-+91-9937148622 |
prerana_bgr@rediffmail.com |
Monday 19th October 2026 |
R.N.I. Regd No. ODIODI/2010/46693
Breaking News
22-Mar-2024
ସୁବର୍ଣ୍ଣପୁର (ମନୋରଞ୍ଜନ ତ୍ରିପାଠୀ )
ବିଜୁ ଜନତା ଦଳର ବାଗ୍ମୀ ଓ ଚାଣକ୍ୟ କୁହା ଯାଉଥିବା ଜଣେ ଅଭିଜ୍ଞ ,ନିର୍ଭୀକ, ସ୍ପଷ୍ଟ ବାଦୀ ନେତା, ପ୍ରାକ୍ତନ ମନ୍ତ୍ରୀ ତଥା ନିରାଟ ସତ କୁ ସବୁବେଳେ ସାମାନା କୁ ଆଣୁଥିବା ଓଡ଼ିଶା ର ଜଣେ ଭଲ ମଣିଷ ସଂସ୍କୃତି ସମ୍ପନ୍ନ ମଣିଷ ଡ଼ା. ଦାମୋଦର ରାଉତ ଙ୍କ ଆଜି ଭୁବନେଶ୍ବର ରେ ଚିକିତ୍ସାଧିନ ଅବସ୍ଥା ରେ ପରଲୋକ ଘଟିଛି l ଏ ଦୁଃଖଦ ଖବର ରେ ସୁବର୍ଣ୍ଣପୁର ଜିଲ୍ଲା ସମେତ ସାରା ରାଜ୍ୟ ରେ ଶୋକ ର ଛାୟା ଖେଳି ଯାଇଛି l ଆଜି ସକାଳ ୭ ଘଣ୍ଟା ରେ ସୁବର୍ଣ୍ଣପୁର ଜିଲ୍ଲାପାଳ ଅଫିସ ଆଗରେ ଥିବା ଚା ଖଟି ରେ ବିଭିନ୍ନ ସଙ୍ଗଠନ ପକ୍ଷରୁ ସ୍ୱର୍ଗୀୟ ରାଉତ ଙ୍କ ଅମର ଆତ୍ମା ସଦଗତି କାମନା କରି ନୀରବ ପ୍ରାର୍ଥନା କରାଯାଇଥିଲl l ଶ୍ରୀ ରାଉତ ବହୁ ବର୍ଷ ପୂର୍ବ ରୁ ବିଭିନ୍ନ ରୋଗ ରେ ପୀଡ଼ିତ ହୋଇ ସୁଦ୍ଧା ତାଙ୍କ ସ୍ୱାସ୍ଥ୍ୟ ପ୍ରତି ଖୁବ୍ ଯତ୍ନବାନ ଥିଲେ l ୨୦୧୨ ମସିହା ରେ ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରୀପାଲି ଠାରେ ନୂଆଁ ଏମ ସି ଏଚ ମେଡିକାଲ୍ ଶୁଭ ଉଦ୍ଘାଟନ ବେଳେ ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ଶ୍ରୀ ରାଉତ ସେଦିନ ହିଁ ଏଠି ହଠାତ୍ ଅସୁସ୍ଥ ହୋଇ ପଡିଥିବା ଏବଂ ତୁରନ୍ତ ଚିକିତ୍ସା ଓ ବିଶ୍ରାମ ପରେ ସ୍ୱାସ୍ଥ୍ୟ ବସ୍ଥା ସୁଧାର ଆସିଥିବା କଥା ଆଜି ମନେ ପଡୁଛି l ଏବଂ ସେଦିନ ସନ୍ଧ୍ୟା ରେ ଭୁବନେଶ୍ବର ଫେରିଲା ସମୟରେ ଜିଲ୍ଲା ରେ ଛଅ ଛଅ ଥର ସରପଞ୍ଚ ଓ ଥରେ ବ୍ଲକ ଉପାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇ ଜିଲ୍ଲା ରେ ରେକର୍ଡ ସୃଷ୍ଟି କରିଥିବା ବଜେଡି ର ବରିଷ୍ଠ ନେତା ସ୍ୱର୍ଗତ ଘାସିରାମ ତ୍ରୀପାଠୀ ଙ୍କ ସୋନପୁର ବାସ ଭବନ କୁ ପହଞ୍ଚି ଶ୍ରୀ ତ୍ରିପାଠି ଙ୍କ ଫଟୋ ଚିତ୍ର ରେ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରି ପରିବାର କୁ ସମବେଦନା ଜଣାଇ ଡ଼ା, ଦାମ ରାଉତ ଜଣେ ଭଲ ମଣିଷ ଉଦାର ହୃଦୟ ଓ ମହାନ ନେତା ର ପରିଚୟ ଦେଇଥିଲେ l ଏବଂ ସେ ବର୍ଷ ରେ ବିଜୁ ପଟ୍ଟନାୟକ ମହିଳା କଲେଜ ତଥା ସୋନପୁର କଲେଜ ଉତ୍ସବ ବେଳେ ସହର ରେ ଛକ ଛକ ରେ ଶ୍ରୀ ରାଉତ ଙ୍କୁ ଦଳୀୟ କାର୍ଯ୍ଯ କର୍ତ୍ତା ଙ୍କ ପକ୍ଷରୁ ଉଚ୍ଚ କୋଟୀର ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନକରାଯାଇଥିଲା l ଏହି ଉତ୍ସବ ରେ ସୁବର୍ଣ୍ଣପୁର ର ଐତିହ୍ୟ କଳା ସଂସ୍କୃତି ପର୍ଯ୍ୟଟନ ଉପରେ ତାଙ୍କ ଅନର୍ଗଳ ଅଭିଭାଷଣ ରେ ମତ ରଖିଥିବା ଆମ ଏ ଅଂଚଳ ଉପରେ ଆଧାରିତ ଐତିହ୍ୟ ସଂସ୍କୃତି ର ରହସ୍ୟ ଓ ତାଙ୍କ ରି ବିଭିନ୍ନ ଚମତ୍କlର ତଥ୍ଯ ସ୍ଥାନୀୟ ଲୋକ ଓ ବୁଦ୍ଧିଜିବୀ ଙ୍କୁ ଆଶ୍ଚର୍ଯ୍ୟ କରିଥିଲା l ୧୯୬୨ ମସିହାରେ ଶ୍ରୀ ରାଉତ ଙ୍କୁ ପଶୁ ଡାକ୍ତର ଚାକିରି ରୁ ସ୍ୱେଚ୍ଛା କୃତ ଅବସର କରାଇ ବିଜୁ ବାବୁ ପ୍ରଥମେ ଦାମ ବାବୁ ଙ୍କୁ ରାଜନୀତି କୁ ଆଣିଥିଲେ l ଏବଂ ଏରସେମା ରୁ ପ୍ରଥମେ କଂଗ୍ରେସ ଦଳ ରୁ ଦାମ ବାବୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ l ପରେ ପରେ ଆଜୀବନ ଯାଏ ବିଜୁ ବାବୁ ଙ୍କ ଆଦର୍ଶ ରେ ସେ ଅନୁପ୍ରାଣିତ ହୋଇ ୭ ଥର ବିଧାୟକ ହୋଇ ଜଣେ ଜ୍ଞାନୀ ଗୁଣୀ ଚତୁର ଦକ୍ଷ ବିଜ୍ଞ ଟାଣୁଆ ଓ ବାଗ୍ମୀ ନେତା ଭାବେ ଓଡ଼ିଶା ରାଜନୀତି ରେ ଖୁବ୍ ପରିଚିତ ଚେହେରା ଥିଲେ ଦାମ ବାବୁ l ଶାସକ ଓ ବିରୋଧୀ ଉଭୟ ନେତା ତଥା ପ୍ରଶାସନିକ ମହଲ ରେ ଶ୍ରୀ ରାଉତ୍ ଙ୍କ ପ୍ରତି ଖୁବ୍ ସମ୍ମାନ ଓ ଖାତିର ଥିଲା l ଜଣେ ପୁରୁଖା ନେତା ଦାମ ବାବୁ ଙ୍କୁ ହରାଇ ଆଜି ଓଡିଶା ର ଏକ ଅପୂରଣୀୟ କ୍ଷତି ଘଟିଛି l ଏଵଂ ଯେଉଁ ସ୍ଵାଭିମାନୀ ଓଡ଼ିଶା ର ବିଜୁ ବାବୁ ଥିଲେ ମୁଣ୍ଡ ସେଇ ଓଡ଼ିଶା ର ଦାମ ବାବୁ ଥିଲେ ତୁଣ୍ଡ ଆଉ ସବୁ ଦିନ ପାଇଁ ନୀରବି ଗଲା ଆଜି ସେଇ ତୁଣ୍ଡ l