-+91-9937148622 |
prerana_bgr@rediffmail.com |
Monday 22nd June 2026 |
R.N.I. Regd No. ODIODI/2010/46693
Breaking News
18-Jan-2024
ନବରଙ୍ଗପୁର (ମିହିର ଶଙ୍କର ପାତ୍ର)
ଆସନ୍ତା ଜାନୁୟାରୀ ୨୨ ତାରିଖ ପୌଷ ଶୁକ୍ଳ ପକ୍ଷ ଦ୍ୱାଦଶୀ ତିଥିରେ ଅଯୋଧ୍ୟା ରେ ଶ୍ରୀରାମ ମନ୍ଦିର ରେ ଭଗବାନ ଶ୍ରୀରାମ ଙ୍କ ପ୍ରାଣ ପ୍ରତିଷ୍ଠା ଅନୁଷ୍ଠିତ ହେବା କୁ ଯାଉଛି। ଉତ୍ତର ପ୍ରଦେଶ ସମେତ ଛତିଶଗଡ଼, ଗୋଆ, ମଧ୍ୟପ୍ରଦେଶ, ହରିଆଣା ଆଜି ରାଜ୍ୟ ରେ ସରକାର ଛୁଟି ଘୋଷଣା କରିଛନ୍ତି। ହିନ୍ଦୁ ମହାସଂଘ କେନ୍ଦ୍ରୀୟ ସମିତି ପ୍ରମୁଖ ଜୟନ୍ତ କୁମାର ପାତ୍ର ଓଡ଼ିଶା ସରକାର ଙ୍କୁ ଉକ୍ତ ଦିନ ଛୁଟି ଘୋଷଣା ପାଇଁ ଲିଖିତ ଭାବେ ଜଣାଇଛନ୍ତି। କୋଟି କୋଟି ହିନ୍ଦୁ ଓ ଶ୍ରୀରାମ ଭକ୍ତ ଙ୍କ ଆସ୍ଥା ଓ ବିଶ୍ବାସର ବିଷୟ ହୋଇଥିବା ଯୋଗୁଁ ଏହି ଦିନକୁ ଛୁଟି ଘୋଷଣା କରିବା ଆବଶ୍ୟକତା ଅଛି ବୋଲି ସେ ବ୍ୟକ୍ତ କରିଛନ୍ତି।