଠିକାଦାର, ବୀମା ଏଜେଣ୍ଟ, ଆୟୁର୍ବେଦିକ କଲେଜର ଛାତ୍ରଛାତ୍ରୀ,ବ୍ୟାଙ୍କକର୍ମଚାରୀ ଇତ୍ୟାଦି ଶତାଧିକ ସଂଖ୍ୟାରେ ଜମା ହୋଇଥାନ୍ତି ଓ ବଲାଙ୍ଗୀରର ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଥାଏ । ସେହିକ୍ରମରେ ଅନଙ୍ଗଉଦୟଙ୍କ ଚାଖଟିରେ ଚା ପିଆ ଓ ଆଲୋଚନାକୁ ନେଇ ଚର୍ଚ୍ଚା ଯୋରଧରିଛି । ଅନଙ୍ଗଉଦୟଙ୍କ ସହିତ ଏହି ପ୍ରଚାରରେ ବିଜେଡିର ଜିଲ୍ଲା କାର୍ଯ୍ୟକାରୀ ସଭାପତି ଅଶୋକ ମହାନ୍ତି,ରାଜ୍ୟ ସାଧାରଣ ସଂପାଦକ ପ୍ରଭାସ ପାଣିଗ୍ରାହୀ, ଏଡଭୋକେଟ ସତ୍ୟନାରାୟଣ ନାୟକ,ଶିବ ବେହେରା, ସୁମିତ ପୁରୋହିତ, ବିନୁ ଶତପଥି ପ୍ରମୁଖଙ୍କ ସହିତ ୫୦ରୁ ଉର୍ଦ୍ଧ୍ୱକର୍ମି ସାମିଲ ଥିଲେ । ଆଲୋଚନାକାଳରେ ବରିଷ୍ଠନାଗରିକ ଗଗନ ମହାନ୍ତି ବଲାଙ୍ଗୀରରେ ଆରଡିସି କାର୍ଯ୍ୟାଳୟ ଖୋଲିବାକୁ ସରକାର ପଦକ୍ଷେପ ନେଉ ବୋଲି ଅନଙ୍ଗଙ୍କଠାରେ ଦାବି କରିଥିଲେ । ଚଳିତଥର ମୁଖ୍ୟମନ୍ତ୍ରୀ ବଲାଙ୍ଗୀର ଜିଲ୍ଲାରୁ ପ୍ରାର୍ଥି ହେଉଛନ୍ତି ତେଣୁ ବଡବଡ ପ୍ରକଲ୍ପ ନିଶ୍ଚୟ ଅସସିବ ବୋଲି ଅନଙ୍ଗ କହିଥିଲେ ।