-+91-9937148622 |
prerana_bgr@rediffmail.com |
Saturday 27th June 2026 |
R.N.I. Regd No. ODIODI/2010/46693
Breaking News
09-Apr-2024
କନ୍ଧମାଳ :ଦଣ୍ଡ ନାଚ ଚାଲିଥିଲା I ନାଚ ଦେଖିବା ପାଇଁ ପ୍ରବଳ ଜନଗହଳି ମଧ୍ୟ୍ୟ ଥିଲା I ହଠାତ କାଳ ବୈଶାଖୀ ପ୍ରଭାବରେ ଘଡ଼ଘଡ଼ି ସହ ବର୍ଷା ହୋଇଥିଲା I ଠିକ ଏହି ସମୟରେ ବର୍ଷାରେ ଭିଜିଯାଇଥିବା ବିଦ୍ୟୁତ ତାର ଖୋଲିବାକୁ ଯାଇଥିଲେ ଜଣେ ଦଣ୍ଡୁଆ ଓ ବିଦ୍ୟୁତ ତାର ସସ୍ପର୍ଶ ରେ ଆସି ଦଣ୍ଡୁଆ ଜଣକ ର ମୃତ୍ୟୁ ହୋଇଗଲା I ଏଭଳି ଏକା ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଫୁଲବାଣୀ ସଦର ଥାନା ଅଧୀନରେ ଥିବା ସୁଦୃକୁମ୍ପା ଫାଣ୍ଡି ଅଂଚଳରେ I ତେବେ ସୂଚନା ଅନୁସାରେ ଫୁଲବାଣୀ ସଦର ଥାନା ସୁଦୃକୁମ୍ପା ଫାଣ୍ଡି ଅନ୍ତର୍ଗତ ଦଳପଡ଼ା ଗାଁ ରେ ବୌଦ୍ଧ ଜିଲ୍ଲା ହରିପୁର ମୁଣ୍ଡିପଦର ଗାଁ ର କୋଡିଏ ରୁ ପଚିଶ ଜଣ ଦଣ୍ଡୁଆ ଦଳପଡା ଗାଁ କୁ ଆସି ଦଣ୍ଡ ନାଚ କରୁଥିଲେ I ସୋମବାର ବିଳମ୍ବିତ ରାତିରେ ହଠାତ କାଳବୈଶାଖୀ ପ୍ରଭାବରେ ଘଡ଼ଘଡ଼ି ସହ ବର୍ଷାବାବନ ହୋଇଥିଲା I ଯାହାଫଳରେ କିଛି ସମୟ ଯାଏ ଦଣ୍ଡ ନାଚ ବନ୍ଦ ହୋଇଥିଲା I ଏହି ସମୟରେ ସେହି ଦଣ୍ଡୁଆ ମାନଙ୍କ ମଧ୍ୟରୁ ଜଣେ ଦଣ୍ଡୁଆ ବର୍ଷାରେ ଓଦା ହୋଇଯାଇଥିବା ବିଦ୍ୟୁତ ତାର କୁ
ଖୋଲିବାକୁ ଯାଇଥିଲେ ଓ ବିଦ୍ୟୁତ ତାର ଖୋଲିବା ସମୟରେ ହଠାତ ବିଦ୍ୟୁତ ତାର ସସ୍ପର୍ଶ ରେ ଆସି ଦଣ୍ଡୁଆ ଜଣକ ଆଚେତ ହୋଇତଳେ ପଡିଯାଇଥିଲେ I ପରେ ଅନ୍ୟଦଣ୍ଡୁଆ ମାନଙ୍କ ସହ ଗ୍ରାମବାସୀ ଏକା ଆମ୍ବୁଲାନ୍ସ ଜରିଆରେ ତାଙ୍କୁ ଗୁରୁତର ଅବସ୍ଥାରେ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସା ଲୟକୁ ଆଣିଥିବା ବେଳେ ଚିକିତ୍ସିତ ଅବସ୍ଥାରେ ଦଣ୍ଡୁଆ ଜଣକୁ ଡାକ୍ତର ମୃତ ଘୋଷଣା କରିଥିଲେ I ଅନ୍ୟପଟେ ଦଣ୍ଡୁଆ ଜଣକଙ୍କ ନା ପ୍ରଭାତ କହଁର ବୋଲି ଜଣାପଡ଼ିଥିବା ବେଳେ ସେ ସେହି ବୌଦ୍ଧ ଜିଲ୍ଲା ହରିପୁର ମୁଣ୍ଡିପଦର ଗାଁ ର ବୋଲି ଜଣାପଡିଛି I ତେବେ ଖବର ପାଇଁ ସଦର ଥାନା ଅଧିକାରୀ ଙ୍କ ନିର୍ଦେଶ କ୍ରମେ ଥାନାରେ ଅତିରିକ୍ତ ଥାନା ଅଧିକାରୀ ପ୍ରଦୀପ କୁମାର ରାଉଳ ପୋଲିସ ଟିମ ସହ ମେଡ଼ିକାଲରେ ପହଂଚି ଦୁର୍ଘଟଣା ଜନିତ ଏକ ମୃତ୍ୟୁ ମାମଲା ରୁଜୁ କରି ଦଦନ୍ତ ଜାରି ରଖିଥିବା ନଣାପଡିଛି I
(କନ୍ଧମାଳ ଜିଲ୍ଲାରୁ ମୃତ୍ୟୁଞ୍ଜୟ ଦିଗାଲ ଙ୍କ ରିପୋର୍ଟ)