-+91-9937148622 |
prerana_bgr@rediffmail.com |
Sunday 5th July 2026 |
R.N.I. Regd No. ODIODI/2010/46693
Breaking News
09-Jan-2024
କଣ୍ଟାମାଳ(ଜୟ କୁମାର ମହାରଣାଙ୍କ ରିପୋର୍ଟ ): ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଅନ୍ତର୍ଗତ ରୁଣ୍ଡିମହୁଲ ଗ୍ରାମ ପଞ୍ଚାୟତ ପକ୍ଷରୁ ଆମସଙ୍କଳ୍ପ ବିକଶିତ ଭାରତ ଯାତ୍ରା ରଥକୁ ଭବ୍ୟ ସ୍ଵାଗତ କରିଥିଲେ। ସରପଞ୍ଚ ଶ୍ରୀଯୁକ୍ତ ପଂଚାନନ ସାହୁ ଙ୍କ ନେତୃତ୍ୱରେ ରଥକୁ ଭବ୍ୟ ସ୍ୱାଗତ କରି ପଂଚାୟତକୁ ନିଆଯାଇଥିଲା । ପରେ ସଂକୀର୍ତ୍ତନ ମାଧ୍ୟମରେ ରଥକୁ ପାଛୋଟି ନେଇ ନିକଟସ୍ଥ ବସଷ୍ଟାଣ୍ଡ ଛକଠାରୁ ରାଜୀବଭବନ ତଥା ପଂଚାୟତ ଶମ୍ଭୁଖରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପଞ୍ଚାୟତ ସ୍ତରୀୟ ବିଭିନ୍ନ ବିଭାଗର କର୍ମଚାରୀ ସଭାରେ ଉପସ୍ଥିତ ରହି କେନ୍ଦ୍ରସରକାରଙ୍କ ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନା ଓ ସେଗୁଡିକ କିଭଳି ଲୋକଙ୍କ ପାଖରେ ପହଞ୍ଚାଇବାକୁ ହେବ ସେ ସମ୍ପର୍କରେ ଲୋକଙ୍କୁ ସଚେତନ କରାଯାଇଥିଲା । ୨୦୪୭ ମସିହା ସୁଦ୍ଧା ଭାରତକୁ ବିକଶିତ ଏକ ଆତ୍ମନିର୍ଭରଶୀଳ ରାଷ୍ଟ୍ରନିର୍ମାଣ ସ୍ୱପକୁ ସାକାର କରିବାକୁ ହେବାକୁ ହେଲେ ସମସ୍ତଙ୍କ ସହଯୋଗ ଦରକାର !ଗୋଲାମୀର ମାନସିକତାକୁ ମୂଳଉତ୍ପାଟନକରିବା ଦେଶର ସମୃଦ୍ଧ ଐତିହକୁନେଇ ଆମେ ଗର୍ବିତ ହେବା, ଭାରତର ଏକତାକୁ ମଜଭୁତ କରିବା ଓ ଦେଶକୁ ସୁରକ୍ଷା ଦେଇଥିବା ବ୍ୟକ୍ତିକୁ ସମ୍ମାନ ଦେବା,ଭାରତର ନାଗରିକ ଭାବେ ନିଜର କର୍ତ୍ତବ୍ୟ ପାଳନ କରିବା ଉପରେ ସାମୁହିକ ଶପଥ ପାଠ କରାଯାଇଥିଲା। ଏହିଯାତ୍ରାରେ ପଂଚାୟତ ନିର୍ବାହୀ ଅଧିକାରୀ ଜ୍ଞାନ ରଞ୍ଜନମିଶ୍ର ଙ୍କ ସଭାପତିତ୍ଵରେ ସ୍ଥାନୀୟ ପଞ୍ଚାୟତର ସରପଞ୍ଚପଞ୍ଚାନନ ସାହୁ ଜିଲ୍ଲାବିଜେପି ସଭାପତି ବିପ୍ରଚରଣ ମହାନ୍ତି,ବିଜେପି ର ରାଜ୍ୟକାର୍ୟ୍ଯକାରିଣୀ ସଦସ୍ୟଶ୍ରୀଯୁକ୍ତ କହେଁଇଚରଣ ଡାଙ୍ଗ,ଜିଲ୍ଲାପରିଷଦ ସଦସ୍ୟା ଶ୍ରୀମତୀ ପଦ୍ମାଳୟା ପ୍ରଧାନବିଜେପିନେତା ଶିଶିର ଘୋଷ,ଚିତ୍ତରଞ୍ଜନ ପାତ୍ର ମଣ୍ଡଳସଭାପତି ଅନିଲ ପ୍ରଧାନ, ପିନାକ ରଣା, ପଞ୍ଚାନନ
ଜଗଦଳା,ପଞ୍ଚାୟତ କୃଷି କର୍ମଚାରୀ ଛାୟାକାନ୍ତ କୁମ୍ଭାର, ପ୍ରମୁଖ ଉପସ୍ଥିତ ରହି ସଂକଳ୍ପ ସଚେତନତା ରଥ ଉପରେ ବକ୍ତବ୍ୟ ରଖିଥିଲେ। ଜିଆରଏସ, ପଂଚାୟତର ଆଶାକର୍ମୀ, ଅଙ୍ଗନବାଡି କର୍ମୀ, ଅଙ୍ଗୱାଡ଼ି ସୂପର୍ଭାଇଜର ସନ୍ତୋସିନିସାହୁ,ଏମବିକେ,ସିଆରପି,ୱାଡସଭ୍ୟସଭ୍ୟା, ସ୍ଵଂୟ ସହାୟକ ଗୋଷ୍ଟିର ସଦସ୍ୟାମାନେ ଉପସ୍ଥିତ ଥିଲେ।ପଂଚାୟତ କର୍ମଚାରୀମାନେ କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ।ଏହି ଯାତ୍ରାରେ ମନମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ତରଫରୁ ବୀରେନ୍ଦ୍ର କୁମାର ରଥ, ରମାନାଥ ସାହୁ, ମଞ୍ଜରୀ ମେହେର, ବସନ୍ତ ବାଘ, ଅର୍ଜୁନ ମହାନନ୍ଦ, ମହେନ୍ଦ୍ର ବେହେରା, ଅବନ୍ତୀ ସାହୁ, ପ୍ରତିମା ତରାଇ ଯୋଗଦେଇ ବିଭିନ୍ନ ରୋଗର ନିରାକରଣ ପାଇଁ ସୁଗର, ବିପି, ଏଚଆଇଭି, ଏଚବି, ମେଲେରିଆ ଆଦିର ରକ୍ତ, ମୂତ୍ର, କଫର ପରୀକ୍ଷା କରିଥିଲେ l