-+91-9937148622 |
prerana_bgr@rediffmail.com |
Thursday 5th March 2026 |
R.N.I. Regd No. ODIODI/2010/46693
Breaking News
15-Jan-2024
ବେଲପଡ଼ା (ପୁର୍ଣ୍ଣ ଶଶୀ ଶେଖର ରାଓ ): ବଲାଙ୍ଗିର ଜିଲ୍ଲା ବେଲପଡା ସହରର ସମାଜସେବୀ ତଥା ଯୁବ ସରପଞ୍ଚ ସ୍ବର୍ଗତ ହରିଶ ଚନ୍ଦ୍ର ବୁଡେକଙ୍କ ସ୍ମୃତିରେ ଆଜି ହରିଶ ଚନ୍ଦ୍ର ବୁଡେକ ପ୍ରଥମ ମେମୋରିଆଲ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରତିଯୋଗିତାରେ ମୁଖ୍ୟ ଅତିଥି ଭାବେ
ସମାଜସେବୀ ଶଙ୍କର ଜୈନ ଯୋଗଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବେ ସମାଜସେବୀ ସଞ୍ଜିବ ମିଶ୍ର, ବନମାଳୀ ଖମାରୀ, ସମାଜସେବୀ ପୁରନ୍ଦର ବାଗ, ସମାଜସେବୀ ଗୋକୁଳ ନାଗ, ସଲଣ୍ଡି ସରପଞ୍ଚ ଜଗବନ୍ଧୁ ବେହେରା, ମଧ୍ୟପୁର ସରପଞ୍ଚ ରାମଗୋପାଳ, ମଣ୍ଡଳ ସରପଞ୍ଚ ସରୋଜ ସେଠ , ରେବତୀ ବୁଡେକ ମଞ୍ଚାସୀନ ଥିଲେ। ପ୍ରଥମେ ସ୍ବର୍ଗତ ହରିଶ ଚନ୍ଦ୍ର ବୁଡେକଙ୍କ ଫଟୋ ରେ ପୁଷ୍ପ ମାଲ୍ୟାର୍ପଣ କରି ଦୀପ ପ୍ରଜ୍ଜ୍ୱଳନ କରିଥିବା ବେଳେ ମୁଖ୍ୟ ଅତିଥି ଫିତା କାଟି କାର୍ଯ୍ୟ ର ଶୁଭାରମ୍ଭ କରିଥିଲେ। ପ୍ରଥମ ପର୍ଯ୍ୟାୟରେ ସାର୍ଭିସ ୧୧ ବଲାଙ୍ଗିର ଓ କୋବ୍ରା ୧୧ ଗାଇସିଲେଟ ଦଳ ମଧ୍ୟରେ ପ୍ରତିଯୋଗିତା ହୋଇଥିଲା। ଦ୍ବିତୀୟ ପର୍ଯ୍ୟାୟ ରେ ଅଜୋବା ହୋଣ୍ଡା, ବରଗଡ଼ ଓ ଦେବେନ 11, ଭଦ୍ରା ଦଳ ମଧ୍ୟରେ ପ୍ରତିଯୋଗିତା ହୋଇଥିଲା। ଉକ୍ତ ପ୍ରତିଯୋଗିତାରେ ୧୬ ଟି ଦଳ ଅଂଶଗ୍ରହଣ କରିଥିବା ବେଳେ ଆଗାମୀ ୧୭ ତାରିଖ ଦିନ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ ବୋଲି ସରପଞ୍ଚ ଙ୍କ ଭାଇ
ଜିତେଶ ବୁଡେକ ସୂଚନା ଦେଇଛନ୍ତି। ପ୍ରଥମ ମ୍ୟାଚ ରେ ସାର୍ଭିସ ୧୧ କୁ କୋବ୍ରା ୧୧ ହରାଇଥିବା ସମୟରେ ଦ୍ବିତୀୟ ମ୍ୟାଚ ରେ ଅଜୋବା ହୋଣ୍ଡା ,ଦେବେନ ୧୧ କୁ ପରାସ୍ତ କରିଥିଲା। ଏହା ବାଦ୍ ଦୁଇ ବିଜୟୀ ଦଳ କୋବ୍ରା ୧୧ ଓ ଅଜୋବା ହୋଣ୍ଡା ମଧ୍ୟରେ ମ୍ୟାଚ୍ ହୋଇଥିଲା ଓ ଏଥିରେ ଅଜୋବା ହୋଣ୍ଡା ବରଗଡ଼ ବିଜୟୀ ହୋଇ ସେମି ଫାଇନାଲରେ ସ୍ଥାନ ବଜାୟ ରଖିଛି।