-+91-9937148622 |
prerana_bgr@rediffmail.com |
Monday 6th July 2026 |
R.N.I. Regd No. ODIODI/2010/46693
Breaking News
08-Jan-2024
ବଲାଙ୍ଗୀର(ଚିତ୍ରସେନ ବେହେରା): ଲୋକ ଉତ୍ସବ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପାଳନ କରାଯିବାର ସ୍ଥିରୀକୃତ ହୋଇଥିବା ଜଣାପଡିଛି।ଲୋକଉତ୍ସବ ପାଳନ କରିବା ପୂର୍ବରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସହରର କଳାକାର, ବୁଦ୍ଧିଜୀବୀ, ମାନ୍ୟଗଣ୍ୟ ବ୍ୟକ୍ତି ତଥା ସାଧାରଣ ଲୋକଙ୍କୁ ଡାକି ପ୍ରସ୍ତୁତି ବୈଠକ ହୁଏ ଏବଂ ହେବା ଆବଶ୍ୟକ।ଲୋକଉତ୍ସବ କୁ ସରସ ସୁନ୍ଦର କରିବା ପାଇଁ ବିଭିନ୍ନ କମିଟି ଗଠନ କରାଯାଇ ସବୁ ବର୍ଗର ଲୋକଙ୍କୁ ସାମିଲ କରାଯାଏ।ଆସନ୍ତା କାଲି ତା.୯.୧.୨୦୨୪ ରିଖ ଦିନ ଲୋକାଉତ୍ସବ ପାଳନ ନିମନ୍ତେ ଗତ ବର୍ଷ ଗଠିତ କମିଟି କୁ ନେଇ ପ୍ରସ୍ତୁତି ବୈଠକ ହେବ ବୋଲି କୁଆଡେ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ବୋଲି ଚର୍ଚ୍ଚା ହୁଏ।ତେବେ ଲୋକ ଉତ୍ସବ କୁ ପୁରୁଣା କମିଟି ହାତରେ ଟେକି ଦିଆଯାଇଛି କି ?ତେବେ ଜିଲ୍ଲା ପ୍ରଶାସନ ର ଇଶାରାରେ ପୁରୁଣା କମିଟି କୁ ନେଇ ନୂତନ କମିଟି ଗଠନ କରାଯିବ ।ଏହାଦ୍ବାରା ବଲାଙ୍ଗୀର ରେ ଥିବା ଅନେକ କଳାକାର,ବୁଦ୍ଧିଜୀବୀ କେବେ ମଧ୍ୟ ଲୋକ ଉତ୍ସବ କମିଟି ରେ ସାମିଲ ହୋଇ ପାରିବେ ନାହିଁ ବୋଲି ଚର୍ଚ୍ଚା ହୁଏ।ତେବେ ପୁରୁଣା କମିଟି ମଧ୍ୟରେ ଅଦଳ ବଦଳ ହୋଇ ଚଳିତ ବର୍ଷ ଲୋକଉତ୍ସବ ପାଳନ କରାଯିବା ସୁନିଶ୍ଚିତ ହୋଇ ସାରିଛି।ଜିଲ୍ଲାପ୍ରଶାସନ କୁ ନିବେଦନ ପୁରୁଣା କମିଟି ର ସମସ୍ତ ସଦସ୍ୟ ଙ୍କ ବଦଳରେ ନୂତନ ସଦସ୍ୟ ଙ୍କୁ ନେଇ କମିଟି ଗଠନ କରାଗଲେ ବାଦ୍ ପଡ଼ି ଯାଉଥିବା ଅନେକ କଳାକାର, ବୁଦ୍ଧିଜୀବୀ କମିଟି ରେ ସ୍ଥାନ ପାଇପାରିବେ ବୋଲି ଚର୍ଚ୍ଚା ହୁଏ।ଜିଲ୍ଲା ପ୍ରଶାସନ ଏହା ଉପରେ ଗୁରୁତ୍ବ ଦେଲେ ବର୍ଷ ବର୍ଷ ଧରି ବିଭିନ୍ନ କମିଟି ରେ ରହିଥିବା ବ୍ୟକ୍ତି ବିଶେଷ କିଛି ବର୍ଷ ଆରାମ କଲେ ବାଦ୍ ପଡୁଥିବା ବ୍ୟକ୍ତି ବିଶେଷ ଲୋକ ମହୋତ୍ସବ କମିଟିରେ ସାମିଲ ହୋଇ ପାରନ୍ତେ।