-+91-9937148622 |
prerana_bgr@rediffmail.com |
Saturday 9th May 2026 |
R.N.I. Regd No. ODIODI/2010/46693
Breaking News
27-Jan-2024
ବଲାଙ୍ଗୀର(ପ୍ରେରଣା ଖବର)- ବଲାଙ୍ଗିର ବିଚାର ବିଭାଗରୁ ଅବସର ଗ୍ରହଣ କରିଥିବା କର୍ମଚାରୀ ଙ୍କ ର ଏକ ସମାବେଶ ରଣ୍ଡା ସ୍ଥିତ ଫାର୍ମ ହାଉସ ରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସମବେଶ ରେ ୪୦ ଜଣ ରୁ ଅଧିକ ଅବସରପ୍ରାପ୍ତ ବିଚାର ବିଭାଗ କର୍ମଚାରୀ ଯୋଗ ଦେଇଥିଲେ ଏବଂ ସଂଘ ଗଠନ କରା୍ାଇଥିଲା । ସଂଘର ସଭାପତି ରୂପେ ପଂଚାନନ ପଟ୍ଟନାୟକ ଏବଂ ସଂପାଦକ ରୂପେ ପ୍ରକାଶ କୁମାର ନେପାକ ମନୋନୀତ ହୋଇଥିଲେ । ସଂଘର ଭବିଷ୍ୟତ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରାଯାଇଥିଲା । ସମସ୍ତ ସାମାଜିକ କାର୍ଯ୍ୟକ୍ରମରେ ସାମିଲ ହେବା ସହ ସମାଜର ଗରିବ ତଥା ଅବହେଳିତ ବ୍ୟକ୍ତି ବିଶଷଙ୍କୁ ନିଶୁଳ୍କ ଆଇନ ସହାୟତା ଯୋଗାଇ ଦେବାକୁ ଏହି ସଂଘର ମୁଖ୍ୟ ବିଚାଧାରା ଉପରେ କାର୍ଯ୍ୟ କରିବାକୁ ସିଦ୍ଧାନ୍ତ ଗ୍ରହଣ କରାଯାଇଥିଲା । ପ୍ରଥମେ ଜିଲ୍ଲାର ସମସ୍ତ ବିଚାର ବିଭାଗର କର୍ମଚାରିକୁ ଏହି ସଂଘରେ ସାମିଲ କରିବାକୁ ପଦକ୍ଷେପ ଗ୍ରହଣ କରାଯିବ । ଅବସରପ୍ରାପ୍ତ କର୍ମଚାରୀଙ୍କ ବିଭନ୍ନ ଅସୁବିଧାମାନ ସରକାର ଙ୍କୁ ଅବଗତ କରାଇ ସମାଧାନ ନିମନ୍ତେ ପ୍ରୟାସ କରାଯିବାକୁ ସିଦ୍ଧାନ୍ତ ଗ୍ରହଣ କରାଗଲା । ପରିଶେଷରେ ବରିଷ୍ଠ ସଭ୍ୟ ଜୀବନ କରଣ ଧନ୍ୟବାଦ ଅର୍ପଣ କରିଥିଲେ ।