-+91-9937148622 |
prerana_bgr@rediffmail.com |
Sunday 10th May 2026 |
R.N.I. Regd No. ODIODI/2010/46693
Breaking News
25-Apr-2024
ଡୁଙ୍ଗୁରିପାଲି-ତା.୨୫/୨୪(ପ୍ରେରଣା ଖବର)ବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ମାୟାବର୍ହା ହାଇସ୍କୁଲ ରେ ଅଂଶୁଘାତ ସଚେତନତା କର୍ମଶାଳା ପ୍ରଧାନଶିକ୍ଷକ ରବିଚନ୍ଦ୍ର ପଶାୟତ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଯାଇଛି। ବରିଷ୍ଠ ଶିକ୍ଷକ ଦୀନବନ୍ଧୁ ପ୍ରଧାନ ସ୍ବାଗତ ଅଭିଭାଷଣ ଦେବା ସହିତ ପିପିଟି ମୋଡ ରେ ଛାତ୍ରଛାତ୍ରୀ ମାନଙ୍କୁ ଅଂଶୁଘାତ ର କାରଣ, ନିରାକରଣ ଓ ପୂର୍ବ ପ୍ରସ୍ତୁତି ବିଷୟରେ ସୂଚନା ପ୍ରଦାନକରିଥିଲେ । ଜୁନିୟର ରେଡ଼କ୍ରସ ର ଜୁନିୟର ଓ ଶହୀଦ ଭଗତ ସିଂହ ସ୍କାଉଟ ଟ୍ରୁପ ର ପିଲାମାନେ ଡେମୋନୋଷ୍ଟ୍ରେସନ ମାଧ୍ୟମରେ ବିଭିନ୍ନ କୌଶଳ ପ୍ରଦର୍ଶନ କରିଥିଲେ ।
କାର୍ଯ୍ୟକ୍ରମକୁ ନବମ ଶ୍ରେଣୀର ଛାତ୍ରୀ ଜନନିକା ନାଏକ ସଂଯୋଜନା କରିଥିଲେ । ଜୁନିୟର ରେଡ କ୍ରସ ର ସ୍ବେଚ୍ଛାସେବୀ ଲିପ୍ସା ଯୁଆଡି, ଅର୍ଚ୍ଚିତା ପଧାନ, ଶୁଭଶ୍ରୀ ବରିହା, ସ୍କାଉଟ ସୁଜିତ୍ ସାହୁ, ରୋଶନ୍ ପ୍ରମୁଖ କାର୍ଯକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ହିନ୍ଦୀ ଶିକ୍ଷକ ନନ୍ଦିଘୋଷ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ।