-+91-9937148622 |
prerana_bgr@rediffmail.com |
Monday 11th May 2026 |
R.N.I. Regd No. ODIODI/2010/46693
Breaking News
05-Oct-2020
ବଡ଼ବିଲ,05/10: କେନ୍ଦୁଝର ଜିଲ୍ଲା ବଲାଣି ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ବଡ଼ବିଲ-ବଲାଣି ରାସ୍ତା ଡର୍ବି ଛକଠାରେ ଭାରସାମ୍ୟ ହରାଇ ଘର ଭିତରେ ପଶିଗଲା ହାଇଓ୍ବା । ଏହାଫଳରେ ଗୋଟିଏ ପରିବାରର ୩ଜଣ ଗୁରୁତର ହୋଇଥିବା ଜଣାଯାଇଛି।*
ମିଳିଥିବା ସୂଚନା ଅନୁଯାୟୀ, ଗତ ରାତି ପ୍ରାୟ ୨ଟା ବେଳେ ଏକ ହାଇଓ୍ବା ବଡ଼ବିଲ-ବଲାଣି ରାସ୍ତା ଡର୍ବି ଛକଠାରେ ଭାରସାମ୍ୟ ହରାଇ ଗୋପାଳ ମୁଣ୍ଡାଙ୍କ ଘର ଭିତରେ ପଶିଯାଇଥିଲା। ଏହାଫଳରେ ତାଙ୍କ ଘର ସଂପୂର୍ଣ୍ଣ ଭାଙ୍ଗିଯାଇଥିଲା। ହାଇଓ୍ବାଟି ଘର ଭିତରେ ଶୋଇଥିବା ଗୋପାଳ ମୁଣ୍ଡାଙ୍କ ଦୁଇ ଝିଅ ରେଶମୀ(୨୦), ଅଞ୍ଜଳି(୧୦)ଏବଂ ପୁଅ କରନ(୧୩)ଙ୍କ ଉପରେ ଚଢିଯାଇଥିଲା। ଏଥିରେ ରେଶମୀଙ୍କ ଗୋଡ଼ ଓ ଅଣ୍ଟା ଭାଙ୍ଗିଯାଇଛି। ତାଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଅଞ୍ଜଳି ଓ କରନଙ୍କୁ ବଡ଼ବିଲ ସରକାରୀ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଗୋପାଳ ମୁଣ୍ଡା ଓ ତାଙ୍କ ସ୍ତ୍ରୀ ଅଲଗା ଘରେ ଶୋଇଥିବା ହେତୁ ଏହି ଦୁର୍ଘଟଣାରୁ ବର୍ତ୍ତିଯାଇଥିବା କୁହାଯାଉଛି।
ଏଣେ ଦୁର୍ଘଟଣା ଘଟାଇବା ପରେ ହାଇଓ୍ବା ଚାଳକ ଫେରାର ହୋଇଛି। ବଲାଣି ଥାନା ପୁଲିସ୍ ଗାଡ଼ିକୁ ଜବତ କରିବା ସହ ବଡ଼ବିଲର ଉକ୍ତ ହାଇଓ୍ବା ମାଲିକଙ୍କୁ ଅଟକ ରଖିଥିବାର ସୂଚନା ମିଳିଛି।