-+91-9937148622 |

prerana_bgr@rediffmail.com |

  Monday 13th July 2026 |

| | | |

R.N.I. Regd No. ODIODI/2010/46693

Breaking News

ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ନିର୍ଦ୍ଦେଶରେ ରାଜ୍ୟବ୍ୟାପୀ ବେସରକାରୀ ନର୍ସିଂ କଲେଜ ଯାଞ୍ଚ: ବଲାଙ୍ଗିରରେ ଯାଞ୍ଚ ପ୍ରକ୍ରିୟାକୁ ନେଇ ଉଠୁଛି ପ୍ରଶ୍ନ   (12-Jul-2026)       ||      ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ନିର୍ଦ୍ଦେଶରେ ରାଜ୍ୟବ୍ୟାପୀ ବେସରକାରୀ ନର୍ସିଂ କଲେଜ ଯାଞ୍ଚ: ବଲାଙ୍ଗିରରେ ଯାଞ୍ଚ ପ୍ରକ୍ରିୟାକୁ ନେଇ ଉଠୁଛି ପ୍ରଶ୍ନ   (12-Jul-2026)       ||      କୋମନାରେ ଜିଲ୍ଲା ଯାଦବ ସମାଜର କାର୍ଯ୍ୟକାରିଣୀ ବୈଠକ   (12-Jul-2026)       ||      ସୁବର୍ଣ୍ଣପୁର ରେ ଓଡ଼ିଶା ସାମ୍ୱାଦିକ ସଂଘ ର ରାଜ୍ୟ କାର୍ଯ୍ୟକାରିଣୀ ଓ ଜିଲ୍ଲା ଶାଖାର ବାର୍ଷିକ ଉତ୍ସବ ଅନୁଷ୍ଠିତ   (12-Jul-2026)       ||      ଯୋଗ ର ଉପକାରିତା ଉପରେ ଏକ ଆଲୋଚନା ଚକ୍ର ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମ    (12-Jul-2026)       ||      ପ୍ରାସଙ୍ଗିକ ଓ ମାଟିମନସ୍କ ହୁଅନ୍ତୁ ଯୁବ ଲେଖକ    (12-Jul-2026)       ||      ରେଟାମୁଣ୍ଡାରେ ଅଖିଳ ଭାରତୀୟ ଗୋଣ୍ଡୱାନା ଗୋଣ୍ଡ ମହାସଭାର ନୂତନ କାର୍ଯ୍ୟକାରି କମିଟି ଗଠିତ ,   (12-Jul-2026)       ||      ଗୋପାଳପୁର ଆଶ୍ରମ ସ୍କୁଲରେ ୭୭ ତମ ବନ ମହୋତ୍ସବ ପାଳିତ   (12-Jul-2026)       ||      ଆକାଶବାଣୀ ବଲାଙ୍ଗୀରର ସାମୟିକ ଉଦଘୋଷକ ଶରତ କୁମାର ନନ୍ଦ ଙ୍କୁ ଅବସର ସମ୍ବର୍ଦ୍ଧନା    (12-Jul-2026)       ||      ଆଗଲପୁର ଠାରେ ବିଜେପିର ବିଏଲଓ ବୈଠକ   (12-Jul-2026)       ||      ରାଜ୍ୟ ସ୍ତରୀୟ ଗଙ୍ଗାଧର ମେହେର ଜୟନ୍ତୀ ସମାରୋହ ପାଇଁ ପ୍ରସ୍ତୁତି ବୈଠକ ।   (12-Jul-2026)       ||      ସୁରେନ୍ଦ୍ର ପଟେଲଙ୍କ କୋଶଲୀ ରାମାୟଣ ଲୋକାର୍ପଣ ଏବଂ ତହଁକ୍ କୁଟୁମ୍ ର ଝକେର୍ କବିତା ଆସର୍    (12-Jul-2026)       ||      ବୁଦ୍ଧିଜୀବୀ ମାନଙ୍କର ଶାସକ ଗୋଷ୍ଠୀର ଜୟଗାନ ମନୋବୃତ୍ତି ସମାଜ କୁ ଆହୁରି ଅଧୋପତନ ଆଡକୁ ନେଇ ଯାଉଛି    (12-Jul-2026)       ||      ବୃକ୍ଷରୋପଣ ଆମରି ପଣ   (12-Jul-2026)       ||      ବଲାଙ୍ଗିର ଜିଲ୍ଲାସ୍ତରୀୟ ପ୍ରଶ୍ନୋତ୍ତର ପ୍ରତିଯୋଗିତା    (12-Jul-2026)       ||      *ଗାଁ ମୁହାଁ ଜଙ୍ଗଲୀ ଭାଲୁ.... ବୋରିପଦର ଗ୍ରାମରେ ଭାଲୁର ଆତଙ୍କ*   (12-Jul-2026)       ||      ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ଼. ମୁକେଶ ମହାଳିଙ୍ଗ ଙ୍କ 53 ତମ ଜନ୍ମଦିବସ ବୁର୍ଡ଼l ଡାକ ବଙ୍ଗଳା ଠାରେ ମହା ସମାରୋହରେ ପାଳିତ    (12-Jul-2026)       ||      କୁଟୁମ୍ବଡୋଲା କ୍ଲଷ୍ଟର ପକ୍ଷରୁ ସିଆଲବାହାଲି ଠାରେ ଭାବପୂର୍ଣ୍ଣ ବିଦାୟ ସମ୍ବର୍ଦ୍ଧନା ସଭା   (12-Jul-2026)       ||      ଅଲେଖ ଧର୍ମ ବଳାମ୍ବି ସ୍ବର୍ଗତ ବିନ୍ଦୁ ବାରିକ ଙ୍କ ଅକାଳ ବିୟୋଗ, ଅଂଚଳ ରେ ଶୋକର ଛାୟା   (12-Jul-2026)       ||      ଯୁବକଙ୍କୁ ହତ୍ୟା, ପୁଲିସର ତଦନ୍ତ ଜାରି   (11-Jul-2026)       ||     

