-+91-9937148622 |
prerana_bgr@rediffmail.com |
Wednesday 6th May 2026 |
R.N.I. Regd No. ODIODI/2010/46693
Breaking News
01-Feb-2024
କଣ୍ଟାମାଳ(ଜୟ କୁମାର ମହାରଣାଙ୍କ ରିପୋର୍ଟ ): ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ସଭାଗୃହ ଠାରେ କଣ୍ଟାମାଲ ପଂଚାୟତ ସମିତିର ସପ୍ତମ ସାଧାରଣ ବୈଠକ ଅନୁଷ୍ଠିତ ହୋଇଛି l ବ୍ଲକ ଅଧକ୍ଷା ସସ୍ମିତା ସେନାପତିଙ୍କ ଅଧକ୍ଷତାରେ ଅନୁଷ୍ଠିତ ବୈଠକରେ କଣ୍ଟାମାଳ ବିଧାୟକଙ୍କ ପ୍ରତିନିଧି ପ୍ରେମରାଜ ରଣା, ଜିଲ୍ଲାପରିଷଦ ସଭ୍ୟା ସୁମିତ୍ରା ସାହୁ, ପଦ୍ମାଳୟା ପ୍ରଧାନ, ଜିଲ୍ଲାପରିଷଦ ଉପାଧ୍ୟକ୍ଷ ଶଙ୍କର୍ଷଣ ପ୍ରଧାନ, ବ୍ଲକ ଉପାଧ୍ୟକ୍ଷ
ମହେନ୍ଦ୍ର ରଣାଙ୍କ ସମେତ ଜିଲ୍ଲା ପରିଷଦ ସଦସ୍ୟ, ବ୍ଲକର ସମସ୍ତ ସରପଞ୍ଚ ଓ ସମିତି ସଭ୍ୟ ସଭ୍ୟା, ବିଭିନ୍ନ ବିଭାଗର ଅଧିକାରୀ ମlନେ ଅଂଶ ଗ୍ରହଣ କରିଥିଲେ l ବିଡ଼ିଓ ସୀମା ଜୟଶ୍ରୀ ରେଡ୍ଡୀ ଙ୍କ ପରିଚାଳନା ରେ ସ୍ୱାସ୍ଥ୍ୟ, ଶିକ୍ଷା, ପ୍ରାଣୀ ଓ ମତ୍ସ ବିଭାଗ, ସାଧାରଣ ଖାଉଟି ବଣ୍ଟନ ଆଦି ବିଭାଗ ଉପରେ ଆଲୋଚନା କରାଯାଇଥିଲା l ଏହା ସହ କେନ୍ଦ୍ରୀୟ ଆର୍ଥିକ ଆୟୋଗ ଦ୍ୱାରା ପ୍ରଦତ୍ତ ଅନୁଦାନ ଓ ରାଜ୍ୟ ଅନୁଦାନ ନେଇ ସବିଶେଷ ଆଲୋଚନା କରାଇଥିଲା l ଆଗାମୀ ବର୍ଷ ପାଇଁ ବିଭିନ୍ନ ଉନ୍ନୟନ ପ୍ରକଳ୍ପ ନେଇ ସଦସ୍ୟମାନେ ପ୍ରସ୍ତାବ ଦେଇଥିଲେ l ବୈଠକରେ କଣ୍ଟାମାଳ ବ୍ଲକର ୨୪ଟି ଗ୍ରାମପଞ୍ଚାୟତ ର ସରପଞ୍ଚ, ସମିତିସଭ୍ୟ ଯୋଗଦେଇଥିବା ବେଳେ ସହକାରୀ ନିର୍ବାହୀଯନ୍ତ୍ରୀ ଜୟ ମହନ୍ତ, ଗ୍ରାମପଞ୍ଚାୟତ ଉନ୍ନୟନ ଅଧିକାରୀ ଗୌରୀ ପ୍ରଧାନ, ଡବ୍ଲ୍ୟୁଇଓ ଜ୍ୟୋତିରଞ୍ଜନ ବେହେରା ସମସ୍ତ କନିଷ୍ଠ ଯନ୍ତ୍ରୀ, ପିଇଓ, ଜିଆରଏସ ସମେତ ସମସ୍ତ ବ୍ଲକ କର୍ମଚାରୀ ଉପସ୍ଥିତ ଥିଲେ l