-+91-9937148622 |
prerana_bgr@rediffmail.com |
Monday 19th October 2026 |
R.N.I. Regd No. ODIODI/2010/46693
Breaking News
22-Mar-2024
ବୌଦ୍ଧ(ଜୟାନନ୍ଦ ମିଶ୍ର ): ଆଜି ବୌଦ୍ଧ ଜିଲ୍ଲା କୋର୍ଟ ପରିସରରୁ ସାକ୍ଷ୍ୟ ଦେବାକୁ ଆସିଥିବା ଜଣେ ବ୍ୟକ୍ତିଙ୍କ ବାଇକ ଚୋରୀ ହୋଇଥିବା ନେଇ ବୌଦ୍ଧ ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାୟୀ ବୌଦ୍ଧଥାନା ଚଢିଗାଁ ଗ୍ରାମର ସୁରେନ୍ଦ୍ର ପ୍ରଧାନ(୫୬) ବୌଦ୍ଧ ଏସଡିଜେମ କୋର୍ଟଙ୍କ ନୋଟିସ ପାଇ ଆଜି ସାକ୍ଷ୍ୟ ପ୍ରଦାନ କରିବାକୁ ତାଙ୍କ ଜ୍ୱାଇଁଙ୍କ ବାଇକ ଧରି ଆସିଥିଲେ । ଜିଲ୍ଲା କୋର୍ଟ ପରିସରରେ ବାଇକକୁ ଲକ୍ କରି ସାକ୍ଷ୍ୟ ଦେବାକୁ କୋର୍ଟ ମଧ୍ୟକୁ ଯାଇଥିଲେ । ସାକ୍ଷ୍ୟଦେଇ ଫେରିବା ପରେ ଗାଡି ରଖିଥିବା ସ୍ଥାନକୁ ଆସିଥିଲେ । କିନ୍ତୁ ସେଠାରେ ବାଇକ ନ ଥିଲା । ଗ୍ରାମର ଅନ୍ୟ ଦୁଇଜଣଙ୍କ ସହିତ ଆଖପାଖ ଅଂଚଳରେ ଖୋଜିଥିଲେ ହେଲେ ବାଇକ ପାଇନଥିଲେ । ଶେଷରେ କେହି ଦୁର୍ବୃର୍ତ୍ତ ବାଇକ ଚୋରୀ ନେଇଥିବା ନେଇ ବୌଦ୍ଧ ଥାନାରେ ଅଭିଯୋଗ କରିଥିଲେ ।