-+91-9937148622 |
prerana_bgr@rediffmail.com |
Thursday 5th March 2026 |
R.N.I. Regd No. ODIODI/2010/46693
Breaking News
11-Jan-2024
ବଲାଙ୍ଗୀର, - ଆଜି ୫ଟି ଚେୟାରମେନ ଓ ନବୀନ ଓଡିଶା ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ ଙ୍କ ବଲାଙ୍ଗିର ଗସ୍ତ ସମୟରେ ଯୁବ ଓ ଛାତ୍ର କଂଗ୍ରେସ ତରଫରୁ ବିରୋଧ ପ୍ରଦର୍ଶନ କରାଯାଇଛି । ସୂଚନାଯୋଗ୍ୟ ଯେ ।ାଜି ପାଣ୍ଡିଆନ୍ ନବୀନ ଓଡିଶା କାର୍ଯ୍ୟକ୍ରମରେ ଯୋଗଦେବାକୁ ବଲାଙ୍ଗିର ଆସିଥିବା ସମୟରେ ଯୁବ ଓ ଛାତ୍ର କଂଗ୍ରେସର ସଦସ୍ୟମାନେ ମୁଣ୍ଡରେ କଳାପଟି ବନ୍ଧି ତଥା ପ୍ଲାକାର୍ଡ ଏବଂ ବ୍ୟାନର ଧରି ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟ ମୁଖ୍ୟ ଫାଟକ ଠାରୁ ଗାନ୍ଧୀ ଷ୍ଟାଡୟମ ପର୍ଯ୍ୟନ୍ତ ରାଲି ରେ ଯାଉଥିଲେ ଯେଉଁ ସମୟରେ ପୋଲିସ ତାଙ୍କୁ ଅଟବାଟରେ ଅଟକାଇଥିଲା । ଶିଳ୍ପ ବିହୀନ ବଲାଙଙ୍ଗିର ଜିଲ୍ଲାରେ ଶିଳ୍ପ ପ୍ରତିଷ୍ଠା କରି ସ୍ଥାନୀୟ ଯୁବକ ଯୁବତୀଙ୍କୁ ନିଯୁକ୍ତି ପ୍ରଦାନ, ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟ ତଥା ବଲାଙ୍ଗିର ଜିଲ୍ଲାର ସମସ୍ତ ମହାବିଦ୍ୟାଳୟ ଗୁଡିକରେ ଶିକ୍ଷକ, ଅଣଶିକ୍ଷକ ପଦ ପଦବୀ ପୁରଣ, ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟର ଖେଳ ପଡିଆର ଉନ୍ନତିକରଣ କରି ତାକୁ ଏକ ମିନି ଷ୍ଟାଡିୟମରେ ପରିଣତ କରିବା, ବିଶ୍ୱ ବିଦ୍ୟାଳୟର ଲାଇବ୍ରେରୀ ର ଉନ୍ନତିକରଣ ତଥା ତାହାର ଡଜିଟାଲାଇଜେସନ କରି ଛାତ୍ରମାନଙ୍କୁ ଉପକୃତ କରିବା, ଖେଳ ଶିକ୍ଷକ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମର ତଦାରଖ କରୁଥିବା ଶିକ୍ଷକ ନିଯୁକ୍ତି ଦାବି ନେଇ ଭାରତୀୟ ଯୁବ କଂଗ୍ରେସ ରାଷ୍ଟ୍ରୀୟ ପ୍ରବକ୍ତା ତଥା ବଲାଙ୍ଗିର ର ଯୁବନେତା ଅଙ୍କିତ ସାହୁଙ୍କ ନେତୃତ୍ୱରେ ଯୁବକ ଓ ଛାତ୍ରମାନେ ବିକ୍ଷୋଭ କରିଥିଲେ । ଏତଦଭିନ୍ନ ବର୍ତ୍ତମାନ ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟ ତଥା ଅନ୍ୟାନ୍ୟ ମହାବିଦ୍ୟାଳୟ ଗୁଡିକରେ ପିଜିଓୟୁଜି ର ବିଭିନ୍ନ ପରୀକ୍ଷା ଚାଲିଥିବା ସମୟରେ ଏଭଳି କାର୍ଯ୍ୟକ୍ରମ କରିବା କେତେଦୂର ଯୁକ୍ତିଯୁକ୍ତ ବୋଲି ପ୍ରଶ୍ନ କରିଥିଲେ ଯୁବକ ଓ ଛାତ୍ରମାନେ । ଏହି କାର୍ଯ୍ୟକ୍ରମରେ ଲୋଇସିଂହା ନିର୍ବଚନ ମଣ୍ଡଳୀ ଯୁବ କଂଗ୍ରେସ ସଭାପତି ସଞ୍ଜୀବ ନାଗ, ଛାତ୍ର କଂଗ୍ରେସ ଉପସଭାପତି ଆର୍ତ୍ତ ଘିବେଳା, ଶୁଭେନ୍ଦୁ ସାହୁ, ସୋହନ ନାୟକ, ରମନ ଅଗ୍ରୱାଲ. ଅମିତ ସାହୁ, ଲିପୁନ ପଧାନ, ଶ୍ରିତମ ମିଶ୍ର, ପ୍ରବୀଣ ଛତ୍ରୀୟା, ସଞ୍ଜୟ ନାଗ, ରବୀନ୍ଦ୍ର କୁମ୍ଭାର, ସୁରେଶ ନନ୍ଦ, ବାପୁ କୁମ୍ଭାର, ଅନନ୍ତ କଂହେଇ, ସଞ୍ଜୟ ତାଣ୍ଡି, ସିଦ୍ଧାର୍ଥ ବାଗ, ପ୍ରତୀକ ତାଣ୍ଡି ଓ ଅନ୍ୟ ଯୁବ ଛାତ୍ର କଂଗ୍ରେସ କର୍ମକର୍ତ୍ତା ଉପସ୍ଥିତ ଥିଲେ ।