-+91-9937148622 |
prerana_bgr@rediffmail.com |
Sunday 9th August 2026 |
R.N.I. Regd No. ODIODI/2010/46693
Breaking News
31-Jan-2024
ବୀରମହାରାଜପୁର ( ବିନୋଦ ପାଣ୍ଡେ) : ବୀରମହାରାଜପୁର ବ୍ଲକ ବାଗବର ପଞ୍ଚାୟତ ଅନ୍ତର୍ଗତ କେନ୍ଦୁପାଲି ଗାଁ ମଝିରେ ଥିବା ନଳକୂପ ଦୀର୍ଘ ଦୁଇ ମାସରୁ ଉର୍ଦ୍ଧ୍ବ ହେବ ଅଚଳ ଅବସ୍ଥାରେ ପଡ଼ିରହିଛି। ଫଲରେ ସ୍ଥାନୀୟ ଅଧିବାସୀ ପାଣି ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି। ଏହି ନଳକୂପ ଉପରେ ଦୁଇଟି ୱାର୍ଡର ଜନସାଧାରଣ ନିର୍ଭର କରିଥାନ୍ତି। ଏହା ମରାମତି ପାଇଁ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ତାହା ଏପର୍ଯ୍ୟନ୍ତ ମରାମତି ସୋଇପାରିନାହିଁ। ତୁରନ୍ତ ସ୍ଥାନୀୟ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି।