-+91-9937148622 |
prerana_bgr@rediffmail.com |
Tuesday 11th August 2026 |
R.N.I. Regd No. ODIODI/2010/46693
Breaking News
16-Feb-2024
ମୁରିବାହାଲ(ସୁଦାମ ଚରଣ ବଘାର ): ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକ ଜିନ୍ଦାବାଦ ସଂଗଠନ ପକ୍ଷରୁ ଭୂମି ଅଧିକାର ଆନ୍ଦୋଳନ ରେ ଦେଶ ବ୍ୟାପି ଆନ୍ଦୋଳନ ଡାକରାର ସମର୍ଥନ ରେ ମୁରିବାହାଲ ବ୍ଲକ ସମ୍ବୁଖରେ ଗଣଧାରଣା ଓ ପ୍ରତିବାଦ ସଭା ସହିତ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଉଦେଶ୍ୟରେ ମୁରିବାହାଲ ବି ଡି ଓ ଙ୍କ ଜରିଆରେ ୧୧ ଦଫା ଦାବୀ ପତ୍ର ପ୍ରଦାନ କରିଛନ୍ତି ।
ମୁରିବାହାଲ ବି ଡି ଓ ଅନୁପସ୍ଥିତ ଥିବାରୁ ତ୍ମୁଖ୍ୟ କିରାଣୀ ବିଭୁତି ସେଠ ଦାବୀ ପତ୍ର ଗ୍ରହଣ କରିଥିଲେ,
ଏହି ପରିପେକ୍ଷୀ ରେ ଜିନ୍ଦାବାଦ ସଂଗଠନ ର ୫୦୦ ରୁ ଉର୍ଦ୍ଧ ପୁରୁଷ ଏବଂ ମହିଳା ମୁରିବାହାଲ ସାପ୍ତାହିକ ବଜାର ଠାରୁ ଏକ ସୋଭା ଯାତ୍ରାରେ ବାହାରି ବିଭିନ୍ନ ସ୍ଲୋଗାନ ଦେଇ ମୁରିବାହାଲ ବ୍ଲକ ସମୁଖରେ ପହଂଚିଥିଲେ! ବ୍ଲକ ସମୁଖରେ ଗଣଧାରଣା ସହ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା ଏବଂ ୧୧ ଦଫା ଦାବୀପତ୍ର ପ୍ରଦାନ କରିଥିଲେ ଦାବୀ ଗୁଡିକ ମଧ୍ୟରେ ଅନୁସୂଚିତ ଜନଜାତି ଓ ଅନ୍ୟାନ ପାରମ୍ପରିକ ବନବାସିଙ୍କ ଆଇନ ୨୦୦୬ ଓ ସଂଶୋଧିତ ନିୟମ ୨୦୧୨ ତଥା ମୋ ଜଙ୍ଗଲ ଜମି ଯୋଜନା କୁ ସଠିକ ଭାବରେ କାର୍ଯ୍ୟକାରୀ କରାଯାଉ! ଆଦିବାସୀ ଏବଂ ଜଙ୍ଗଲବାସୀଙ୍କ ନାମରେ କରାଯାଉଥିବା ଜଙ୍ଗଲ ଏବଂ ଜୀବିକା ସମ୍ପର୍କୀୟ କେଶ ଗୁଡିକ ଅବିଳମ୍ବେ ପତ୍ୟାହାର କରାଯାଉ , ଜଙ୍ଗଲ ଅଧିକାର କମିଟି କୁ ତାଲିମ ଦିଆଯାଉ, ଲେବର କୋର୍ଡ କୁ ବାତିଲ କରାଯାଉ, ଅନ୍ୟନ୍ୟ ପାରମ୍ପରିକ ବନବାସୀ (ଏସି , ଓବିଶି, ) ମାନଙ୍କର ଦାବୀ ଗ୍ରହଣ କରି ପଟା ପ୍ରଦାନ କରାଯାଉ, ଦାବୀ ଗୁଡିକ ମଧ୍ୟରେ
ପ୍ରମୁଖ ଥିବା ବେଳେ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସଂଗଠନର ସଭାପତି ତ୍ରିଲୋଚନ ପୁଞ୍ଜି, ଜିନ୍ଦାବଦ୍ ସଙ୍ଗଠନ ମୁରିବାହାଲ ବ୍ଲକ ସଭାପତି ସଦାନନ୍ଦ ଧରୁଆ, ସମ୍ପାଦକ କେଶବ ଧରୁଆ, ସଭ୍ୟ ଧନମତ ପାତ୍ର, ଗୁପ୍ତେଶ୍ୱର ଭୋଇ, ଜିରେ ଭୋଇ, ବୈଜନ୍ତି ପ୍ରଧାନୀ,ଡ଼ମ୍ବୁରୁ ବାଗ, କୁମର ଧରୁଆ, ଶୁଭକାନ୍ତି ମାଝୀ କେଶରୀ ଧରୁଆ,ଟଙ୍କ ଶବର, ରଘୁନାଥ ଶବର, ଦେବାରଚନ୍ଦ ଛୁରା, ପାର୍ଥ କଅଁ ର, ପାର୍ବତୀ ଧରୁଆ କୁମାରୀ ପରାଭୋଏ ପ୍ରମୁଖ ସାମିଲ ଥିଲେ ଏବଂ ୧୧ଦଫା ଦାବୀ ଗୁଡିକୁ ବିଚାର କୁ ନେଇ ଶୀଘ୍ର ପଦକ୍ଷେପ ଗ୍ରହଣ କରା ନ ଗଲେ ଆଗାମୀ ଦିନରେ ଜୋରଦାର ଆନ୍ଦୋଳନ ହେବ ବୋଲି ଜିନ୍ଦାବାଦ ସଂଘଠନ ମୁରିବାହାଲ ଚେତାବନୀ ଦେଇଛନ୍ତିା