-+91-9937148622 |
prerana_bgr@rediffmail.com |
Friday 8th May 2026 |
R.N.I. Regd No. ODIODI/2010/46693
Breaking News
27-Jan-2024
କଣ୍ଟାମାଳ(ଜୟ କୁମାର ମହାରଣାଙ୍କ ରିପୋର୍ଟ ): କଣ୍ଟାମାଳ ବ୍ଲକ ଖୁଣ୍ଟିଗୋରା ପଞ୍ଚାୟତ ଅନ୍ତର୍ଗତ ଗୋଛାଗୋରା ଭୀମବୁଢା ଯାତ୍ରା ପଡିଆରେ ଆୟୋଜିତ ହୋଇଥିବା କଂସ ଦରବାର ଉଦଯାପିତ ହୋଇଯାଇଛି l ପୁଷପୁନି ତିହାର ଅବସରରେ ଭୀମବୁଢ଼ା କୃଷି ମହୋତ୍ସବ କମିଟି ପକ୍ଷରୁ ମା’ ଭୈରବୀ କଳା ପରିଷଦ ପଳଶାଗୋରା ର କଳାକାର ମାନଙ୍କ ଦ୍ୱାରା ମଞ୍ଚ ନାଟକ କଂସ ଦରବାର ଚାରିଦିନ ଧରି ଅନୁଷ୍ଠିତ ହୋଇଥିଲା l ଉଦଯାପନି ସନ୍ଧ୍ୟାର କାର୍ଯ୍ୟକ୍ରମରେ ରାଜଅତିଥି ଭାବେ ଶିକ୍ଷାବିତ ନୀଳାଚଳ ଭୋଇ, ଖୁଣ୍ଟିଗୋରା ସରପଞ୍ଚ ପ୍ରତିନିଧି ଧିରୋଜ ଭୋଇ, ଆଦିବାସୀ ନେତା ପିତାମ୍ବର ଭୋଇ, କମିଟି ସଭାପତି ନିର୍ମଳ କୁମାର ସାହୁ ପ୍ରମୁଖ ଅତିଥି ଭାବେ ମଞ୍ଚାସିନ
ଥିଲେ l ସୁଶାନ୍ତ ବାରିକ ମଞ୍ଚ ପରିଚାଳନା ଓ ଧନ୍ୟବାଦ ଦେଇଥିଲେ l ସାଂସ୍କୃତିକ ମଞ୍ଚରେ ଗୋପପୁରରେ ଅକୃରଙ୍କୁ ସ୍ବାଗତ, ଶ୍ରୀକୃଷ୍ଣ ବଳରାମଙ୍କ ମଥୁରା ଆଗମନ, ଗୋପାଙ୍ଗନା ମାନଙ୍କ ଅଶୃଳ ବିଦାୟ ଦୃଶ୍ୟ ସହିତ ମଥୁରା ନଗରୀରେ ଅଷ୍ଠମଲ୍ଲ ନିଧନ, ମଞ୍ଚରୁ ପଡି ଦୈତ୍ୟରାଜ କଂସଙ୍କ ମୃତ୍ୟୁ ଦୃଶ୍ୟ ପରିବେଷଣ ହୋଇଥିଲା । କଂସ ଭୂମିକାରେ ଅଭିନୟ କରିଥିବା ବିଶିଷ୍ଟ କଳାକାର ମନୋଜ ମହାନ୍ତି ଏବଂ ଅଭିନୟ କରିଥିବା ସମସ୍ତ କଳାକାର ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ମାନପତ୍ର ଓ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା l ମହୋତ୍ସବ କମିଟି ସମ୍ପାଦକ ଶଙ୍କର୍ଷଣ ଭୋଇ, ସହସମ୍ପାଦକ ଦେବେନ୍ଦ୍ର କୁଦେଇ, ଉପସଭାପତି ସୁଧାଂଶୁ ଭୋଇ ଏବଂ ଅଞ୍ଚଳବାସୀ ସହଯୋଗ କରିଥିଲେ l