-+91-9937148622 |
prerana_bgr@rediffmail.com |
Wednesday 6th May 2026 |
R.N.I. Regd No. ODIODI/2010/46693
Breaking News
31-Jan-2024
ବୀରମହାରାଜପୁର,୩୧/୧ (ବିନୋଦ ପାଣ୍ଡେ ): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ କେନଝରିଆପାଲି ପଞ୍ଚାୟତ ଅନ୍ତର୍ଗତ ତେଲିପାଲି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ମୁଖ୍ୟ ଗେଟରେ ବୁଧବାର ଛାତ୍ରଛାତ୍ରୀ ମାନେ ତାଲା ପକାଇ ଧାରଣାରେ ବସିଥିଲେ । ଉକ୍ତ ବିଦ୍ୟାଳୟରେ ଦୁଇ ଜଣ ଶିକ୍ଷକ କାର୍ଯ୍ୟାରତ ଥିଲେ। ଏହି ବିଦ୍ୟାଳୟରୁ ଶିକ୍ଷକ ସନ୍ତୋଷ କୁମାର ମିଶ୍ର ଙ୍କୁ ଅନ୍ୟତ୍ର ବଦଳି ପରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଅସନ୍ତୋଷ ବାତାବରଣ ସୃଷ୍ଟି ହୋଇଥିଲା। ଫଲରେ ଛାତ୍ରଛାତ୍ରୀ ଓ ଅଭିଭାବକ ମାନେ
ସ୍କୁଲ ରେ ତାଲା ପକାଇ ଗେଟ ସାମ୍ନାରେ ବସି ଧାରଣା ଦେଇଥିଲେ। ଏନେଇ ବୀରମହାରାଜପୁର ଗୋଷ୍ଠୀ ଶିକ୍ଷା ଶିକ୍ଷା ଅଧିକାରୀ ଶାନ୍ତନୁ କୁମ୍ଭକାରଙ୍କୁ ଯୋଗାଯୋଗ କରାଯିବାରୁ ସରକାରୀ ନିୟମ ଅନୁଯାଇ ଯେଉଁ ସ୍କୁଲ ରେ ଦୁଇଟା ଶିକ୍ଷକରୁ କମ ଥିବ ସେହି ସ୍କୁଲ ମାନଙ୍କରେ ଅନ୍ୟ ସ୍କୁଲରୁ ଶିକ୍ଷକ ଆଣି ଦିଆହେଉଛି l ସୂଚଯୋଗ୍ୟ ଯେ ତେଲିପାଲି ସ୍କୁଲ ରେ ଶିକ୍ଷକତା କରୁଥିବା ଶିକ୍ଷକ ସନ୍ତୋଷ କୁମାର ମିଶ୍ର ଙ୍କୁ କେଶଲଗା ସ୍କୁଲ କୁ ବଦଳି କରାଯାଇଛି। ପରେ ଖବର ପାଇଁ ସିଆରସିସି, ଓ ଏବିଓ ସ୍କୁଲ ରେ ପହଞ୍ଚି ବୁଝାସୁଝା ପରେ ସ୍କୁଲ ତାଲା ଖୋଲି ପାଠ ପଢା ସ୍ୱାଭାବିକ ହୋଇଥିବା ନେଇ ଶ୍ରୀ କୁମ୍ଭକାର ପ୍ରକାଶ କରିଛନ୍ତି l ଏଠାରୁ ବଦଳି କରାଯାଇଥିବା ଶିକ୍ଷକଙ୍କୁ ତୁରନ୍ତ ଫେରାଇ ଆଣିବାକୁ ଛାତ୍ରଛାତ୍ରୀ ଓ ଅଭିଭାବକ ମାନେ ଦାବି ଜଣାଇଛନ୍ତି।