-+91-9937148622 |
prerana_bgr@rediffmail.com |
Sunday 18th October 2026 |
R.N.I. Regd No. ODIODI/2010/46693
Breaking News
23-Mar-2024
ଆଗଲପୁର, (ବିନୋଦ କୁମାର ଦୀପ) ଆଗଲପୁର ବ୍ଲକ ର ଆଗଲପୁର ଅନନ୍ତ ମନ୍ଦିର ପଡ଼ାରେ 16 ପ୍ରହରୀ ନାମଯଜ୍ଞ ଉପଲକ୍ଷେ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇ ଯାଇଛି l ଏହି ଅବସରରେ ପ୍ରଥମେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଦେବକୀ ସାହୁ, ଆଗଲପୁର ବିଜ୍ଞାନ ମହାବିଦ୍ୟାଳୟ ର ପୂର୍ବତନ ଅଧ୍ୟକ୍ଷ ଶ୍ରୀ ଜୟନ୍ତ କୁମାର ସିଂଦେଓ, ଲୋଇସିଂହା ବିଧାୟକ ଡକ୍ଟର ମୁକେଶ ମହାଲିଙ୍ଗ ଙ୍କ ପ୍ରତିନିଧି ସୁରେଶ ମହାଲିଙ୍ଗ ଯୋଗ ଦେଇଥିଲେ। ତା ସଙ୍ଗେ ସଙ୍ଗେ ସମୀର କୁମାର ସିଂଦେଓ, ରାଧେଶ୍ୟାମ ଅଗ୍ରୱାଲ, ଚକ୍ରଧର ମେହେର ଓ ଶମ୍ଭୁ ମେହେର ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଥିଲେ l ସମସ୍ତ ଅତିଥି ଙ୍କୁ ଉପଢୌକନ ଦେଇ ସମ୍ମାନିତ କରା ଯାଇଥିଲା। ଏହି ଅବସରରେ ପଡ଼ା ତଥା ଗ୍ରାମ ପାଇଁ ବିଭିନ୍ନ କ୍ଷେତ୍ରରେ ସଫଳତା ହାସଲ କରିଥିବା ବହୁ ପ୍ରତିଭାବାନ ବ୍ୟକ୍ତି ଙ୍କୁ ସମ୍ମାନିତ କରାଗଲା l ପରେ ପରେ ଡିଜେ ବଜାଇ ଏକ ବିଶାଳ ଶୋଭାଯାତ୍ରା ବାହାରି ନଗର ପରିକ୍ରମା କରି ନଦୀରୁ ପାଣି ଆଣି ଯଜ୍ଞ ମଣ୍ଡପ ରେ ସ୍ଥାପନ କରା ଯାଇଥିଲା l ଯଜ୍ଞ କମିଟି ର ସଭାପତି ଭାବେ ଶ୍ରୀଯୁକ୍ତ ପ୍ରଶାନ୍ତ ମେହେର ଓ ସମ୍ପାଦକ ଭାବରେ ଶ୍ରୀ ଅଚ୍ୟୁତ ମେହେର କାର୍ଯ୍ୟଭାର ତୁଲାଉ ଥିବା ପ୍ରକାଶ କରିଛନ୍ତି l ଯଜ୍ଞ କର୍ତ୍ତା ଭାବରେ ଶ୍ରୀ ଜୟନ୍ତ ମେହେର ଓ ତାଙ୍କ ପତ୍ନୀ ସସ୍ମିତା ମେହେର ଦାୟିତ୍ଵ ନିର୍ବାହ କରିବା ପାଇଁ ସ୍ଥିରୀକୃତ ହୋଇଅଛି। ଏହି ଯଜ୍ଞ ତିନିଦିନ ଧରି ଅନୁଷ୍ଠିତ ହେବାସହ ଆସନ୍ତା ପୂର୍ଣ୍ଣିମା ରେ ଯଜ୍ଞ ଉଦଯାପିତ ହେବ ବୋଲି ସଭାପତି ସୂଚନା ଦେଇଛନ୍ତି। ସମସ୍ତ ସଦସ୍ୟ ଙ୍କ ପୂର୍ଣ୍ଣ ସହଯୋଗ ରେ ଯଜ୍ଞ ଭଲଭାବରେ ସମ୍ପନ୍ନ ହେବ ବୋଲି ସଭାପତି ମତବ୍ୟକ୍ତ କରିଛନ୍ତି l