-+91-9937148622 |
prerana_bgr@rediffmail.com |
Monday 19th October 2026 |
R.N.I. Regd No. ODIODI/2010/46693
Breaking News
23-Mar-2024
ଡେଲାଙ୍ଗ(ଦିଲୀପ କୁମାର ଧାଉଡିଆ ): ଓଡିଶା ସରକାରଙ୍କ ଖାଦ୍ୟ ଓ ଯୋଗାଣ ବିଭାଗ , ଓଜନ ମାପ କାର୍ଯ୍ୟାଳୟ ,ପୁରୀ ସହାୟତାରେ ଓ ଇଣ୍ଡିଆନ ଇନିଷ୍ଟିଚୁଟେ ଅଫ ସୋସିଆଲ ଆକସନ୍ ଆଣ୍ଡ, ପୁରୀ ଆନୁକୂଲ୍ୟରେ ଏକ ବ୍ଲକସ୍ତରୀୟ ଖାଉଟି ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଗୋପବନ୍ଧୁ ଶିଶୁ ମନ୍ଦୀର ,ଇନ୍ଦିପୁର ପରିସରରେ ଅନୁଷ୍ଠିତ ହୋଇଯାଇଛି! ଓଜନମାପ ବିଭାଗର ନିୟନ୍ତ୍ରିକା ପ୍ରଗତି ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ସହକାରୀ ନିୟନ୍ତ୍ରକ ଓଜନ ମାପ ବିଭାଗର ଅକ୍ଷୟ ଭୋଇ ,ସ୍ବେଛାସେବୀ ଅନୁଷ୍ଠାନ ଆଇସାର ର ସଂପାଦକ ଅଶୋକ କୁମାର ପେଣ୍ଠୋଇ , ସଂଯୋଜକ ପବିତ୍ର କୁମାର ପଣ୍ଡ।, ସିଆରସିସି , ରାସବିହାରି ପ୍ରଧାନ , ଆଇଭି , ରଶ୍ମିତା କୁମାରୀ ଜେନା ,ଅଂଗନଓ୍ବାଡି କର୍ମି ତଥା ସମାଜସେବୀ , ଅନୁଷ୍ଠାନର ସଉାପତି ଆଲୋକ କିମାର ସ୍ବାଇଁ,ସମାଜସେବୀ ବାସୁଦେବ ପ୍ରଧାନ ,ପ୍ରକାଶ ଭୋଳ ଅତିଥିରୁପେ ଯୋଗଦାନ କରିଥିଲେ । ସେମାନେ ଖାଉଟି ସୁରକ୍ଷା ଆଇନ ୧୯୫୬ ଓ ୨୦୧୯ ସମ୍ବଦ୍ଧିତ ଆଇନର ନିୟମ ,ଦ୍ରବ୍ୟ ଓ ସେବା ଏବଂ ଓଜନ ଓ ମାପ ବିଷୟ ରେ ମହିଳାମାନକୁଂ ସଚେତନ କରାଇଥିଲେ ।