-+91-9937148622 |
prerana_bgr@rediffmail.com |
Monday 11th May 2026 |
R.N.I. Regd No. ODIODI/2010/46693
Breaking News
06-Oct-2020
ବାଲେଶ୍ୱର, 05/10- ବାଲେଶ୍ୱର ଜିଲ୍ଲା ସୋର ରେଳ ଷ୍ଟେସନରେ ଗତ ରାତିରେ ଏକ ଅଘଟଣ ଘଟିଯାଇଛି। ଗତ ରାତି ପ୍ରାୟ ୧୦ଟା ବେଳେ ଏକ ମାଲଗାଡ଼ି ଷ୍ଟେସନ ଅତିକ୍ରମ କରିବା ବେଳେ ଫୁଟ ଓଭରବ୍ରିଜ୍ ଭାଙ୍ଗିଯାଇଥିଲା । ଏହାସହ ୩ଟି ସିଗନାଲ ପୋଲ୍ ମଧ୍ୟ ଭାଙ୍ଗିଯାଇଛି! ଘଟଣାସ୍ଥଳରେ ରେଲେଓ୍ୱ କର୍ତ୍ତୃପକ୍ଷ ପହଞ୍ଚି ଏହାର ତଦନ୍ତ କରିଛନ୍ତି । ଓଭରବ୍ରିଜରେ ମାଲଗାଡ଼ିର କିଛି ଅଂଶ ବାଜିବାରୁ ଏହା ଭାଙ୍ଗିଯାଇଥିବା ସନ୍ଦେହ କରାଯାଉଛି । ବ୍ରିଜ୍ ଭାଙ୍ଗି ଏହାର ଭଗ୍ନାବଶେଷ ଧାରଣାରେ ପଡ଼ିଥିବାରୁ ଅପ୍ଲାଇନ୍ରେ ଗାଡ଼ି ଚଳାଚଳ ବନ୍ଦ ରହିଛି । ତେବେ ଏହି ଦୁର୍ଘଟଣାରେ କେହି ମୃତାହତ ହୋଇଥିବା ସୂଚନା ମିଳିନାହିଁ!!