-+91-9937148622 |
prerana_bgr@rediffmail.com |
Monday 19th October 2026 |
R.N.I. Regd No. ODIODI/2010/46693
Breaking News
22-Mar-2024
ବଲାଙ୍ଗୀର- ସଭାପତି ଗୋବିନ୍ଦ ମିଶ୍ରଙ୍କ ଅଧ୍ୟକ୍ଷତାରେ ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟ ବଲାଙ୍ଗିର ଠାରେ ଓଡିଶା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ବଲାଙ୍ଗିର ଶାଖାର ବାର୍ଷିକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ସର୍ବ ପ୍ରଥମେ ମୁଖ୍ୟ ଅତିଥି ସୁଧାଂଶୁ ଶେଖର ବାବୁ ସମ୍ମାନିତ ଅତିଥି ବିନୋଦ ବିହାରୀ ମିଶ୍ର ଏବଂ ସତ୍ୟବନ୍ତ ବେଦବାକ ଗଣେଶ, ସମଲେଇ ଓ ପାଟଣେଶ୍ୱରୀ ଙ୍କୁ ପୂଜା ଅର୍ଚ୍ଚନା କରି ସଭା କାର୍ଯ୍ୟ ଆରମ୍ଭ କରିଥିଲେ । ସାଧାରଣ ସଂପାଦକ ମଲିଆ ଗଡୁଆ ବାର୍ଷିକ ବିବରଣୀ ପାଠ କରିବା ସଙ୍ଗେ ସଙ୍ଗେ ଆୟ ବ୍ୟୟର ଉପସ୍ଥାପନ କରିଥିଲେ । ନୂତନ ଭାବେ ବିଭୁତି ଭୂଷଣ ତ୍ରିପାଠୀ, ପଦ୍ମଲୋଚନ ସେଠ୍, ନବ କିଶୋର ପଧାନ, ଗୌର ଚରଣ ପୁରୋହିତ, ହରେକୃଷ୍ଣ ତ୍ରିପାଠୀ, ବାସୁଦେବ ମେହେର, ସୂର୍ଯ୍ୟମଣି ପୁରୋହିତ, ଛାୟାକାନ୍ତ ସାହୁ, ଦେବେନ୍ଦ୍ର କୁମାର ଦାଶ ଏବଂ ଦୟାନିଧି ନାଏକ ଆଜିବନ ସଦସ୍ୟତା ଗ୍ରହଣ କରିଥିଲେ । ଉପରୋକ୍ତ ସଭ୍ୟବୃନ୍ଦ ନିଜର
ପରିଚୟ ପ୍ରଦାନ କରିଥିଲେ ଏବଂ ସଂଘ ନୂତନ ସଭ୍ୟଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ଆଜିକାର ସଭାରେ ବିନୋଦ ବିହାରୀ ମିଶ୍ର, ସତ୍ୟବନ୍ତ ବେଦବାକ ଏବଂ ସୁଧାଂଶୁ ଶେଖର ବାବୁ ନିଜର ବକ୍ତବ୍ୟରେ ସଂଘକୁ ଅନେକ ଗୁଡିଏ ମାର୍ଗ ଦର୍ଶନ ଦେଇଥିଲେ । ଉପସଭାପତି ପ୍ରସନ୍ନ କୁମାର ମିଶ୍ର, ବରିଷ୍ଠ ସଭ୍ୟ ଦିଗାମ୍ବର ନାଏକ, ମନୋରଂଜନ ମିଶ୍ର, ବିରଞ୍ôଚ ବହିଦାର, ଡ. ରାଧାକାନ୍ତ ସେଠ୍ ଉପସ୍ଥିତ ରହି ସକ୍ରିୟ ଅଂଶଗ୍ରହଣ କରିଥିଲେ । ମୁଖ୍ୟ ଅତିଥିଙ୍କ ଦ୍ୱାରା ୮୦ ବର୍ଷ ବୟସ ଅତିକ୍ରମ କରିଥିବା ମକରଧ୍ୱଜ ନାୟକ ମହୋଦୟଙ୍କୁ ଉପଢୈାକନ ଏବଂ ପୁଷ୍ପମାଳ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା । ବରିଷ୍ଠ ସଭ୍ୟ ମନୋରଂଜନ ମିଶ୍ରଙ୍କ ପ୍ରସ୍ତାବ କ୍ରମେ ଏକ ମାଇକ ସେଟ୍ କ୍ରୟ କରିବା ପାଇଁ ଆଜିକାର ସଭାରେ ନିଷ୍ପତି ଗ୍ରହଣ କରାଯାଇଥିଲା । ସାଧାରଣ ସଂପାଦକ ମଲିଆ ଗଡୁଆ ଉପସ୍ଥିତ ପ୍ରତ୍ୟେକ ସଭ୍ୟଙ୍କୁ ଜଣେ ଲେଖାଏଁ ନୂତନ ସଭ୍ୟ କରାଇବାରେ ସହଯୋଗ କାମନା କରିଥିଲେ । ବରିଷ୍ଠ ସଭ୍ୟ କୃଷ୍ଣଚନ୍ଦ୍ର ନାଥ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ପରିଶେଷରେ ନିମାଇଁ ଚରଣ ମେହେର ଧନ୍ୟବାଦ ଅର୍ପଣ କରିଥିଲେ ।