-+91-9937148622 |

prerana_bgr@rediffmail.com |

  Tuesday 11th August 2026 |

| | | |

R.N.I. Regd No. ODIODI/2010/46693

Breaking News

ଗୋପବନ୍ଧୁଙ୍କ ଶ୍ରାଦ୍ଧୋତ୍ସବରେ ୫୨ ୟୁନିଟ ରକ୍ତ ସଂଗ୍ରହ   (11-Aug-2026)       ||      ଶ୍ରାବଣୀ ଯାତ୍ରାରେ ଜଳାଭିଷେକ କରିବା ପାଇଁ ୨୦ ଜଣ କାଉଡିଆ ଙ୍କ ଦେବଗିରି ଶୈବପୀଠକୁ ପଦଯାତ୍ରା    (11-Aug-2026)       ||      ମଧ୍ୟପୁର ପଞ୍ଚାୟତରେ ଆବାସ ନାଁ ରେ ଟଙ୍କା ଆଦାୟ    (11-Aug-2026)       ||      ତୁଷରା ଶାଖା ଗସ୍ତରେ ପହଞ୍ଚିଲେ ୟୁପିଏମଏସ୍‌ର ପ୍ରାନ୍ତୀୟ ଓ ଜୋନାଲ ପଦାଧିକାରୀ   (11-Aug-2026)       ||      ଲୋଇସିଂହାରେ ବିଶ୍ଵ ଆଦିବାସୀ ଦିବସ ପାଳିତ, ସମାଜ ର ଏକତା ହେଲେ ଆଦିବାସୀ ଙ୍କ ବିକାଶ ହେବ   (11-Aug-2026)       ||      ପଲ୍ଲୀ ବିକାଶର ୨୬ତମ ପ୍ରତିଷ୍ଠା ଦିବସ ପାଳିତ ଚାଷୀ ଓ ମହିଳାଙ୍କ ସଶକ୍ତିକରଣ ସହ ସାମାଜିକ ଓ ଆର୍ଥିକ ବିକାଶ ପାଇଁ ଏକତ୍ରିତ ହୋଇ କାର୍ଯ୍ୟ କରିବାକୁ ଆହ୍ୱାନ   (11-Aug-2026)       ||      ସ୍ୱାଧୀନତା କପ ଫୁଟବଲ ଚମ୍ପିୟାନସିପ :ଦ୍ୱିତୀୟ ସେମି ଫାଇନାଲ ରେ ଆଦିବାସୀ ମହାବିଦ୍ୟାଳୟ ଦଳ ବିଜୟୀ   (11-Aug-2026)       ||      ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ,   (11-Aug-2026)       ||      ଲିଟିସର୍ଗି ପଞ୍ଚାୟତରେ ଗାଁ ରେ ପ୍ରଶାସନ କାର୍ଯ୍ୟକ୍ରମ   (11-Aug-2026)       ||      ସିନ୍ଧେକେଲାରେ ସଙ୍କୁଳ ସ୍ତରୀୟ ଜ୍ଞାନ ବିଜ୍ଞାନମେଳା   (11-Aug-2026)       ||      ସମ୍ବଲପୁରରେ ବିଭାଗୀୟ ସମନ୍ୱୟ, ଯୋଜନାର କାର୍ଯ୍ୟକାରିତା ଓ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କଲେ ଜଳସମ୍ପଦ ସଚିବ ଶୁଭା ଶର୍ମା    (11-Aug-2026)       ||      ସମ୍ବଲପୁରରେ ବିଭାଗୀୟ ସମନ୍ୱୟ, ଯୋଜନାର କାର୍ଯ୍ୟକାରିତା ଓ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କଲେ ଜଳସମ୍ପଦ ସଚିବ ଶୁଭା ଶର୍ମା (ଭା.