-+91-9937148622 |
prerana_bgr@rediffmail.com |
Tuesday 13th October 2026 |
R.N.I. Regd No. ODIODI/2010/46693
Breaking News
03-Apr-2024
ସୁବର୍ଣ୍ଣପୁର (ମନୋରଞ୍ଜନ ତ୍ରିପାଠୀ ) ସକାଳ ୯ ଘଣ୍ଟା ସମୟରେ ସୋନପୁର ପୋଲିସ୍ ର ପେଟ୍ରୋଲିଂ ବେଳେ କୌଣସି ସୁତ୍ର ରୁ ଖବର ପାଈ ବୌଦ୍ଧ ଜିଲ୍ଲା ରୁ ଉତ୍ତର ପ୍ରଦେଶ କୁ ଚାଲାଣ ହେଉଥିବା ସି ଜି 04- JC 9085 ନମ୍ବର ର ଏକ କଣ୍ଟେନର କୁ ଯାଞ୍ଚ କରି ଅତି କୌଶଳ ରେ ଲୋଡ଼ିଂ ହୋଇ ଥିବା ୭ କ୍ଵିଣ୍ଟାଲ ୫୦ କେଜୀ ଗଞ୍ଜେଇ ଜବତ କରିଛି l ଯାହାର କି ମୂଲ୍ୟ ୭୫ ଲକ୍ଷ ରୁ ଅଧିକ ହେବ ବୋଲି ସୂଚନା ମିଳିଛି l ଏବଂ ସୋନପୁର ପୋଲିସ୍ ଟିମ ର ଜିଲ୍ଳା ରେ ଏହା ଏକ ରେକର୍ଡ ପରିମାଣ ର ଗଞ୍ଜେଇ ଜବତ ହୋଇଥିବା ଜିଲ୍ଲା ପୋଲିସ୍ ଅଫିସ୍ ରେ ଅନୁଷ୍ଟିତ ଏକ ସାମ୍ବାଦିକ ସମ୍ମିଳନୀରେ ଏସପି ଶ୍ରୀ ୟସ ପ୍ରତାପ ଶ୍ରିମାଲ ଙ୍କ ଠାରୁ ସୁଚନା ମିଳିଛି l ସୋନପୁର ଥାନା ଭାରପ୍ରାପ୍ତ ଅଧିକାରୀ ଲୋକନାଥ ସାହୁ ଙ୍କ ନେତୃତ୍ୱ ରେ ଏକ ସ୍ପେଶlଲ୍ ସ୍କ୍ୱlର୍ଡ ଆଜି ଅର୍ଜ୍ଜୁନ ପୁର ଛକ ରୁ ପିଛା କରି ମଲ୍ଲିକମୁଣ୍ଡା ଚାରି ଛକ ଠାରେ ଏଇ କଣ୍ଟେନର ସହ ଗଞ୍ଜେଇ ଜବତ କରି ଥିବା ସୂଚନା ମିଳିଛି l ଏଵଂ ଅଭିଯୁକ୍ତ ରାୟପୁର ଅଞ୍ଚଳ ର ଶୈଳେଶ କୁମାର ମିଶ୍ର, (୪୦ ) ଓ ସୁନ୍ଦରଗଡ଼ ଜିଲ୍ଲା ଅନ୍ତର୍ଗତ ବମେଲl ଗାଁ ର ଉମାଶଙ୍କର ପାଣ୍ଡେ ( ୫୪) କୁ ଗିରଫ କରି ୨ ଗୋଟି ମୋବାଇଲ ମଧ୍ୟ ଜବତ ହୋଇଥିବା ଏସପି ସୁଚନା ଦେଇଛନ୍ତି l ସୋନପୁର ପି ଏସ କେଶ ନମ୍ୱର୍ ୧୨୯ ତାରିଖ ୦୩-୦୪- ୨୪ (us 20 ) b ii c ୨୫/୨୯ ଧାରା ରେ ଗିରଫ କରିଛି l ଆଜି ଏ ଘଟଣା ନେଇ ସୋନପୁର ପୋଲିସ ଷ୍ଟେସନ ରେ ସୁବର୍ଣ୍ଣପୁର ଏସପି ଶ୍ରୀ ୟସ୍ ପ୍ରତାପ ଶ୍ରୀମାଲ ଙ୍କ ନେତୃତ୍ୱ ରେ ଏସଡିପିଓ ପ୍ରତାପ ଚନ୍ଦ୍ର ତ୍ରିପାଠୀ, ଆଇ ଆଇ ସି ଲୋକ ନାଥ ସାହୁ ଙ୍କ ଉପସ୍ଥିତି ରେ ଏକ ସାମ୍ୱାଦିକ ସମ୍ମିଳନୀ ଅୟୋଜନ କରାଯାଇଥିଲା l