-+91-9937148622 |
prerana_bgr@rediffmail.com |
Wednesday 19th August 2026 |
R.N.I. Regd No. ODIODI/2010/46693
Breaking News
25-Feb-2024
ତୁମୁଡିବନ୍ଧ(ପ୍ରେରଣା ଖବର): ସାଧାରଣ ନିର୍ବାଚନ ପୂର୍ବରୁ ତୁମୁଡିବନ୍ଧ ବ୍ଲକରେ ଶକ୍ତିଶାଳୀ ଓ ସୁଦୃଢ ହେଉଛି ବିଜୁ ଜନତା ଦଳ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସ୍ୱଚ୍ଛ ଶାସନରେ ଅନୁପ୍ରାଣିତ ହେଇ ତୁମୁଡିବନ୍ଧ ବ୍ଲକ ବିଜେଡି ସଭାପତି ତଥା ସାଂସଦଙ୍କ ପ୍ରତନିଧି ପ୍ରମୋଦ ସାହୁଙ୍କ ନେତୃତ୍ୱରେ ଦିନକୁ ବିଜେପି ଓ କଂଗ୍ରେସ ଛାଡି ବିଜେଡି ରେ ସାମିଲ ହେଉଛନ୍ତି ହଜାର ହଜାର କର୍ମୀ l ରବିବାର ଦିନ ତୁମୁଡିବନ୍ଧରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହେଇଯାଇଛି l ଏହି ଅବସରରେ ବିଜେପି ଓ କଂଗ୍ରେସ ଦଳ ଛାଡି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ବିକାଶ ଧାରାରେ ସାମିଲ ହେବାକୁ ବିଜେଡି ରେ ସାମିଲ ହେଇଛନ୍ତି ୧୦୦୦ ରୁ ଉର୍ଦ୍ଧ କର୍ମୀ l ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବାଲିଗୁଡା ନିର୍ବାଚନ ମଣ୍ଡଳୀ ସଂଯୋଜକ ଟୁନା ଦାସ ଯୋଗଦେଇଥିଲେ ସନମାନିତ ଅତିଥି ଭାବେ ବାଲିଗୁଡା ବିଧାୟକ ଚକ୍ରମଣୀ କହଁର, ବାଲିଗୁଡା ନିର୍ବାଚନ ମଣ୍ଡଳୀ ପର୍ଯ୍ୟବେକ୍ଷକ ଅଜୟ ମହାରଣା, ଆମ ଓଡିଶା ନବୀନ ଓଡିଶା ଜିଲ୍ଲା ସଂଯୋଜକ ରାଜୀବ ପାତ୍ର, ବାଲିଗୁଡା ନଗର ବିଧାୟକ ପ୍ରତନିଧି ଅବନୀ କାନ୍ତ ନାୟକ, ତୁମୁଡିବନ୍ଧ ବ୍ଲକ ସଭାପତି ପ୍ରମୋଦ ସାହୁ, ବ୍ଲକ ସଭାନେତ୍ରୀ ରାଣୁବାଳା ମହାନ୍ତି, କନ୍ଧମାଳ ଜିଲ୍ଲା ମହିଳା ଜନତା ଦଳ ସମ୍ପାଦିକା ନଳିନୀ ପ୍ରଧାନ, ଯୁବ ସଭାପତି ରାମଚନ୍ଦ୍ର ଚାନ୍ଦ, ଛାତ୍ର ସଭାପତି ସୁଜିତ କୁମାର ସାହୁ, କନ୍ଧମାଳ ଜିଲ୍ଲା ଛାତ୍ର ଜନତା ଦଳ ଉପସଭାପତି ବାବୁଛେନ ମଣ୍ଡଳ, କନ୍ଧମାଳ ଜିଲ୍ଲା ଡିଜିଟାଲ ସେକ୍ରେଟାରୀ ସାମୁଏଲ ନାୟକ, ବ୍ଲକ ଉପସଭାପତି ଅମୀୟ ପରାସେଟ ଓ ତୁମୁଡିବନ୍ଧ ବ୍ଲକର ସମସ୍ତ ଗ୍ରାମ ପଞ୍ଚାୟତ ର ପଞ୍ଚାୟତ ସଭାପତି ନିର୍ବାଚିତ ସରପଞ୍ଚ ସମିତି ସଭ୍ୟ ସଭ୍ୟା ଉପସ୍ଥିତ ଥିଲେ l ତୁମୁଡିବନ୍ଧ ଗ୍ରାମ ପଞ୍ଚାୟତର ଜଣେ ବରିଷ୍ଠ ନେତା ଶ୍ୟାମ ପରିଡା, ଯୁବ ନେତା ସୁଶାନ୍ତ ପ୍ରଧାନ ଓ କନ୍ଧମାଳ ଜିଲ୍ଲା ମହିଳା ଜନତା ଦଳର ସାଧାରଣ ସମ୍ପାଦକ ନଳିନୀ ପ୍ରଧାନଙ୍କ ନେତୃତ୍ୱ ରେ ବେନାରାବାହାଲ, ନୂଆମୁଣ୍ଡା, ଲାବଣ୍ୟନଗର, ଶ୍ରଦ୍ଧାପୂର ରୁ ପ୍ରାୟ ୨୦୦ ରୁ ଉର୍ଦ୍ଧ କର୍ମୀ ବିଜେପି ଛାଡି ବିଧିବଦ୍ଧ ଭାବେ ବିଜେଡି ରେ ସାମିଲ ହେଇଛନ୍ତି l ସେପରି ଭାବେ ତୁମୁଡିବନ୍ଧ ବ୍ଲକ ବିଜୁ ଜନତା ଦଳ ବ୍ଲକ ଯୁଗ୍ମ ସମ୍ପାଦକ ପିତାମ୍ବର ସାହୁ ଓ ଝୁନା ପରିଡା ଙ୍କ ନେତୃତ୍ୱ ରେ ବାହାଲପଦା, ଉଦୁଲିପଡା, ଆମ୍ବେଦକର ଛକ, ସୁରୁପଦର, ମହୁଲଭୁରି ଗ୍ରାମରୁ ପ୍ରାୟ ୨୦୦ ରୁ ଉର୍ଦ୍ଧ କର୍ମୀ କଂଗ୍ରେସ ଓ ବିଜେପି ଛାଡି ବିଜୁ ଜନତା ଦଳରେ ସାମିଲ ହେଇଛନ୍ତି l ତୁମୁଡିବନ୍ଧ ବ୍ଲକ ଯୁବ ସଭାପତି ରାମଚନ୍ଦ୍ର ଚାନ୍ଦ, ଫିଲୁ ସାହୁଙ୍କ ନେତୃତ୍ୱ ରେ ବଜାର ସାହି, ବଡ଼ସାହି, ମଞ୍ଜିଆପଦା, ଖାରି ସାହି, ବଡ଼ସାହି, ମଞ୍ଜିଆପଦା ଗ୍ରାମରୁ ପ୍ରାୟ ୩୦୦ ରୁ ଉର୍ଦ୍ଧ ମହିଳା ଓ ଯୁବକ କର୍ମୀ ମାନେ ବିଜୁ ଜନତା ଦଳରେ ବିଧିବଦ୍ଧ ଭାବେ ସାମିଲ ହେଇଛନ୍ତି l ବ୍ଲକ ଛାତ୍ର ଉପସଭାପତି ବିକାଶ ନାୟକ(ଡୁବା) ନେତୃତ୍ୱରେ ବୁଡ଼ାପଡା ଗ୍ରାମର ୧୦୦ କର୍ମୀ କଂଗ୍ରେସ ଛାଡି ବିଧିବଦ୍ଧ ଭାବେ ବିଜୁ ଜନତା ଦଳରେ ସାମିଲ ହେଇଛନ୍ତି l ସେପରି ଭାବେ ଯୁବ ନେତା ମଳୟ ନାୟକ ଓ ଲାଲା ନାୟକଙ୍କ ନେତୃତ୍ୱ ରେ ତୁମୁଡିବନ୍ଧ ଗ୍ରାମ ପଞ୍ଚାୟତ ଶଗଡିଆସାହି ଗ୍ରାମର ପ୍ରାୟ ୩୦ ଯୁବକ ଓ ୨୦ ଜଣ ମହିଳା କର୍ମୀ କଂଗ୍ରେସ ଓ ବିଜେପି ଛାଡି ବିଜେଡି ରେ ସାମିଲ ହେଇଛନ୍ତି l ଯୁବ ନେତା ନନ୍ଦ ନାୟକଙ୍କ ନେତୃତ୍ୱ ରେ ତୁମୁଡିବନ୍ଧ ଗ୍ରାମ ପଞ୍ଚାୟତର ଲୋହରାସାହି ଗ୍ରାମର ପ୍ରାୟ ୫୦ ଜଣ ଯୁବକ କଂଗ୍ରେସ ଛାଡି ବିଜେଡି ରେ ସାମିଲ ହେଇଛନ୍ତି l ତୁମୁଡିବନ୍ଧ ଗ୍ରାମ ପଞ୍ଚାୟତ ସଭାପତି ଜିସାୟ ମଣ୍ଡଳ ଓ କନ୍ଧମାଳ ଜିଲ୍ଲା ବିଜୁ ଯୁବ ଜନତା ଦଳର ଯୁଗ୍ମ ସମ୍ପାଦକ ବେଲାରସେନ ପରାସେଟଙ୍କ ନେତୃତ୍ୱ ରେ ମାଲିପଡ଼ା, ପାଞ୍ଜିଙ୍ଗମାସ୍କା,ପଲମ, ବଲମ, ନିଲିଙ୍ଗପଦର ଭଳିଆପାଣି, ଗୁରୁପଡା, କାଳିସାପଦାର ଗ୍ରାମର ପ୍ରାୟ ୩୦୦ ରୁ ଉର୍ଦ୍ଧ କର୍ମକର୍ତା କଂଗ୍ରେସ ଓ ବିଜେପି ଛାଡି ବିଧିବଦ୍ଧ ଭାବେ ବିଜେଡି ରେ ସାମିଲ ହେଇଛନ୍ତି l ବାଲିଗୁଡା ପ୍ରଭାରୀ ଅଜୟ ମହାରଣା ଓ ବାଲିଗୁଡା ସଂଯୋଜକ ଟୁନା ଦାସ ଦଳୀୟ ଉତ୍ତରୀୟ ପରିଧାନ କରେଇ ନୂତନ ଭାବେ ଦଳରେ ସାମିଲ ହେଇଥିବା କର୍ମୀଙ୍କୁ ସ୍ୱାଗତ କରିଥିଲେ l ଆଜିର ଜନସମୁଦ୍ର ବିରୋଧୀ କଂଗ୍ରେସ ଓ ବିଜେପି ପାଇଁ ଏକ ଝଟକା କହିଲେ ଅତ୍ୟୁକ୍ତି ହେବନି l ଆଜିର କାର୍ଯ୍ୟକ୍ରମ ପରେ ତୁମୁଡିବନ୍ଧରେ ବିରୋଧୀ ଶୂନ୍ୟ ହେବା ସମୟ ସନ୍ନିକାଟ l