-+91-9937148622 |
prerana_bgr@rediffmail.com |
Wednesday 11th March 2026 |
R.N.I. Regd No. ODIODI/2010/46693
Breaking News
01-Jan-2024
ସୁବର୍ଣ୍ଣପୁର (ମନୋରଞ୍ଜନ ତ୍ରିପାଠୀ ): ସୁବର୍ଣ୍ଣପୁରର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ପଏଁରି ର ଜାତୀୟ ପାରମ୍ପରିକ ଲୋକ ନୃତ୍ୟ ଓ ସଙ୍ଗୀତ ମହୋତ୍ସବ ଆଜି ମହା ସମାରୋହରେ ଉଦ୍ଘାଟିତ ହୋଇଯାଇଛି l ସନ୍ଧ୍ୟା ସାଂସ୍କୃତିକ କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ସୁବର୍ଣ୍ଣପୁର ଜିଲ୍ଲାପାଳ ବିମଳେନ୍ଦୁ ରାୟ ଯୋଗ ଦେଇ ଲୋକ ଗୀତ ସଂଗୀତ ମାଧ୍ୟମରେ ପଏଁରୀ ଆଜି ସାରା ଭାରତରେ ଆମ ଜିଲ୍ଲାର ସୁନାମ ଅର୍ଜନ କରିପାରିଛି ବୋଲି କହିଥିଲେ l ସମ୍ମାନୀତ ଅତିଥି ଭାବେ ବିଶ୍ଵନାଥ ବାରିକ୍ (ପ୍ରକଳ୍ପ ନିର୍ଦେଶକ(ଡୁଡା ), ପୌର ପରିଷଦ ଅଧ୍ୟକ୍ଷା ତାମସୀ ତlମସ୍ମିତା ନାଏକ, ପ୍ରଫେସର ନୀଳାମ୍ବର ସତପଥୀ
ଯୋଗ ଦେଇ ଆୟୋଜକ ଓ କଳାକାରଙ୍କୁ ଉତ୍ସାହିତ କରିଥିଲେ l ପଏଁରୀ ସଭାପତି ଲଡୁ କିଶୋର ମଲ୍ଲିକଙ୍କ ସଭାପତିତ୍ୱରେ ଅନୁଷ୍ଟିତ ଏହି ସଭାକୁ ସମ୍ପଦକ ଚୌଧୁରୀ ବିଭାର ସଂଯୋଜନା କରିଥିଲେ l ଉପସଭାପତି ପ୍ରଫୁଲ୍ଲ ନାଏକ ଧନ୍ୟବାଦ ଅର୍ପଣ କରିଥିଲେ l ସେହିପରି ସକାଳ ୧୦ ଟା ରେ ସୋନପୁର ଅଧିଷ୍ଠାତ୍ରୀ ଦେବୀ ମା ସୁରେଶ୍ଵରୀଙ୍କ ଠାରୁ ଆଜ୍ଞାମାଳ ନେଇ ୫୦୦ରୁ ଉର୍ଦ୍ଧ୍ବ କଳାକାର ଏକ ଶୋଭାଯାତ୍ରା ନଗର ପରିକ୍ରମା କରି ସ୍ଥାନୀୟ ନୂତନ ଟାଉନ୍ ହଲ୍ ଠାରେ ପହଞ୍ଚିଥିଲେ l ପରେ ପରେ ବିଶିଷ୍ଟ କଳାକାର ଯୁଧିଷ୍ଟିର ବାରିକ ଉତ୍ସବକୁ ଉଦ୍ଘାଟନ କରିଥିବା ବେଳେ ଏହି ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ସଂସ୍କୃତି ଅଧିକାରୀ ମିସ୍ ଯମୁନା ପଧାନ, ସମ୍ମାନିତ ଅତିଥି ଭାବେ ଅନୁଷ୍ଠାନ ଉପଦେଷ୍ଟା ଅଭିମନ୍ୟୁ କୁଶଳ, ଗଦାଧର ବାରିକ, ଶ୍ରୀବତ୍ସ ମଲ୍ଲିକ ପ୍ରମୁଖ ଯୋଗଦାନ କରିଥିଲେ। ଜିଲ୍ଲାର ଲୋକ କଳାକାର ମାନଙ୍କ ଦ୍ଵାରା ଲୋକନୃତ୍ୟ ପରିବେଷଣ ହୋଇଥିଲା l ସେହିପରି ସଂଧ୍ୟା ସାଂସ୍କୃତିକ କାର୍ଯ୍ୟକ୍ରମରେ ବିଶିଷ୍ଟ କଳାକାର ଶତ୍ରୁଘ୍ନ ଲୁହା, ବ୍ରହ୍ମା କୁମ୍ଭାର, ହରିଓଁ କୁଶଳ, ଲିପିକା ବିଭାର, ଓ ମୁଷ୍କlନ ମଲ୍ଲିକଙ୍କ ଦ୍ଵାରା ଲୋକଗୀତ ପରିବେଷଣ କରାଯାଇଥିବା ବେଳେ ମମତା ଫେସନ୍ ସୋ ପ୍ରଦର୍ଶିତ ହୋଇଥିଲା l ପରେ ସୋନପୁର ପାଏଁରି ର ନଚନିଆଁ , ଆସାମର ବିହୁ ନାଚ, ବଲାଙ୍ଗୀର ସାତ କୁଆଁରୀ ପରିଷଦର ରସରକେଲି, ମଧ୍ୟପ୍ରଦେଶ କଳାକାରଙ୍କ ଦ୍ଵାରା ବଧlର ଲୋକ ନୃତ୍ୟ ପରିବେଷଣ କରାଯାଇଥିଲା l ବିଳମ୍ୱିତ ରାତି ଯାଏଁ ହଜାର ଦର୍ଶକ ନାଚ ଗୀତ କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ l