-+91-9937148622 |
prerana_bgr@rediffmail.com |
Sunday 27th September 2026 |
R.N.I. Regd No. ODIODI/2010/46693
Breaking News
25-Apr-2024
ବୀରମହାରାଜପୁର, (ବିନୋଦ ପାଣ୍ଡେ ) : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ମୁଖ୍ୟ ଛକ ଠାରେ ଥିବା ହାଇମାଷ୍ଟ ଲାଇଟ ଅଚଳ ଅବସ୍ଥାରେ ପଡ଼ିରହିଛି। ଉକ୍ତ ଛକ ଦେଇ ସଦାସର୍ବଦା ବିଭିନ୍ନ ଯାନବାହାନ ଚଳାଚଳ କରିଥାଏ। ଏଠାରେ ମଧ୍ୟ ରାତ୍ରୀ ପର୍ଯ୍ୟନ୍ତ ଅନେକ ଯାତ୍ରୀ ଦୁର ସ୍ଥାନକୁ ଯିବା ପାଇଁ ବସ କୁ ଅପେକ୍ଷା କରିଥାନ୍ତି। ବିଶେଷ କରି ସନ୍ଧ୍ୟା ସମୟରେ ଛାତ୍ର ଛାତ୍ରୀ ମାନେ ତଥା ଜନସାଧାରଣ ଅନ୍ଧାର ଯୋଗୁଁ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ ହେଉଛି। ଉକ୍ତ ଛକ ଦେଇ ଅନେକ ସମୟରେ ବିଭାଗ ଅଧିକାରୀ ଓ ସ୍ଥାନୀୟ ପ୍ରଶାସନ ଯାଉଥିଲେ ମଧ୍ୟ ଏଥି ପ୍ରତି କାହାର ଦୃଷ୍ଟି ପଡୁନଥିବା ମନେ ହେଉଛି। ଜିଲ୍ଲା ପ୍ରଶାସନ ଓ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେଇ ବିହିତ ପଦକ୍ଷେପ ନେବାକୁ ଦାବି ହେଉଛି।