-+91-9937148622 |
prerana_bgr@rediffmail.com |
Monday 29th June 2026 |
R.N.I. Regd No. ODIODI/2010/46693
Breaking News
08-Apr-2024
କଣ୍ଟାମାଳ(ଜୟ କୁମାର ମହାରଣାଙ୍କ ରିପୋର୍ଟ ): କଣ୍ଟାମାଳ ଶ୍ରୀରାମ ଚରିତ ମାନସ ପlରାୟଣ ଭକ୍ତ ବୃନ୍ଦଙ୍କ ଆନୁକୂଲ୍ୟରେ କଣ୍ଟାମାଳ ବ୍ଲକଛକ ଶ୍ରୀରାମ ମନ୍ଦିର ଠାରେ ଆୟୋଜିତ ଶ୍ରୀରାମ ଚରିତ ମାନସ ନବାହ୍ନ ପାରାୟଣ ଓ ପ୍ରବଚନର ଚତୁର୍ଥ ଦିବସରେ ପ୍ରଭୁ ଶ୍ରୀରାମଙ୍କ ବନବାସ ରେ ଅଯୋଧ୍ୟାବାସୀଙ୍କ ଶୋକ କଥାବସ୍ତୁ ଶ୍ରବଣ ପାଇଁ ବହୁସଂଖ୍ୟାରେ ଭକ୍ତ ତଥା ସଜ୍ଜନ ମଣ୍ଡଳୀ ଯୋଗଦେଇ ପ୍ରଭୁ ଶ୍ରୀରାମଙ୍କ ଅମୃତମୟ କଥା ଶ୍ରବଣ କରିଥିଲେ l ଚତୁର୍ଥ ଦିନ ପାରାୟଣ ଓ ପ୍ରବଚନରେ ପ୍ରଭୁ ଶ୍ରୀରାମଙ୍କ ବିବାହ ପରେ ରାଜ୍ୟ ପ୍ରତ୍ୟାବର୍ତ୍ତନ କରିଥିଲେ ଓ ପରେ ମନ୍ଥରାଙ୍କ କୁ ବୁଦ୍ଧି ଯୋଗୁଁ କିପରି ପିତା ରାମଚନ୍ଦ୍ର ଭଳି ପୁତ୍ରଙ୍କୁ ବନବାସ ଯିବାପାଇଁ ଆଦେଶ ଦେଇଥିଲେ ଏବଂ ମର୍ଯ୍ୟାଦା ପୁରୁଷ ପ୍ରଭୁ ଶ୍ରୀରାମଚନ୍ଦ୍ର ପିତୃ ସତ୍ୟ ପାଳନ ପାଇଁ ଚଉଦ ବର୍ଷ ବନବାସ ଯିବାପାଇଁ ପ୍ରସ୍ତୁତ ହୋଇଥିଲେ l ସେ ସମ୍ପର୍କରେ ବିସ୍ତୃତ ଭାବେ ବର୍ଣ୍ଣନା କରି ଶ୍ରୋତା ମାନଙ୍କୁ ଶୁଣାଇଥିଲେ l ରାମଚନ୍ଦ୍ରଙ୍କ ବନବାସ ଯିବାର କାରଣ ସମ୍ପର୍କରେ ଅଯୋଧ୍ୟାବାସୀ ଭରତଙ୍କୁ କଣ ପଚାରିଥିଲେ ଓ ଭରତ ପ୍ରଜାମାନଙ୍କୁ କଣ ଉତ୍ତର ଦେଇଥିଲେ ସେ ସମ୍ପର୍କରେ ପାରାୟଣ ବ୍ୟାସ ଗୋବର୍ଦ୍ଧନ ମିଶ୍ର ଶ୍ରୋତାମାନଙ୍କୁ ଖୁବ ସୁନ୍ଦର ଭାବେ ବର୍ଣ୍ଣନାକରି ବୁଝାଇଥିଲେ । ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ବନବାସରେ ଅଯୋଧ୍ୟାବାସୀଙ୍କ ଶୋକ
କଥାବସ୍ତୁକୁ ନେଇ ସମଗ୍ର ପ୍ରବଚନ ପୀଠ ରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା ଭକ୍ତ ଓ ଶ୍ରଦ୍ଧାଳୁ ମାନେ ଭାବବିହ୍ୱଳ ହୋଇ ଶୋକରେ ମର୍ମାହତ ହୋଇଥିଲେ l ସେହିପରି ସନ୍ଧ୍ୟାରେ ଘଟିକିଆ ଭୁବନେଶ୍ୱର ରୁ ଆଗତ ଶ୍ରୀରାମ କଥା ବାଚକ ଶ୍ରୀଯୁକ୍ତ ବୈଦ୍ୟନାଥ ଦାଶ ପ୍ରବଚନ ବ୍ୟାସ ଭାବେ ଯୋଗଦେଇ ପ୍ରଭୁ ଶ୍ରୀରାମଙ୍କ ଅମୃତମୟ କଥାରେ କୈବଟ ପ୍ରସଙ୍ଗ କଥା ଶ୍ରୋତା ମାନଙ୍କୁ ଖୁବ ସୁନ୍ଦର ଭାବେ ବର୍ଣନା କରି ବୁଝାଇଥିଲେ l