-+91-9937148622 |
prerana_bgr@rediffmail.com |
Friday 6th March 2026 |
R.N.I. Regd No. ODIODI/2010/46693
Breaking News
15-Jan-2024
ବଲାଙ୍ଗୀର(ଚିତ୍ରସେନ ବେହେରା ): ଆଜି ପବିତ୍ର ମହାବିଷୁବ ସଂକ୍ରାନ୍ତି ଉପଲକ୍ଷେ ବଲାଙ୍ଗିର ଗୋପାଳଜୀ ମନ୍ଦିର ପରିସରରେ ଥିବା ଗାୟତ୍ରୀ ଶକ୍ତିପୀଠର ବାର୍ଷିକ ଉତ୍ସବ ଉପଲକ୍ଷେ ପଞ୍ଚ କୁଣ୍ଡିୟ ଗାୟତ୍ରୀ ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ବଲାଙ୍ଗିର ଜିଲ୍ଲା ସଂଯୋଜକ ସତ୍ୟନାରାୟଣ
ଗୁପ୍ତା ଏବଂ ବଲାଙ୍ଗିର ଗାୟତ୍ରୀ ଶକ୍ତିପୀଠର ସଂଯୋଜକ କାଳି ପ୍ରସାଦ ମିଶ୍ର ଙ୍କ ସଂଯୋଜନାରେ ଆଜି ସକାଳ ୯ ଘଣ୍ଟାରୁ ପରମପୁଜ୍ୟନୀୟ ଗୁରୁଦେବ, ପରମପୂଜନୀୟ ବେଦମାତା, ଦେବୋମାତା, ଗାୟତ୍ରୀ ମାତାଙ୍କ ସୂକ୍ଷ୍ମ ଉପସ୍ଥିତିରେ ପଞ୍ଚ କୁଣ୍ଡିୟ
ଗାୟତ୍ରି ମହାଯଜ୍ଞ ଅନୁଷ୍ଠିତ ହୋଇଥିଲା । ଉକ୍ତ ଯଜ୍ଞ ରେ ପୁନ୍ସବନ ସଂସ୍କାର, ଦୀକ୍ଷା ସଂସ୍କାର ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଯଜ୍ଞକୁ ପରିଚାଳନା କରିଥିଲେ ବରପାଲି ଗାୟତ୍ରୀ ଶକ୍ତିପୀଠର ରବିନ୍ଦ୍ର ପ୍ରଧାନ, ପ୍ରତାପ ଚନ୍ଦ୍ର ପ୍ରଧାନ ଓ ସୁରେନ୍ଦ୍ର ବାରିକ । ବଲାଙ୍ଗିର ଜିଲ୍ଲା ବିଭିନ୍ନ ଅଂଚଳରୁ ଗାୟତ୍ରୀ ପରିଜନ ମା ଭଉଣୀ ଏବଂ ନୂତନ ଭାବରେ ଅନେକ ଭକ୍ତ ଏହି ଯଜ୍ଞ କର୍ମରେ ଯୋଗ ଦେଇ ବେଦମାତା ଗାୟତ୍ରୀ ଙ୍କ ଆଶୀର୍ବାଦ ପ୍ରାପ୍ତ କରିଥିଲେ ।