-+91-9937148622 |
prerana_bgr@rediffmail.com |
Tuesday 18th August 2026 |
R.N.I. Regd No. ODIODI/2010/46693
Breaking News
24-Feb-2024
ସମ୍ବଲପୁର- (ସଂଜୀବପାଣିଗ୍ରାହୀ) - ସଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ରାଜନୈତିକ ଦଳ ମାନଙ୍କରେ ତତ୍ପରତା ଓ ସକ୍ରିୟତା ବୃଦ୍ଧି ପାଇବାରେ ଲାଗିଛି । ଅନ୍ୟ ସମସ୍ତ ରାଜନୈତିକ ଦଳ ଅପେକ୍ଷା ବିଜେପି ଅଧିକ କ୍ରିୟାଶୀଳ ହେବାର ଲାଗିଛି । ରାଷ୍ଟ୍ରୀୟ ସ୍ତରରୁ ବୁଥ ପର୍ଯ୍ୟନ୍ତ ସଙ୍ଗଠନ ବିସ୍ତାର ଓ ସଂଗଠିତ କରାଯାଉଛି ।
ଏହି ମର୍ମରେ ଆଜି ସମ୍ବଲପୁର ବିଜେପି ମହାନଦୀ ମଣ୍ଡଳ ପକ୍ଷରୁ ବୁଥ ଚାଲ ଅଭିଯାନ କାର୍ଯ୍ୟକ୍ରମ ହୋଇଯାଇଛି । ମଣ୍ଡଳ ସଭାପତି ସୁଶାନ୍ତ ପୁରୋହିତ ଙ୍କ ସଭାପତିତ୍ବ ରେ ସୋମନାଥ ମନ୍ଦିର ପ୍ରାଙ୍ଗଣ ରେ ଆଜିର ଏହି ବୈଠରେ ରେ ଜିଲ୍ଲା ସଧାରଣ ସମ୍ପାଦକ ଅନିଲ କୁମାର ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଆଗମୀ ଦିନରେ କିଭଳି ଭାବରେ ବୁଥ ସ୍ତରରେ କାର୍ଯ୍ୟ କରାଯିବ, କେନ୍ଦ୍ର ସରକାର ଙ୍କ ଜନକଲ୍ୟାଣକାରି ଯୋଜନା କୁ ଲୋକଙ୍କ ପାଖରେ ପହଞ୍ଚା ଯିବ, ଅଧିକ ରୁ ଅଧିକ ସଂଖ୍ୟକ ଭୋଟର ଙ୍କୁ ଭୋଟ ଦେବା ପାଇଁ ପ୍ରେରିତ କରାଯିବ ଇତ୍ୟାଦି ବିଷୟରେ ଆଲୋଚନା ହୋଇଥିଲା ।
ଆଜିର ଏହି କାର୍ଯ୍ୟକ୍ରମ ରେ ଅନ୍ୟ ମାନଙ୍କ ମଧ୍ୟରେ ସମିର ରଞ୍ଜନ ବାବୁ, ଫଣି ଭୂଷଣ ମିଶ୍ର, ଅଜିତ ବେହେରା, ଶୀତାକାନ୍ତୀ ମେସୁଆ, ଲକ୍ଷ୍ମୀପ୍ରିୟା ପ୍ରଧାନ, କବିତା ବେହେରା, କଳ୍ପନା ବେହେରା, ସାରଦା ବରାଡ, ମାନସୀ ମିଶ୍ର, ସାଜ ସ୍ୱାଇଁ, ମନ୍ଦାକିନୀ ସାହୁ, ରାଜ୍ୟ ପେନାଲିଷ୍ଟ ମାନସ ରଞ୍ଜନ ବକ୍ସି ପ୍ରମୁଖ ସାମିଲ ଥିଲେ ।