ପ୍ର.ସେ)   (10-Aug-2026)       ||      ପତିତପାବନ ଏକାଡେମୀ ର ପୂର୍ବତନ ପ୍ରଧାନ ଶିକ୍ଷକ ସ୍ବର୍ଗତଃ ବାଙ୍କା ବିହାରୀ ପଣ୍ଡା ଙ୍କ ଦ୍ଵାଦଶାହା କାର୍ଯ୍ୟରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ରାଜନେତାଙ୍କ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି    (10-Aug-2026)       ||      କେନ୍ଦ୍ରୀୟ ଶ୍ରମିକ ସଂଗଠନ ଓ ସଂଯୁକ୍ତ କିଶାନ ମୋର୍ଚ୍ଚା ଡାକରାରେ ବଲାଙ୍ଗିର ଏଆଇଟିୟୁସି ତରଫରୁ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ   (10-Aug-2026)       ||      ପଦ୍ମପୁର ଉପଖଣ୍ଡ ପାଇଁ କେବିକେ ଢାଞ୍ଚାରେ ସ୍ୱତନ୍ତ୍ର ବିକାଶ ପ୍ୟାକେଜ୍ ଦାବି   (10-Aug-2026)       ||      *ଭୁବନେଶ୍ୱରର କୁଖ୍ୟାତ ଅପରାଧୀ ଗ୍ୟାଙ୍ଗକୁ ଗିରଫ କଲା ସୁବର୍ଣ୍ଣପୁର ଜିଲ୍ଲା ପୋଲିସ*   (10-Aug-2026)       ||      ତ୍ରିରଙ୍ଗା ମୟ ବିନିକା ସହର(ଶୋଭାଯାତ୍ରାରେ କମ୍ପିଲା ଦେଶାତ୍ମକବୋଧକ ସ୍ଲୋଗାନ)   (10-Aug-2026)       ||      *କେଲିଆ ଶୈବପୀଠ ରେ ବଲବୋମ ଭକ୍ତ ଙ୍କ ଭିଡ଼*   (10-Aug-2026)       ||      ବିନିକା ବ୍ଲକରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିର (୬୩ଟିରୁ ୧୨ସମାଧାନ)   (10-Aug-2026)       ||      ସ୍ୱାଧୀନତା ଦିବସ ଅବସରରେ ବଲାଙ୍ଗୀର ଜିଲ୍ଲାରେ ‘ହର ଘର ତ୍ରିରଙ୍ଗା’ ଓ ‘ବନ୍ଦେ ମାତରମ୍’ ଅଭିଯାନକୁ ବ୍ୟାପକ କରିବା ପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ    (10-Aug-2026)       ||     

HOME   ଜିଲ୍ଲା

ବେଲପଡ଼ା ୨୬ ନଂ ଜୋନ୍ କୋଶଳ ସମର୍ଥୀତ ପ୍ରାର୍ଥୀ ଗୁଣନୀଧି ବର୍ଗେ ଓ କୋଶଳ ଯୁବନେତା   ବନମାଳୀ ନାଏକଙ୍କ ଉପରେ ହୋଇଥିବା ଆକ୍ରମଣକୁ କୋଶଳ ରାଜ୍ୟ ସମନ୍ୱୟ ସମିତିର ନିନ୍ଦା

21-Dec-2020



ବେଲପଡ଼ା ପଂଚାୟତ ସମିତି ୨୬ ନଂ ଜୋନ୍‌ରେ ଜିଲ୍ଲା ପରିସଦ ସଦସ୍ୟତା ପାଇଁ ଉପନିର୍ବାଚନ ଚାଲିଛି । ଏହି ନିର୍ବାଚନରେ ବି.ଜେ.ଡ଼ି, ବି.ଜେ.ପି, କଂଗ୍ରେସର ପ୍ରାର୍ଥୀ ଛିଡ଼ା ହୋଇଥିବା ବେଳେ ପ୍ରଥମ ଥର ପାଇଁ କୋଶଳ ଆନ୍ଦୋଳନ ସମର୍ଥକ ତଥା କୋଶଳ ରାଜ୍ୟ ସମନ୍ୱୟ ସମିତିର ସଂଗ୍ରାମୀ ଆଦିବାସୀ ନେତା ଗୁଣନୀଧି ବର୍ଗେ ମଧ୍ୟ ସ୍ୱାଧୀନ ପ୍ରାର୍ଥୀ ରୂପେ ନିଶାନ୍ ଚିହ୍ନରେ ନିର୍ବାଚନ ଲଢ଼ୁଛନ୍ତି । ଦଳୀୟ ପ୍ରାର୍ଥୀମାନେ ଠିକାପକାକୁ ନଜର କରି ଲଢ଼ୁଥିବା ବେଳେ କୋଶଳ ଆନ୍ଦୋଳନ ସମର୍ଥୀତ ପ୍ରାର୍ଥୀ ଗୁଣନୀଧି ବର୍ଗେ ଜିଲ୍ଲାପରିଷଦ ଅଂଚଳର ବିକାଶ ଓ ସମ୍ବିଧାନର ଧାରା ୩ ଅନୁଯାୟୀ ସ୍ୱତନ୍ତ୍ର କୋଶଳ ପ୍ରଦେଶ ଗଠନର ଦାବୀ ନେଇ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରୁଛନ୍ତି । ବିଗତ ୨୩ ବର୍ଷ ହେଲା କୋଶଳ ଆନ୍ଦୋଳନ ଯେଉଁଭଳି ଭାବରେ ସ୍ୱତନ୍ତ୍ର କୋଶଳ ପ୍ରଦେଶ ଦାବୀ ସାଙ୍ଗେ ବିଭିନ୍ନ ଜନ ଦାବୀ ନେଇ ଲଢ଼େଇ କରୁଛି ଓ ବିଶେଷ କରି ବିଗତ ୫ ବର୍ଷରେ କୋଶଳ ରାଜ୍ୟ ସମନ୍ୱୟ ସମିତିର ବେଲପଡ଼ା ଶାଖାର ସାଥିମାନେ ବେଲପଡ଼ା ଅଂଚଳର ଚାଷୀ, ଦାଦନ ଶ୍ରମିକ ଆଉ ଖଟିଖିଆ ମାନଙ୍କ ଦାବୀ ନେଇ ପ୍ରବଳ ସଂଘର୍ଷ କରି ଆସିଛନ୍ତି, ଏହାଛଡ଼ା ବିଭିନ୍ନ ସମୟରେ ଦୁର୍ନୀତି ବିରୁଦ୍ଧରେ ବ୍ୟାପକ ଜନ ଆନ୍ଦୋଳନ କରି କୋଶଳ ଆନ୍ଦୋଳନ ସଂପୃକ୍ତ ଅଂଚଳରେ ଲୋକପ୍ରିୟତା ହାସଲ କରିଛି । ତେଣୁ ଆନ୍ଦୋଳନ ପ୍ରତି ଜନ ସମର୍ଥନର ଗଭୀରତାକୁ ପରୀକ୍ଷା କରିବା ପାଇଁ ଏହି ନିର୍ବାଚନରେ କୋଶଳ ଆନ୍ଦୋଳନ ତରଫରୁ ବିଶିଷ୍ଠ ଆଦିବାସୀ ସଂଗଠକ ଗୁଣନୀଧି ବର୍ଗେଙ୍କୁ ପ୍ରାର୍ଥୀ କରାଯାଇଛି । ନିର୍ବାଚନ ପ୍ରଚାର ମଇଦାନରେ ଗୁଣନୀଧି ବର୍ଗେଙ୍କ ଲୋକପ୍ରିୟତାରେ ଈର୍ଷାନ୍ୱିତ ହୋଇ ଗତ କାଲି ରାତିରେ ଶାସକ ଦଳ ଦ୍ୱାରା ପ୍ରୟୋଜିତ କିଛି ଗୁଣ୍ଡା ଗୁଣନୀଧି ବର୍ଗେ ଓ କୋଶଳ ଯୁବ ସମନ୍ୱୟ ସମିତିର ବନମାଳୀ ନାଏକଙ୍କୁ ମରଣାମ୍‌ôକ ଆକ୍ରମଣ କରିଛନ୍ତି । ଗତ କାଲି ରାତିରୁ ଏତାଲା ଦିଆଯାଇଥିଲେ ସୁଦ୍ଧା ପୋଲିସ ପ୍ରଶାସନ ତରଫରୁ ବର୍ତ୍ତମାନ ଯାଏ କାହାକୁ ଗିରଫ କରାଯାଇ ନାହିଁ । ଗୁଣନୀଧି ବର୍ଗେ ଓ ବନମାଳୀ ନାଏକଙ୍କ ଉପରେ ହୋଇଥିବା ଆକ୍ରମଣ ଶାସକ ଦଳର ହତାଶାର ପ୍ରତୀକ ଅଟେ । ବର୍ତ୍ତମାନର ଶାସକ ଦଳ ଉପକୂଳ ଓଡ଼ିଶାର ଏକ ଆଂଚଳିକ ଦଳ ହୋଇଥିବାରୁ ବିଭିନ୍ନ ସମୟରେ ଏହା କୋଶଳ ଆନ୍ଦୋଳକୁ କ୍ଷତି କଲା ଭଳିଆ ପଦକ୍ଷେପ ନେଉଛି । ଅତୀତରେ ରାଜ୍ୟର ସବୁତକ ବିକାଶ ଉପକୂଳ ଓଡ଼ିଶାରେ କରିସାରିଲା ପରେ ବନ୍ଦେ ଉକ୍‌ôଳ ଜନନୀକୁ ରାଜ୍ୟ ସଙ୍ଗୀତର ମର୍ଯ୍ୟାଦା ଦେଇ ଜବରଦସ୍ତି କୋଶଳ ଉପରେ ଲଦି ଦେଇଛି । ତେଣୁ କୋଶଳ ଆନ୍ଦୋଳନ ସମର୍ଥୀତ ପ୍ରାର୍ଥୀଙ୍କ ଲୋକପ୍ରିୟତାରେ ଈର୍ଷାନ୍ୱିତ ହୋଇ ଉପକୂଳ ଓଡ଼ିଶା ଦ୍ୱାରା ପ୍ରୟୋଜିତ ଶାସକ ଦଳର ଏଭଳି ଆକ୍ରମଣ ସେମାନଙ୍କ ଅପରାଧୀ ମନୋଭାବକୁ ପ୍ରତିଫଳିତ କରୁଛି । ସେମାନଙ୍କ ଏତାଦୃଶ ଆକ୍ରମଣକୁ କୋଶଳ ରାଜ୍ୟ ସମନ୍ୱୟ ସମିତି ତରଫରୁ ଗଣତାନ୍ତ୍ରୀକ ଭାବରେ ଉଚିତ୍ ଜବାବ୍ ଦିଆଯିବ ବୋଲି କୋଶଳ ରାଜ୍ୟ ସମନ୍ୱୟ ସମିତିର କେନ୍ଦ୍ରୀୟ ଅଧ୍ୟକ୍ଷ ପ୍ରମୋଦ କୁମାର ମିଶ୍ର ଚେତାବନୀ ଦେଇଛନ୍ତି । ବିନା ପଇସାରେ କୋଶଳ ପ୍ରାର୍ଥୀ ନିର୍ବାଚନ ଲଢ଼ୁଥିବା ବେଳେ ରାଜନୈତିକ ଦଳମାନେ ବିଶେଷ କରି ଶାସକ ଦଳ ତରଫରୁ ମଦ, ମାଂସ ଓ ଟଙ୍କାର ବନ୍ୟା କରାଯାଉଛି । ତେଣୁ କୋଶଳ ସଂଗ୍ରାମୀମାନେ ଏଭଳି ଆକ୍ରମଣରେ ନିରୁସ୍‌ôାହିତ ନ ହୋଇ ବହୁ ଗୁଣରେ କ୍ରିୟାଶୀଳ ହେବାକୁ ଓ ଜନ ସାଧାରଣ ଏଭଳି ଗୁଣ୍ଡାମୀକୁ ସମୁଚିତ ଜବାବ୍ ଦିଅନ୍ତୁ ବୋଲି ଶ୍ରୀ ମିଶ୍ର ଆହ୍ୱାନ ଦେଇଛନ୍ତି ।  
 


