-+91-9937148622 |
prerana_bgr@rediffmail.com |
Monday 22nd June 2026 |
R.N.I. Regd No. ODIODI/2010/46693
Breaking News
18-Jan-2024
ସୁବର୍ଣ୍ଣପୁର ଜିଲ୍ଲା ସ୍ଥାନୀୟ କୋଶଳ ଉଚ୍ଚ ବିଦ୍ୟାଳୟରେ ନବମ ବାର୍ଷିକ ଉତ୍ସବ ପାଳିତ ହୋଇ ଯାଇଅଛି | ଶିଶୁ ତଥା ବିଦ୍ୟାଳର ଆପ୍ରାଣ ଉଦ୍ୟମରେ ତାହା ବେଶ ଧୂମଧାମ ରେ ସମାପନ ହୋଇ ଯାଇଛି | କାର୍ଯ୍ୟକ୍ରମଟି ଦୁଇଟି ଅଧିବେଶନ ରେ ହୋଇଥିଲା ପ୍ରଥମ ଅଧିବେଶନ ପୂର୍ବାହ୍ଣ 10ଟାରେ ଆରମ୍ଭ ହୋଇ 1.30ରେ ଶେଷ ହୋଇଥିଲା | ସକାଳ ତଥା ପୂର୍ବାହ୍ଣ ଅଧିବେଶନରେ ମୁଖ୍ୟ ଅତିଥି ଭାବରେ ଆମ ପ୍ରିୟ ଆରକ୍ଷୀ ଅଧିକ୍ଷକ ମାନନୀୟ ଅମରେଶ ପଣ୍ଡା ମହୋଦୟ ଉପସ୍ଥିତ ରହି
ଶିଶୁ, ଶିକ୍ଷକ ଓ ଅଭିଭାବକ ମାନଙ୍କୁ କୋଶଳ ଉଚ୍ଚ ବିଦ୍ୟାଳୟର ମହତ୍ୱ ଗୁଣ ଗାରିମା ବିଷୟରେ ବିଷଦ ଭାବରେ ଅବଗତ କରାଉଥିଲେ | ଠିକ ସେହିପରି ସମ୍ମାନିତ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ଅଞ୍ଜଳୀନା ପଧାନ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଡ଼ ରାଧାକାନ୍ତ ଗଡତିଆ ଉପସ୍ଥିତ ରହି ସଭିଙ୍କୁ ଉତ୍ସାହିତ କରିଥିବା ବେଳେ ବିଦ୍ୟାଳୟର ସଭାପତି ଶ୍ରୀଯୁକ୍ତ ଶ୍ରୀବତ୍ସ ମଲ୍ଲିକ ସଭାପତି ତ୍ବ କରିଥିଲେ | ବିଭିନ୍ନ ବିଭାଗରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ କରାଯାଥିଲା | ପୁନଃ ସାନ୍ଧ୍ୟ ଅଧିବେଶନ ସନ୍ଧ୍ୟା 6.00 ଘଟିକାରେ ଆରମ୍ଭ ହୋଇ ବେଶ ଯାକଯାକମ ହୋଇଥିଲା | ବିଭିନ୍ନ ଅଂଚଳରୁ ଅଭିଭାବକମାନେ ନିଜ ଶିଶୁର ନୃତ୍ୟକୁ ଉପଭୋଗ କରିବା ପାଇଁ ଧାଇଁ ଆସିଥିଲେ | ସାନ୍ଧ୍ୟରେ ମୁଖ୍ୟ ଅତିଥି ଭାବରେ ଅବକାରୀ ଅଧିକ୍ଷିକା ଶ୍ରୀମତୀ ସୁମତୀ ତ୍ରିପାଠୀ ଯୋଗ ଦେଇ କାର୍ଯ୍ୟକ୍ରମତଥା ସଭିଙ୍କ ଉଦ୍ଧେଶ୍ୟରେ ଆଶୀର୍ବଚନ ପ୍ରଦାନ କରିଥିଲେ | ସମ୍ମାନିତ ଅତିଥି ଭାବରେ ପ୍ରାକ୍ତନ ମତ୍ସ୍ୟ ନିଗମ ଅଧିକାରୀ ଶ୍ରୀଯୁକ୍ତ ଅଭିମନ୍ୟୁ କୁଶଳ ଓ ବିଦ୍ୟାଳୟର ସମ୍ପାଦକ ଶ୍ରୀଯୁକ୍ତ ସଞ୍ଜୟ ଗୁରୁଜୀ ଉପସ୍ଥିତ ଥିବା ବେଳେ ସଭାର ଆରମ୍ଭ ରେ ସୁଶ୍ରୀ ସ୍ମିତାରାଣୀ ନାୟକ ସ୍ୱାଗତ ଅଭିଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ | ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ମାନନୀୟ ଶ୍ରୀଯୁକ୍ତ ପରମା ନାଏକ ବିଦ୍ୟାଳୟ ବାର୍ଷିକ
ବିବରଣୀ ପାଠ କରିଥିଲେ ସଭା ଶେଷରେ ଉପ ସଭାପତି - ଶ୍ରୀଯୁକ୍ତ ପ୍ରଫୁଲ୍ଲ ନାଏକ ସଭିଙ୍କ ଉଦ୍ଧେଶ୍ୟରେ ଧନ୍ୟବାଦ ଅର୍ପଣ କରିଥିଲେ | ସଭା ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ସୁର ବିଚିତ୍ରା ଅନୁଷ୍ଠିତ ହୋଇଥିଲା ଓ ଏଥିରେ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ଭାଗ ନେଇ ନିଜକୁ ଗୌରାବାନ୍ୱିତ ମନେ କରି ବେଶ ଉତ୍ସାହିତ ହୋଇ ସଭିଙ୍କ ଆଦର ସାଜିଥିଲେ | ଛାତ୍ରଛାତ୍ରୀଙ୍କ ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ସମସ୍ତେ ବିମୋହିତ ହୋଇ ଅପଲୋକ ନୟନରେ ଚାହିଁଥାନ୍ତି | ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ଛାତ୍ରଛାତ୍ରୀ ଓ ସେବକ ସେବିକା ଉପସ୍ଥିତ ରହି କାର୍ଯ୍ୟକ୍ରମ ସୁଫଳ ରୂପାୟନ କରିଥିଲେ |