-+91-9937148622 |
prerana_bgr@rediffmail.com |
Wednesday 19th August 2026 |
R.N.I. Regd No. ODIODI/2010/46693
Breaking News
25-Feb-2024
ନବରଙ୍ଗପୁର-)ମିହିର ଶଙ୍କର ପାତ୍ର,)ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଳକ ବାଲେଗାଁ ଗ୍ରାମ ପଞ୍ଚାୟତ ବାଲେଗାଁ ଠାରେ ମାଳି ସମାଜର ବ୍ରତୋପନୟନ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇ ଯାଇଛି l ଏହି ଅବସରରେ ବ୍ରତୋପନୟନ କରିବା ନିମନ୍ତେ ଚୁରାହାଣ୍ଡି ଗ୍ରାମର ବ୍ରାହ୍ମଣ ଗୋସେଇଁ ଅଜୟ ଯୋଶୀ ଓ ବିଜୟ ଯୋଶୀ ଦୁଇ ଗୋସେଇଁ ଙ୍କ ଦ୍ଵାରା ପଚାଶ ମାଳି ସମାଜର ଯୁବକ ଙ୍କୁ ବ୍ରତ କରାଇ ଥିଲେ l ଉକ୍ତ ସ୍ଥାନରେ ଡାବୁଗାଁ ଲୋକ ପ୍ରିୟ ବିଧାୟକ ମନୋହର ରନ୍ଧାରୀ ତାଙ୍କ କର୍ମୀ ମାନଙ୍କ ସହ ପହଁଞ୍ଚି
ଉକ୍ତ ମନ୍ଦିର ର ଉନ୍ନତି ନିମନ୍ତେ ପାଞ୍ଚ ଲକ୍ଷ ଟଙ୍କା ଦେବାପାଇଁ ସମସ୍ତଙ୍କ ସମ୍ମୁଖରେ ଘୋଷଣା କରିଥିଲେ l ଶ୍ରୀ ଶ୍ରୀ ବାଙ୍କେଶ୍ଵର ବାବା ଙ୍କ ମନ୍ଦିର,ବାଲେଗାଁ ଡକରୀଭଟା ର ମୁଖ୍ୟ ପୂଜକ ତୁଳାରାମ ପୂଜାରୀ,ମନ୍ଦିର କମିଟିର କର୍ମକର୍ତ୍ତା ଦୁର୍ଯ୍ୟୋଧନ ଭତ୍ରl,ଦୁର୍ଯ୍ୟୋଧନ ମିର୍ଗାନ,ପର୍ଶୁ ଗୌଡ,ତୁଳାରାମ ଭତ୍ରl, ମାଧବ ଭତ୍ରl,ଜିତେନ୍ଦ୍ର ମାଝୀ, ଜଗନ୍ନାଥ ରାଓ, ଜିଲ୍ଲା ପରିଷଦ ସଭ୍ୟା ରମାବତୀ ପୂଜାରୀ,ସମିତି ସଭ୍ଯ ପଦଲାମ ଭତ୍ରl,ସରପଞ୍ଚ ନୀଳଧର ଭତ୍ରl,ମାଳୀ ସମାଜର ସଭାପତି ରାମ ମାଳୀ,ଉପ ସଭାପତି-ଦୟାନିଧି ମାଳୀ, ସମ୍ପାଦକ-ପୂର୍ଣ୍ଣଚନ୍ଦ୍ର ମାଳୀ, ସହ ସମ୍ପାଦକ-ହରିହର ମାଳୀ, ସହଯୋଗୀ-ଧନସାଏ ମାଳୀ ଓ ବୃନ୍ଦାବନ ମାଳୀ ପ୍ରମୂଖ ବିଧାୟକ ଙ୍କ ଘୋଷଣା ଯୋଗୁଁ ଅତ୍ୟନ୍ତ ଖୁସି ହେବା ସହ ବିଧାୟକ ଙ୍କୁ ଭୂୟସୀ ପ୍ରସଂଶା କରିଥିଲେ।