News Comment




Photo in News

Advertisment
Lastest News
  ଜିଲ୍ଲା  
ଗୋପବନ୍ଧୁଙ୍କ ଶ୍ରାଦ୍ଧୋତ୍ସବରେ ୫୨ ୟୁନିଟ ରକ୍ତ ସଂଗ୍ରହ   11-Aug-2026
  ଜିଲ୍ଲା  
ଶ୍ରାବଣୀ ଯାତ୍ରାରେ ଜଳାଭିଷେକ କରିବା ପାଇଁ ୨୦ ଜଣ କାଉଡିଆ ଙ୍କ ଦେବଗିରି ଶୈବପୀଠକୁ ପଦଯାତ୍ରା   11-Aug-2026
  ଜିଲ୍ଲା  
ମଧ୍ୟପୁର ପଞ୍ଚାୟତରେ ଆବାସ ନାଁ ରେ ଟଙ୍କା ଆଦାୟ   11-Aug-2026
  ଜିଲ୍ଲା  
ତୁଷରା ଶାଖା ଗସ୍ତରେ ପହଞ୍ଚିଲେ ୟୁପିଏମଏସ୍‌ର ପ୍ରାନ୍ତୀୟ ଓ ଜୋନାଲ ପଦାଧିକାରୀ   11-Aug-2026
  ଜିଲ୍ଲା  
ଲୋଇସିଂହାରେ ବିଶ୍ଵ ଆଦିବାସୀ ଦିବସ ପାଳିତ, ସମାଜ ର ଏକତା ହେଲେ ଆଦିବାସୀ ଙ୍କ ବିକାଶ ହେବ   11-Aug-2026
  ଜିଲ୍ଲା  
ପଲ୍ଲୀ ବିକାଶର ୨୬ତମ ପ୍ରତିଷ୍ଠା ଦିବସ ପାଳିତ ଚାଷୀ ଓ ମହିଳାଙ୍କ ସଶକ୍ତିକରଣ ସହ ସାମାଜିକ ଓ ଆର୍ଥିକ ବିକାଶ ପାଇଁ ଏକତ୍ରିତ ହୋଇ କାର୍ଯ୍ୟ କରିବାକୁ ଆହ୍ୱାନ   11-Aug-2026
  ଜିଲ୍ଲା  
ସ୍ୱାଧୀନତା କପ ଫୁଟବଲ ଚମ୍ପିୟାନସିପ :ଦ୍ୱିତୀୟ ସେମି ଫାଇନାଲ ରେ ଆଦିବାସୀ ମହାବିଦ୍ୟାଳୟ ଦଳ ବିଜୟୀ   11-Aug-2026
  ଜିଲ୍ଲା  
ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ,   11-Aug-2026
  ଜିଲ୍ଲା  
ଲିଟିସର୍ଗି ପଞ୍ଚାୟତରେ ଗାଁ ରେ ପ୍ରଶାସନ କାର୍ଯ୍ୟକ୍ରମ   11-Aug-2026
  ଜିଲ୍ଲା  
ସିନ୍ଧେକେଲାରେ ସଙ୍କୁଳ ସ୍ତରୀୟ ଜ୍ଞାନ ବିଜ୍ଞାନମେଳା   11-Aug-2026
  ଜିଲ୍ଲା  
ସମ୍ବଲପୁରରେ ବିଭାଗୀୟ ସମନ୍ୱୟ, ଯୋଜନାର କାର୍ଯ୍ୟକାରିତା ଓ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କଲେ ଜଳସମ୍ପଦ ସଚିବ ଶୁଭା ଶର୍ମା   11-Aug-2026
  ଜିଲ୍ଲା  
ସମ୍ବଲପୁରରେ ବିଭାଗୀୟ ସମନ୍ୱୟ, ଯୋଜନାର କାର୍ଯ୍ୟକାରିତା ଓ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କଲେ ଜଳସମ୍ପଦ ସଚିବ ଶୁଭା ଶର୍ମା (ଭା.ପ୍ର.ସେ)   10-Aug-2026

You Might Also Like