-+91-9937148622 |
prerana_bgr@rediffmail.com |
Tuesday 11th August 2026 |
R.N.I. Regd No. ODIODI/2010/46693
Breaking News
16-Feb-2024
ଲୋଇସିଂହା/ଆଗଲପୁର (ପ୍ରେରଣା ଖବର) ଆଜି ଆଗଲପୁର ବ୍ଲକ ସମ୍ମୁଖରେ କୋଶଲ କିଷାନ ସଭା ବଲାଙ୍ଗୀର ଓ ମିଳିତ କୃଷକ ମଞ୍ଚ ବଲାଙ୍ଗୀର ଜିଲ୍ଲା ଓ ସୋନପୁର ଜିଲ୍ଲା ର ସଂଯୁକ୍ତ କିସାନ ମୋର୍ଚ୍ଚl ତରଫରୁ ଗଣ ବିକ୍ଷୋଭ ତଥା ବନ୍ଦ ପାଳନ ଦେଖିବାକୁ ମିଳିଥିଲା l ଆଜି ଆଗଲପୁର ବ୍ଲକ ଓ ଲୋଇସିଂହା ବ୍ଲକ ର ବିଭିନ୍ନ ସ୍ଥାନରେ କୋଶଲ କିସାନ ସଭା ଓ ମିଳିତ କୃଷକ ମଞ୍ଚ ର ନେତୃତ୍ୱରେ ବନ୍ଦ ପାଳନ ଦେଖିବାକୁ ମିଳିଥିଲା l କେନ୍ଦ୍ର ସରକାର ଙ୍କ ଚାଷୀମାରଣ ନୀତି ବିରୁଦ୍ଧରେ ସ୍ବର ଉତ୍ତୋଳନ କରି ଆଗଲପୁର ଓ ଲୋଇସିଂହା ବ୍ଲକ୍ ର ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ ଦେଖିବାକୁ ମିଳିଥିଲା l ଧାନ ର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ,ଚାଷୀଙ୍କ କର ଛାଡ଼ ଓ ବିଦ୍ୟୁତ୍ ଶୁଳ୍କ ଛାଡ଼ ପ୍ରତିବାଦରେ ଶତାଧିକ ଚାଷୀ ଏକତ୍ରିତ ହୋଇ ବିକ୍ଷୋଭ ପ୍ରଦର୍ଶନ ରେ ସାମିଲ ହୋଇଥିଲେ l ଆଗଲପୁର ବ୍ଲକ ରେ ମିଳିତ କୃଷକ ମଞ୍ଚ ବଲାଙ୍ଗୀର ଓ ସୋନପୁର ଜିଲ୍ଲା ର ସଭାପତି ତଥା ଚାଷୀନେତା ଶ୍ରୀଯୁକ୍ତ ଆକାଶ କୁମାର ମିଶ୍ର ଙ୍କ ନେତୃତ୍ୱରେ ଏହି ଗଣ ଭିକ୍ଷୋଭ ଦେଖିବାକୁ ମିଳିଥିଲା l କେନ୍ଦ୍ର ସରକାର ଙ୍କ ଚାଷୀ ମରଣାନୀତି ବିରୁଦ୍ଧରେ ସ୍ୱର ଉତ୍ତୋଳନ କରି ବିଭିନ୍ନ କାର୍ଯ୍ୟାଳୟ ଓ ବ୍ୟାଙ୍କ ଆଦି ଗୁଡ଼ିକୁ ବୁଲି ବୁଲି ପିକେଟିଂ କରୁ ଥିବାର ଦେଖିବାକୁ ମିଳିଥିଲା l ଏହି ଭାରତ ବନ୍ଧ କାର୍ଯ୍ୟକ୍ରମ ରେ ସାମିଲ ଥିଲେ କୃଷକ ମଞ୍ଚ ର ସଭାପତି ଅରୁଣ ମିଶ୍ର, ସଙ୍ଖାଳି ସାହୁ, କାଙ୍ଗାଳ ସାହୁ, ପ୍ରଦୀପ ମେହେର, ପରଦେଶୀ ଗଡ଼ତିଆ, ହୃଦାନନ୍ଦ ଠାକୁର, କୁନା ପଣ୍ଡା, ବିଜୟ ବେହେରା ସହ ଶତାଧିକ ଚାଷୀ ଉପସ୍ଥିତ ରହି ବନ୍ଦ ପାଳନ କୁ ସଫଳ କରିଥିଲେ l