-+91-9937148622 |
prerana_bgr@rediffmail.com |
Monday 19th October 2026 |
R.N.I. Regd No. ODIODI/2010/46693
Breaking News
20-Mar-2024
ବଲାଙ୍ଗିର ( ପ୍ରେରଣା ଖବର ): ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ ଅନ୍ତର୍ଗତ ଡେଙ୍ଗ ସ୍ଥିତ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଅମରାବତୀ ଇକୋକ୍ଲବ ଓ ଜୁନିୟର ରେଡକ୍ରସ ଆନୁକୂଲ୍ୟରେ ବିଶ୍ୱ ଘର ଚାଟିଆ ଦିବସ ପାଳିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନଶିକ୍ଷକ ଚାଣ୍ଡାଳ ମିଶ୍ରଙ୍କର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟମକୁ ପ୍ରକୃତିବନ୍ଧୁ ଶିକ୍ଷକ ତଥା ରେଡକ୍ରସ କର୍ମୀ ରାମନାରାୟଣ ଦାଶ ସଂଯୋଜନା କରିଥିଲେ । ପ୍ରକୃତି ଓ ଜୈବ ବିବିଧତାର ଅନନ୍ୟ ସୃଷ୍ଟି ହେଉଛି ଘରଚଟିଆ ।
ଘରେ ରହିବାକୁ ପସନ୍ଦ କରୁଥିବା ଘରଚଟିଆ ଏବେ ଖୋଜୁଛି ଘର । ସିମେଣ୍ଟ, କଂକ୍ରିଟ୍ ଗାଆଁ ଦାଣ୍ଡରେ ଖୋଜି ପାଉନି ନୁଆଁଣିଆ ଚାଳ ଘରଟିଏ । ଯେଉଁଠି ସେ ଛୋଟିଆ ବସାଟିଏ ତୋଳିବ । ହେଲେ ସେ ପାଉନି । ପରିବେଶ ଭିତରେ ଏମାନେ ନିଜକୁ ଖାପ ଖୁଆଇ ଚଳିବା କଷ୍ଟକର ହୋଇପଡିଛି । ନା ସେମାନଙ୍କ ପାଇଁ ପର୍ଯ୍ୟାପ୍ତ ସଂଖ୍ୟାରେ ଚାଳ ଛପର ଘର ଅଛି । ଯେଉଁଥିପାଇଁ ଏମାନଙ୍କ ବଂଶ ଲୋପ ପାଇବାକୁ ବସିଲାଣି । ଆଉ ଶୁଭୁନାହିଁ ସେମାନଙ୍କର ସୁମଧୁର କିଚିରି ମିଚିରି ଶବ୍ଦ । ଏବେ କାଁ ଭାଁ ଏକାକୀ ବିଚରଣ କରୁଥିବାର ଦେଖୁବାକୁ ମିଳୁଛି । କୁନି ପକ୍ଷୀମାନଙ୍କୁ ଘରକୁ ଫେରାଇ ଆଣିବା ପାଇଁ ଘର ଆଗରେ ଏଭଳି କୃତ୍ରିମ ବସା ଲଗାନ୍ତୁ । ଏମାନଙ୍କ ସୁରକ୍ଷା ସମସ୍ତ ଦାୟିତ୍ଵ । ନଚେତ୍ ଆସନ୍ତା ଦିନରେ ଏମା ଏମାନଙ୍କ ବଂଶ ସମ୍ପୂର୍ଣ୍ଣ ଲୋପ ପାଇଯିବ । ଏମାନେ ପିଲାଙ୍କ ଛବି ବହିରେ କେବଳ ଛବି ହୋଇ ରହିଯିବେ ବୋଲି ପ୍ରଧାନ ଶିକ୍ଷକ ତଥା ଅନ୍ୟ ଶିକ୍ଷକ ଓ ଶିକ୍ଷୟିତ୍ରୀ ମତପ୍ରକାଶ କରିଥିଲେ ।
କାର୍ଯ୍ୟମରେ ଶିକ୍ଷକ କୃପାସିନ୍ଧୁ ମିଶ୍ର, ସମୀର ସେଠୀ, ଦୀପକସେନ ଧରୁଆ, ଶିକ୍ଷୟିତ୍ରୀ ରେଣୁକା ସାହୁ, କାନ୍ତି ଭୋଇ, ଦ୍ରୋପଦୀ ଭୋଇ, ଛାତ୍ରଛାତ୍ରୀ ତଥା ଗ୍ରାମବାସୀ ଉପସ୍ଥିତ ରହି ସହଯୋଗ କରିଥିଲେ । ଜୁନିଅର ଆସିଷ୍ଟାଣ୍ଟ ଅବିନାଶ ଭୋଇ ଅନୁଷ୍ଠନ ତରଫରୁ ସୁସ୍ବାଗତ କରାଗଲା । କାର୍ଯ୍ୟକ୍ରମକୁ ଶିକ୍ଷକ ସୁଦର୍ଶନ ଦାଶ ପରିଚାଳନା କରିଥିଲା ବେଳେ ବିଜ୍ଞାନ ଶିକ୍ଷକ ଲିଙ୍ଗରାଜ ନନ୍ଦ, ଧନ୍ୟବାଦ ଅର୍ପଣ କରିଥିଲେ ।