-+91-9937148622 |
prerana_bgr@rediffmail.com |
Monday 11th May 2026 |
R.N.I. Regd No. ODIODI/2010/46693
Breaking News
05-Oct-2020
ନୂଆଗାଁ, ନୟାଗଡ ତା ୫/୧0(Pradip Panda)- ଖୋର୍ଦ୍ଧା ବଲାଙ୍ଗୀର ଜାତୀୟ ରାଜପଥ ରେ ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକର କୋରଡ଼ା ନିକଟରେ ପଥରା ଶଙ୍ଖ ଠାରେ ଏକ ଆଶ୍ଚର୍ଯ୍ୟ ଜନକ ସଡକ ଦୁର୍ଘଟଣା ଘଟିଛି | ଖୋର୍ଦ୍ଧା ରୁ ସୋନପୁର ସୋରୁମ କୁ ଛଅଟି ଟ୍ରାକଟର ଯାଉଥିଲା | ଦଶପଲ୍ଲା ଆଡୁ ଦ୍ରୁତଗତି ରେ ଆସୁଥିବା ଏକ ବୋଲେରୋ ( OD31F2264 ) ଗୋଟିଏ ଟ୍ରାକ୍ଟର କୁ ଧକା ଦେଇଥିଲା | ଆଶ୍ଚର୍ଯ୍ୟ ର କଥା ଏହିକି ଯେ ଦୁର୍ଘଟଣାରେ ଟ୍ରାକ୍ଟର ଟି ର ଇଂଜିନ ଅଧାରୁ ଛିଡିଯାଇଥିଲା | ଇଞ୍ଜିନ ଟି ରାସ୍ତା ଉପରେ ଥିବାବେଳେ ବଡ ଚକ ଦୁଇଟି ବିଲ ଭିତରକୁ ପ୍ରାୟ ଦଶ ଫୁଟ ଗଭୀର ମଧ୍ୟରେ ଯାଇ ପଡିଥିଲା | ବୋଲେରୋ ଗାଡିଟି ସମ୍ପୂର୍ଣ ଭାବେ ଭାଙ୍ଗିଯାଇଛି | ଉଭୟ ଡ୍ରାଇଭର ଙ୍କୁ ପ୍ରଥମେ ନୟାଗଡ଼ ମେଡିକାଲ କୁ ନିଆଯାଇଥିଲା | ସେମାନଙ୍କର ଅବସ୍ଥା ସମ୍ପୂର୍ଣ ସଙ୍କଟାପର୍ଣ୍ଣ ଥିବାରୁ ଉଭୟଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଥିବା ଜଣା ପଡିଛି | ଖବର ପାଇ ନୂଆଗାଁ ଥାନାରୁ ପୋଲିସ ଟିମ ଘଟଣା ସ୍ଥଳରେ ପହଂଚି ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି |