-+91-9937148622 |
prerana_bgr@rediffmail.com |
Monday 11th May 2026 |
R.N.I. Regd No. ODIODI/2010/46693
Breaking News
06-Oct-2020
ଓଲିଉଡ୍ ଅଭିନେତା ସବ୍ୟସଚୀ ମିଶ୍ରଙ୍କର ଆଜି ଜନ୍ମଦିନ। ୧୯୮୫ ମସିହା ଅକ୍ଟୋବର ୬ତାରିଖରେ ତାଙ୍କର ଜନ୍ମ ହୋଇଥିଲା। ଓଡିଆ, ବେଙ୍ଗଲୀ ଏବଂ ତେଲୁଗୁ ଫିଲ୍ମରେ ସବ୍ୟସଚୀ ଅଭିନୟ କରିଛନ୍ତି। ୨୦୦୭ରେ ରିଲିଜ୍ ହୋଇଥିବା ଫିଲ୍ମ ‘ପାଗଳ ପ୍ରେମୀ’ ମାଧ୍ୟମରେ ସେ ଓଲିଉଡ୍ରେ ଡେବ୍ୟୁ କରିଥିଲେ। ତା ପୂର୍ବରୁ ସବ୍ୟ ଆଲବମ୍ ଜଗତର ଜଣେ ଲୋକପ୍ରିୟ ଚେହେରା ଥିଲେ। ଅନେକ ହିଟ୍ ଆଲବମ୍ ଦେଇ ସେ ସମୟରେ ଢେର୍ ପ୍ରଶଂସା ସାଉଁଟୁଥିଲେ ସବ୍ୟ!
ତେବେ ସବ୍ୟସଚୀ କେବଳ ଭଲ ଅଭିନୟ କରନ୍ତି ନାହିଁ, ସେ ଭଲ ଗୀତ ମଧ୍ୟ ଗାଆନ୍ତି। ଆପଣ ବୋଧହୁଏ ଜାଣିନଥିବେ ତାଙ୍କ ଅଭିନୀତ ‘ପିଲାଟା ବିଗିଡ଼ିଗଲା’ ଚଳଚ୍ଚିତ୍ରର ଟାଇଟଲ୍ ଗୀତଟି ସେ ହିଁ ଗାଇଛନ୍ତି। ବ୍ୟକ୍ତିଗଜ ଜୀବନ ବିଷୟରେ କହିଲେ, ସବ୍ୟଙ୍କ ବାପା ସୁରେନ୍ଦ୍ର ପ୍ରସାଦ ମିଶ୍ର ଜଣେ ଆଇଏସ୍ ଅଫିସର ଓ ମାଆ ସୁଷମା ମିଶ୍ର ଜଣେ ଲେଖିକା। ସବ୍ୟଙ୍କ ଭାଇ ସୈମ୍ୟକାନ୍ତ ମିଶ୍ର ଜଣେ ଟେଲିକମ୍ ଇଞ୍ଜିନିୟର। ସବ୍ୟଙ୍କୁ ସ୍ନେହରେ ଘର ଲୋକ ବୁଟୁଲା ଡାକନ୍ତି!!
ପାଗଳ ପ୍ରେମୀ’, ‘ମୁଁ ସପନର ସୌଦାଗର’, ‘ପାଗଳ କରିଛି ପାଉଁଜି ତୋର’, , ‘ ତୁ ମୋ ପାଇଁ’, ‘କୋଉ ଦୁନିଆରୁ ଆସିଲ ବନ୍ଧୁ’, , ‘ଦୋସ୍ତି’, , ‘ଚାନ୍ଦିନୀ ଆଇ ଲଭ୍ ୟୁ’, ଆଦି ଫିଲ୍ମରେ କାମ କରିଛନ୍ତି ସବ୍ୟ। ଫିଲ୍ମ ‘ମୁଁ ଏକା ତୁମର’ ପାଇଁ ଫିଲ୍ମ ଫେୟାର ଆୱାର୍ଡ, ‘ଏମିତି ବି ପ୍ରେମ ହୁଏ’ ପାଇଁ ଓଡ଼ିଶା ଷ୍ଟେଟ୍ ଫିଲ୍ମ ଆୱାର୍ଡ ପାଇଛନ୍ତି ସବ୍ୟ!!*