-+91-9937148622 |
prerana_bgr@rediffmail.com |
Saturday 10th October 2026 |
R.N.I. Regd No. ODIODI/2010/46693
Breaking News
09-Apr-2024
ବଲାଙ୍ଗୀର,: ଆଜି ସୁଦପଡା କଲ୍ୟାଣ ମଣ୍ଡପ ଠାରେ ଲୋଇସିଂହା କଂଗ୍ରେସ ପାର୍ଟି ବିଧାୟକ ପ୍ରାର୍ଥୀ ଭାବେ ଘୋଷଣା ହୋଇଥିବା ଓମ୍ ପ୍ରକାଶ କୁମ୍ଭାରଙ୍କୁ ଲୋଇସିଂହା ଏବଂ ବଲାଙ୍ଗିର ବିଧାନସଭା ନିର୍ବାଚନ ମଣ୍ଡଳି ର ୩୦ ରୁ ଉର୍ଦ୍ଧ୍ୱ ସାମାଜିକ ଏବଂ ସାଂସ୍କୃତିକ ଅନୁଷ୍ଠାନମାନ ସମ୍ବର୍ଦ୍ଧନା ଦେଇଥିଲେ । ସୀତାରାମ କୁମ୍ଭାରଙ୍କ ସଭାପତିତ୍ବରେ ଦଳିତ ସମାଜ ସଭାପତି ବିଜୟ ଚନ୍ଦ୍ର ବାରିକ, ଲକ୍ଷେ ଘର ଗଣ୍ଡା ସମାଜ ସଭାପତି ସତ୍ୟାନନ୍ଦ ସୁନା, ଜେଡିବିଏମ୍ ସଭାପତି ନଟରାଜ ନାଗ, ବ୍ରଜ ବିହାରି ନାଗ, ପଶ୍ଚିମ ଓଡିଶା ମହିଳା ସଭାନେତ୍ରୀ ସବିତା ନନ୍ଦ, ଦେଓଗାଁ ବ୍ଲକ ଉପସଭାପତି ସୂର୍ଯ୍ୟକାନ୍ତି ଛତ୍ରିଆ, କୁନା ବାଗ, ପ୍ରଭାତ ମହାନନ୍ଦ, ସୁଶିଳ ପାଣିଗ୍ରାହୀ, ବାସୁଦେବ ମୁଗ୍ରୀ, ଦଣ୍ଡୁଆ କୁମ୍ଭାର, ଫଣିନ୍ଦ୍ର କୁମ୍ଭାର, ବିରୋଧ ତାଣ୍ଡି, ରଘୁନାଥ ମୁଗ୍ରୀ, ମିଷ୍ଟି କୁମ୍ଭାର ସମ୍ବର୍ଦ୍ଧନା ଜ୍ଞାପନ ସଭାରେ ଭାଗ ନେଇ ଥିଲେ ଏବଂ ଶେଷରେ ଦଳିତ ନେତା ଜ୍ୟୋତିଷ କୁମାର ମୁଗ୍ରୀ ଧନ୍ୟବାଦ ଦେଇଥିଲେ । କାର୍ଯ୍ୟକ୍ରମରେ ଦୁଇ ନିର୍ବାଚନ ମଣ୍ଡଳିର ୫୦୦ ରୁ ଉର୍ଦ୍ଧ୍ୱ ଲୋକ ଉପସ୍ଥିତ ଥିଲେ ।