-+91-9937148622 |
prerana_bgr@rediffmail.com |
Saturday 8th August 2026 |
R.N.I. Regd No. ODIODI/2010/46693
Breaking News
19-Dec-2020
(ପ୍ରେପଣା ଖବର) କଂଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜିରୁ ଗୁରୁବାର ରାତିରେ ପୁଣି ୨୩ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି। ସେମାନଙ୍କୁ ହାଇଦ୍ରାବାଦକୁ ଚାଲାଣ କରାଯାଉଥିବା ଜଣାପଡ଼ିଛି। ପ୍ରକାଶ ଯେ, ଗୁରୁବାର ରାତି ପ୍ରାୟ ୧୧ଟା ସମୟରେ ଟିଟିଲାଗଡ଼ ଅଂଚଳର ସିରୋଲ ଗାଁରୁ ଦାଦନ ଶ୍ରମିକମାନେ ଆସିଥିଲେ। ଏମାନେ ସମସ୍ତେ ଏକ ଭ୍ୟାନ୍ (ଓଡି ୦୩ ଏ ୨୦୭୧)ରେ କଂଟାବାଞ୍ଜି ରେଳ ଷ୍ଟେସନ ଅଭିମୁଖେ ଯାଉଥିଲେ। କଂଟାବାଞ୍ଜି ପୁଲିସ ଏମାନଙ୍କୁ ସ୍ଥାନୀୟ ମହାବୀର ରେସିଡେନ୍ସି ପାଖରୁ ଉଦ୍ଧାର କରି ଥାନାକୁ ଆଣିଥିଲା। ଚଢ଼ଉ ସମୟରେ ଦଲାଲ ଫେରାର ହୋଇଯାଇଥିଲା। ଶ୍ରମିକମାନଙ୍କ ମଧ୍ୟରେ ମୋଟ ୨୩ଜଣ ଥିଲେ। ଏଥିରେ ପୁରଷ, ମହିଳା, ଛୋଟ ଶିଶୁ ଥିବା ଜଣାପଡ଼ିଛି। ସମସ୍ତ ଶ୍ରମିକଙ୍କୁ ସେମାନଙ୍କ ଘରକୁ ପଠାଇ ଦିଆଯାଇଛି। ଚଢ଼ଉ ସମୟରେ କଂଟାବାଞ୍ଜି ଥାନା ଅଧିକାରୀ ସତ୍ୟଜିତ କନ୍ଦଲକେଲ, ଏସ୍ଆଇ ପ୍ରଦୀପ ଗୁରିଆ, ଏସ୍ଆଇ ହୀରା ଖାଲକୋ ପ୍ରମୁଖ ଉପସ୍ଥିତଥିଲେ।