-+91-9937148622 |
prerana_bgr@rediffmail.com |
Monday 11th May 2026 |
R.N.I. Regd No. ODIODI/2010/46693
Breaking News
05-Oct-2020
ପଦ୍ମପୁର, ତା ୫ / ୧୦(କୁଞ୍ଜ ବିହାରୀ ସାହୁ)- ପଦ୍ମପୁର ବ୍ଲକ ଅନ୍ତର୍ଗତ ଜମଲା ପଞ୍ଚାୟତର କୁଦୋପାଲି ଗ୍ରାମର ରାଧାକୃଷ୍ଣ ମନ୍ଦିର ବତ୍ତର୍ମାନ ଭାଙ୍ଗିବା ଅବସ୍ଥାରେ ରହିଛି । ଏହି ମନ୍ଦିର ୧୮୭୮ ମସିହା ଜୁନ ମାସରେ ପ୍ରତିଷ୍ଠା ହୋଇଥିଲା । ଏହି ମନ୍ଦିର ଏକ ପୁରାତନ ଆର୍ଦଶ ମନ୍ଦିର ରୂପେ ଏ ଅଞ୍ଚଳରେ ଆଧ୍ଯାତ୍ସିକ ଓ ଧାର୍ମିକ ଅନୁଷ୍ଠାନ ରୂପେ ସୁପରିଚିତ । ଏହି ମନ୍ଦିର ଉପରେ ବୃକ୍ଷ ଲତା ବାହାରି ପଡିଛି । ଏହି ମନ୍ଦିର ଟି ଭାଙ୍ଗିବା ଅବସ୍ଥାରେ ରହିଛି । ଏହାର ପୁନ ରୁଦ୍ଧାର ନିମନ୍ତେ ସରକାରଙ୍କ ର ଦୃଷ୍ଟି ଗୋଚର କରି ଏହି ମନ୍ଦିର ର ମରାମତି ନିମନ୍ତେ ସହାୟତା ପ୍ରଦାନ କରିବା ପାଇଁ ଗ୍ରାମବାସୀ ସରକାରଙ୍କ ଠାରେ ଅନୁରୋଧ କରିଛନ୍ତି । ଏହି ମନ୍ଦିର ର ମରାମତି କଲେ ଅଞ୍ଚଳର ଐତିହ ପରମ୍ପରା ବଜାୟ ରହିବା ସଙ୍ଗେ ସଙ୍ଗେ ଧାର୍ମିକ ଭାବନା ଜାଗ୍ରତ ହେବ । ଏଣୁ ସରକାରଙ୍କ ପର୍ଯ୍ୟଟନ ଓ ସଂସ୍କୃତି ବିଭାଗ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନିମନ୍ତେ ସର୍ବ ସାଧାରଣ ପକ୍ଷରୁ ଦାବି ହେଉଛି ।