-+91-9937148622 |
prerana_bgr@rediffmail.com |
Saturday 7th March 2026 |
R.N.I. Regd No. ODIODI/2010/46693
Breaking News
05-Jan-2024
ଗଞ୍ଜାମ(କୃଷ୍ନ ଚନ୍ଦ୍ର ପଣ୍ଡା ):ଗଞ୍ଜାମ ସହରସ୍ଥିତ ତହସିଲ କାର୍ଯ୍ୟଳୟ ପରିସରରେ ରାଜସ୍ବ ବିଭାଗ ଆନୁକୂଲ୍ୟରେ ୩୮୩ ଜଣ ହିତାଧିକାରୀଙ୍କୁ ଗ୍ରାମ କଣ୍ଠ ଘରବରୀ ପଟ୍ଟା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ତହସିଲଦାର କୁଞ୍ଜବିହାରୀ ବଡ଼ଜେନାଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ପଟ୍ଟା ବଣ୍ଟନ ମେଳାରେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା, ଗଞ୍ଜାମ ବ୍ଲକ ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ, ଛତ୍ରପୁର ଉପ ଜିଲ୍ଲାପାଳ ଦେବଦତ୍ତ ମହନ୍ତ, ଜିଲ୍ଲାପରିଷଦ ସଭ୍ୟ ସନାତନ ବେହେରା, ଏନଏସି ଉପାଧ୍ୟକ୍ଷ ସୁରେନ୍ଦ୍ର ବାରିକି, ଅତିଥି ଭାବେ ଯୋଗଦେଇ ଗଞ୍ଜାମ ବ୍ଳକ ଓ ଏନଏସିର ୩୮୩ ଜଣ ହିତାଧିକାରୀଙ୍କୁ ଗ୍ରାମ କଣ୍ଠ ଘରବାରୀ ପଟ୍ଟା ବଣ୍ଟନ କରିଥିଲେ l କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ଅମିନ ରାଣିଶ୍ରୀ ବେହେରା।ନାଜିର ନଳିନୀକାନ୍ତ ନାହାକ, ସୁପରଭାଇଜର କାମିନୀ ସାହୁ, ମୁଖ୍ୟ କିରାଣି ଗାନ୍ଧୀ ତରେଇ,ଙ୍କ ପ୍ରମୁଖ ସମେତ ସମସ୍ତ ଆରଆଇ ଉପସ୍ଥିତ ଥିଲେ।