-+91-9937148622 |
prerana_bgr@rediffmail.com |
Sunday 16th August 2026 |
R.N.I. Regd No. ODIODI/2010/46693
Breaking News
22-Feb-2024
ବଲାଙ୍ଗିର (ଚିତ୍ରସେନ ବେହେରା): ବଲାଙ୍ଗିର ଜିଲ୍ଲା ଲୋଇସିଂହା ଅବକାରୀ ବିଭାଗ ଗତକାଲି ରାତିରେ କୌଣସି ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଲୋଇସିଂହା ବ୍ଲକ ମନହୀରା ଗାଁ ରେ ପହଂଚି ଥିଲା l ବଲାଙ୍ଗିର ଓ ଲୋଇସିଂହା ଅବକାରୀ ବିଭାଗ ତରଫରୁ ମିଳିତ ଭାବରେ ଚଢାଉ କରାଯାଇ ଏହି ଗାଁ ର ନାରଦ ସେଠ୍ (୭୦) ଓ ଦାଢ଼ି ପୋଢ଼(୨୬) ଙ୍କୁ କାବୁ କରିଥିଲେ l ନାରଦଙ୍କ ପାଖରୁ ୪୦ ଲିଟର ଓ ଦାଢ଼ି ଙ୍କ ପାଖରୁ ୧୦ ଲିଟର ଦେଶୀ ମଦ ଜବତ କରାଯାଇଛି l ଏହି ଦୁଇ ଜଣ ବହୁ ଦିନରୁ ଗାଁ ରେ ଖୁଲମଖୁଲ୍ଲା ଦେଶୀ ମଦ ବିକ୍ରି କରୁଥିବା ଜାଣିବାକୁ ପାଇ ଥିଲେ ଅବକାରୀ ବିଭାଗର ମୋବଇଲ୍ ଟିମ୍ । ଏହି ଚଢାଉ ରେ ମୋଟ୍ ୫୦ ଲିଟର ଦେଶୀ ରନ୍ଧା ମଦ ଜବତ କରିବା ସହ ଗତକାଲି ରାତିରେ ନାରଦ ଓ ଦାଢ଼ି ଙ୍କୁ କୋର୍ଟ ଚାଲାଣ କରିଛି ଅବକାରୀ ବିଭାଗ l