-+91-9937148622 |
prerana_bgr@rediffmail.com |
Wednesday 19th August 2026 |
R.N.I. Regd No. ODIODI/2010/46693
Breaking News
24-Feb-2024
(ମିହିର ଶଙ୍କର ପାତ୍ର)
କେଲିଆ ଶୈବ ପୀଠ ରେ ଶିବରାତ୍ରୀ ପାଳନ ପାଇଁ ପ୍ରସ୍ତୁତି ବୈଠକ ଶନିବାର ୨୪ ତାରିଖ ଦିନ ଅନୁଷ୍ଠିତ ହୋଇଯାଇଛି। ମନ୍ଦିର ପରିଚାଳନା କମିଟି ଉପ ସଭାନେତ୍ରୀ ତଥା ଡାବୁଗାଁ ବ୍ଲକ ଅଧ୍ୟକ୍ଷା ବୀଣା ମାଝୀ ବୈଠକ ରେ ଅଧ୍ୟକ୍ଷତା କରିଥିଲେ ଏବଂ ମନ୍ଦିର ପରିଚାଳନା କମିଟି ସଂପାଦକ ଦେବରାଜ ପାତ୍ର ବୈଠକ କୁ ପରିଚାଳନା କରିଥିଲେ। ଡାବୁଗାଁ ଥାନା ଆଇଆଇସି ସୁନିଲ୍ କୁମାର୍ ପ୍ରଧାନ, ମନ୍ଦିର କୋଷାଧ୍ୟକ୍ଷ ଜି ସାଇ ରାଜୁ, ଏବିଡିଓ ପଦ୍ମନାଭ ତ୍ରିପାଠୀ, ମଳୟ ବିଷୟୀ, ସୁରେନ୍ଦ୍ର ମିଶ୍ର, ହିନ୍ଦୁ ମହାସଂଘ ପ୍ରମୁଖ ଜୟନ୍ତ କୁମାର ପାତ୍ର , ଧର୍ମାନନ୍ଦ ନାୟକ, ପଦ୍ମ ଚରଣ ନାୟକ, ନରସିଂହ ମାଝୀ, ଭଗବାନ ଖୁଣ୍ଟିଆ, ରବି ଷଡ଼ଙ୍ଗୀ, କର୍ଣ୍ଣ ଭତରା ଏବଂ ଅନ୍ୟମାନେ ଉପସ୍ଥିତ ଥିଲେ। ଟ୍ରାଫିକ ନିୟନ୍ତ୍ରଣ, ସଠିକ ପୂଜାର୍ଚ୍ଚନା ଏବଂ ସୁବ୍ୟବସ୍ଥା ଉପରେ ବୈଠକରେ ଆଲୋଚନା କରଯାଇଥିଲା।