-+91-9937148622 |
prerana_bgr@rediffmail.com |
Monday 10th August 2026 |
R.N.I. Regd No. ODIODI/2010/46693
Breaking News
14-Feb-2024
କଣ୍ଟାମାଳ(ଜୟ କୁମାର ମହାରଣାଙ୍କ ରିପୋର୍ଟ ): କଣ୍ଟାମାଳ ଅlଥଲେଟିକ ଆସୋସିଏସନ ଦ୍ୱାରା ସ୍ଥାନୀୟ କଲେଜ ଖେଳ ପଡିଆରେ ଆୟୋଜିତ ପ୍ରଥମ ସର୍ବଭାରତୀୟ ଫୂଟବଲ ଟୁର୍ନାମେଣ୍ଟ ର ବୁଧବାର ଷଷ୍ଠ ଦିବସରେ ଉଭୟ ପୁରୁଷ ଓ ମହିଳା ଦଳ ମଧ୍ୟରେ ଏକ ସଂଘର୍ଷ ପୂର୍ଣ୍ଣ ଖେଳ ଅନୁଷ୍ଠିତ ହୋଇଛି l ଆଜି ଅପରାହ୍ନରେ ଅନୁଷ୍ଠିତ ପ୍ରଥମ ଖେଳ ସମ୍ବଲପୁର ଓ ଶ୍ରେୟାଂଶ ସ୍ପୋର୍ଟିଂ ସୋନପୁର (ପୁରୁଷ )ଦଳ
ମଧ୍ୟରେ ହୋଇଥିଲା l ଏଥିରେ ସୋନପୁର ଦଳ ସମ୍ବଲପୁରକୁ ୪-୦ ଗୋଲରେ ହରାଇ ଫାଇନାଲ କୁ ପ୍ରବେଶ କରିଛି l ସେହିପରି ମନୋରମା କ୍ଲବ ଦେବଗଡ଼ ଓ ଟିଟିଲାଗଡ଼ ମହିଳା ଦଳ ମଧ୍ୟରେ ସଂଘର୍ଷପୂର୍ଣ୍ଣ ଫାଇନାଲ ମ୍ୟାଚ ହୋଇଥିଲା l ଏଥିରେ ଦେବଗଡ଼ ଦଳ ଟିଟିଲାଗଡ଼କୁ ୧-୩ ଗୋଲରେ ହରାଇ ଟୁର୍ନାମେଣ୍ଟ ଚମ୍ପିୟାନ ହୋଇଛି l ଖେଳରେ ଅତିଥିଭାବେ ଜିଲ୍ଲାପରିଷଦ ସଭ୍ୟା ସୁମିତ୍ରା ସାହୁ, ବିଜେପି ଯୁବନେତା ଓମ ପ୍ରକାଶ ମିଶ୍ର,ଫିରିଙ୍ଗିଆ ବ୍ଲକ ଉପାଧ୍ୟକ୍ଷ ଅଜିତ କୁମାର ସାହୁ, ଋଣ୍ଡିମହୁଲ ସରପଞ୍ଚ ପଞ୍ଚାନନ ସାହୁ, ଇଂରାଜୀ ଅଧ୍ୟାପକ ଦୀପକ ମେହେର,ସମାଜସେବୀ ମାନସ ରଞ୍ଜନ ସାହୁ, ସଂଜୀବ ସାହୁ,ଯତୀନ ମିଶ୍ର,ଶିକ୍ଷାବିତ ନୀଳାଞ୍ଚଳ, ଭୋଇ, ଅନିଲ
କୁମାର ପ୍ରଧାନ, ପିନାକ ରଣା ଆଦି ଯୋଗଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ l ମହେନ୍ଦ୍ର ଦାସ,ମନୋଜ ଶର୍ମା ଓ ଖେଳର ଧାରା ବିବରଣୀ ଓ ଅଭିଳାଷ ପ୍ରସାଦ ସାହୁ, ପ୍ରକାଶ ପ୍ରଧାନ,ସଦାଶିବ ମହାନନ୍ଦ ଓ ସୁଜିତ ଖଟୁଆ ମ୍ୟାଚ ରେଫରୀ ଓ ଅବସରପ୍ରାପ୍ତ ଖେଳ ପ୍ରଶିକ୍ଷକ ବୀରେନ୍ଦ୍ର ସାହୁ ମ୍ୟାଚ କମିଶନର ଭାବେ ସହଯୋଗ କରିଥିଲେ l ଗୁରୁବାର ଆଫ୍ରିକା ଓ ଶ୍ରେୟାଂଶ ସ୍ପୋର୍ଟିଂ ସୋନପୁର ଦଳ ମଧ୍ୟରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ l