-+91-9937148622 |
prerana_bgr@rediffmail.com |
Thursday 6th August 2026 |
R.N.I. Regd No. ODIODI/2010/46693
Breaking News
02-Feb-2024
ଭୁବନେଶ୍ୱର ( ପ୍ରେରଣା ଖବର ): ଭାରତୀୟ ରେଡକ୍ରସ୍ ସୋସାଇଟି, ଓଡ଼ିଶା ରାଜ୍ୟ ଶାଖାର ଅବୈତନିକ ସଚିବଙ୍କ ତତ୍ତ୍ଵବଧାନରେ ଏକ ପଞ୍ଚଦିବସୀୟ ରାଜ୍ୟସ୍ତରୀୟ କନିଷ୍ଠ ରେଡକ୍ରସ ଶିକ୍ଷା ଓ ପ୍ରଶିକ୍ଷଣ ଶିବିର ଭୁବନେଶ୍ୱରସ୍ଥିତ ନୀଳାଚଳ ପଲିଟେକନିକ୍ ମହାବିଦ୍ୟାଳୟ ପରିସରରେ ଆୟୋଜିତ ହୋଇଯାଇଅଛି । ରାଜ୍ୟ ଜୁନିୟର ରେଡକ୍ରସ ଅଧିକାରୀ ଲକ୍ଷ୍ମଣ ସ୍ୱାଇଁ ଙ୍କ ସଂଯୋଜନାରେ ଏହି କାର୍ଯ୍ୟକ୍ରମ କରାଯାଇଥିଲା । ମୁଖ୍ୟଅତିଥି ଭାବରେ ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର ଓ ସମ୍ମାନିତ ଅତିଥି ଭାବରେ ରକ୍ତ ଭଣ୍ଡାରର ମେଡିକାଲ ଅଫିସର ଡ଼ଃ ରଘୁନାଥ ବେହୁରା, ଯୋଗ ଗୁରୁ ସୁଶୀଳ ପଟ୍ଟନାୟକ ଯୋଗଦେଇଥିଲେ।
ରକ୍ତର କିଛି ବିକଳ୍ପ ନାହିଁ। ରକ୍ତ କାରଖାନାରେ ତିଆରି ହୋଇପାରେ ନାହିଁ। ରକ୍ତଦାନ ପରି ମହତ୍ କାର୍ଯ୍ୟରେ ଆଗେଇ ଆସିଥିବା ଜୁନିୟର ରେଡକ୍ରସ୍ ର କାଉନସିଲର ଭାଇ ଭଉଣୀ ମାନଙ୍କୁ ପୂର୍ବତନ ବିଧାୟକ ଶ୍ରୀ ମିଶ୍ର ସାଧୁବାଦ୍ ଜଣାଇଥିଲେ । ରକ୍ତଦାନ ଶିବିରରେ ସ୍ୱେଚ୍ଛାକୃତ ଭାବରେ ୨୫ ଜଣ ରକ୍ତଦାନ କରିଥିଲେ ।
ସେହି ରକ୍ତଦାତା ଭାବରେ ନାରାୟଣ ପାଇକରାୟ,ନରୋତ୍ତମ ପୁତି,ଶୁଭେନ୍ଦୁ ନାୟକ, ଚିଙ୍ଗୁଡୁ ଜାଲ,ଗଗନ ବିହାରୀ ବାରିକ,ରଞ୍ଜନ କୁମାର ଦାସ,ଜ୍ୟୋତିରଂଜନ ମହନ୍ତ,ଜଗବନ୍ଧୁ ଦାସ,ମମତା ନାୟକ, ଶଶିରେଖା ମୁଦୁଲି,କ୍ଷିତିସ କୁମାର ମହାପାତ୍ର,ରାକେଶ କୁଶ୍ନ ମିଶ୍ର,ଯମୁନା ରାଉତ,ଗଣେଶ ବେହେରା,ସ୍ନେହଲତା ପଣ୍ଡା,ଶୁଭଶ୍ରୀ ବେହେରା, କେ କେ ସୋନାଲି ଜ୍ୟୋସ୍ନା ନାୟକ,ବିକାଶ ଚନ୍ଦ୍ର ସାହୁ,ଲୋକନାଥ ବିଶି, ଆଲୋକ କୁମାର ବେହେରା,ଆଲୋକ ବେହେରା, ସଂଜୀବ ଦାଶ୍, ଉମାକାନ୍ତ ସ୍ୱାଇଁ, ଭରତ ବିଶୋଇ,ମାଣିକ ବେହେରା,ରବୀନ୍ଦ୍ର ନିର୍ମଳ। କାର୍ଯ୍ୟକ୍ରମରେ ରାମ ନାରାୟଣ ଦାଶ, ତୋଫାନ ରାଉତରାୟ , ଶୁଭେନ୍ଦୁ ନାୟକ, ଯଯାତି କେଶରୀ ଜେନା, ସ୍ୱେଚ୍ଛାସେବୀ ଗାୟତ୍ରୀ ନାୟକ, ସୋନାଲିକା ନାଏକ,ଲିକିଣା ମଲ୍ଲ ପ୍ରମୁଖ ସହଯୋଗ କରିଥିଲେ ।