-+91-9937148622 |
prerana_bgr@rediffmail.com |
Monday 19th October 2026 |
R.N.I. Regd No. ODIODI/2010/46693
Breaking News
23-Mar-2024
ଯାଜପୁର ଜିଲ୍ଲା ବରୀ ସ୍ଥିତ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ବର୍ଷିକ ଉତ୍ସବ ବିଦ୍ୟାଳୟର ପ୍ରତିଷ୍ଠାତା ସମ୍ପାଦକ ପ୍ରଭାତ କୁମାର ସାମଲଙ୍କ ଅଧକ୍ଷତlରେ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଫକୀରମୋହନ ବିଶ୍ଵବିଦ୍ୟାଳୟର ପ୍ରାକ୍ତନ କୁଳପତି ଡ଼. କୁମରବର ଦାସ୍ ଯୋଗ ଦେଇ ପିତାମାତା ମାନେ ତାଙ୍କର ପିଲାମାନଙ୍କୁ ତାଙ୍କର ମୂଲ୍ୟବାନ ସମୟରୁ କିଛି
ବାହାର କରି ପିଲାମାନଙ୍କ ନିମନ୍ତେ ବିନିଯୋଗ କରି ସେମାନଂକୁ ଭଲ ମଣିଷ ହେବାପାଇଁ ଦାୟିତ୍ଵ ନେବା ଆବଶ୍ୟକ ବୋଲି କହିଥିଲେ। ମୂଖ୍ୟ ବକ୍ତା ଭାବେ ଲେଖିକା ସ୍ତମ୍ଭକାର ମୀରା ବେଉରା ଯୋଗ ଦେଇ ପିତାମାତା ମାନେ କେବଳ ପରୀକ୍ଷାରେ ଅଧିକ ନମ୍ୱର ଆଣିବା ପାଇଁ ଉତ୍ସାହିତ ନ କରି ସେମାନଂକ ଭିତରେ ଥିବା ସୃଜନଶୀଳତାକୁ ଅନୁସନ୍ଧାନ କରି ସେମାନଂକୁ ଉତ୍ସାହିତ କରିବା ଆବଶ୍ୟକ ବୋଲି କହିଥିଲେ। ସମ୍ମାନିତ ଅତିଥି ଭାବେ ଅଧ୍ୟାପକ ଖଗେଶ୍ବର ମହାପାତ୍ର, ସରପଞ୍ଚ ମଧୁସ୍ମିତା ସାମଲ, ଜିଲ୍ଲାପରିଷଦ ଅଧ୍ୟକ୍ଷ। ସୁଧାଂଶୁ ବାଳା ସାମଲ, ଶିକ୍ଷାବିତ୍
ମାଧୁରୀ ମହାନ୍ତି ଓ ସଙ୍ଗୀତଜ୍ଞ ଅରକ୍ଷିତ ବର୍ଦ୍ଧନ ଯୋଗ ଦେଇ ଛାତ୍ରଛାତ୍ରୀ ମାନଙ୍କୁ ଗୋଟିଏ ଭଲ ମଣିଷ ହେବାପାଇଁ କହିଥିଲେ।
ଅତିଥି ମାନେ ପିଲାମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ। ଶେଷରେ ପିଲାମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯକ୍ରମ ପରିବେଷଣ କରାଯାଇଥିଲା। ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନେ ଉତ୍ସବକୁ ପରିଚାଳନା କରିଥିଲେ।