HOME   ଜିଲ୍ଲା

ଅପପ୍ରଚାରକୁ ନେଇ ଛାତ୍ର ଅସନ୍ତୋଷ

01-Jan-2024



ହିଞ୍ଜିଳିକାଟୁ(କୃଷ୍ଣଚନ୍ଦ୍ର ପଣ୍ଡା): ଉଚ୍ଚ ଶିକ୍ଷା ବିଭାଗର ଏକ ଚିଠିକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ହିଞ୍ଜିଳିକାଟୁ ସ୍ୱୟଂ ଶାସିତ ବିଜ୍ଞାନ ମହାବିଦ୍ୟାଳୟ ଠାରେ । ପୁରାତନ ଛାତ୍ର ସଂସଦ ସହ ପୂର୍ବତନ ୭ଜଣ ସଭାପତି, ସମ୍ପାଦକ ଓ ବହୁ ଅଭିଭାବକ ଅପପ୍ରଚାରକାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ବୁଧବାର ଦାବି କରିଛନ୍ତି । ପ୍ରକାଶ ଯେ, ହିଞ୍ଜିଳିକାଟୁ କଲେଜ ବିରୁଦ୍ଧରେ ୨ଟି ବେନାମୀ ଚିଠି ଜରିଆରେ ଉଚ୍ଚ ଶିକ୍ଷା ବିଭାଗରେ ଅଭିଯୋଗ ହୋଇଛି । ଅଭିଯୋଗକାରୀ ଆର କେ ପାଢ଼ି ନାମକ ବ୍ୟକ୍ତି ଏକ ପତ୍ରିକାର ରିପୋର୍ଟର ଥିବା ଦର୍ଶାଇ ହିଞ୍ଜିଳିକାଟୁ କଲେଜରେ ଆର୍ଥିକ ତୋଷାରପାତ, ବିଶୃଙ୍ଖଳା ଇତ୍ୟାଦି ସହ ଜଣେ ଅଧ୍ୟାପିକା କଲେଜ କ୍ୱାର୍ଟରରେ ରହି ଗତ ୨ବର୍ଷ ଧରି ସେକ୍ସ ର‌୍ୟାକେଟ ଚଳାଇଥିବା ନେଇ ଚିଠିରେ ଅଭିଯୋଗ ହୋଇଛି । ତେବେ ଉକ୍ତ ଅଭିଯୋଗକାରୀଙ୍କ ନାମରେ ସ୍ଥାନୀୟ ଅଞ୍ଚଳରେ କୌଣସି ବ୍ୟକ୍ତି ସେ ଦର୍ଶାଇଥିବା ଗଣମାଧ୍ୟମ ସହ ସଂପୃକ୍ତି ନାହାନ୍ତି । ଅନ୍ୟ ଏକ ଚିଠିର ଅଭିଯୋଗ ବେନାମୀ ଅଟେ । ତେଣୁ ଉକ୍ତ୨ ଚିଠିର ଅଭିଯୋଗର ସତ୍ୟତା ନେଇ ସନ୍ଦେହ ସୃଷ୍ଟି ହୋଇଛି । ତେବେ କିଛି ଟିଭି ଚ୍ୟାନେଲ, ୱେବ ଚ୍ୟାନେଲ ଓ କିଛି ଗଣମାଧମ ପ୍ରମୁଖ ଭାବେ ସେକ୍ସ ର‌୍ୟାକେଟ ନେଇ ହାଇଲାଇଟ କରିଛନ୍ତି ।ଯାହାକୁ ନେଇ ବୁଧବାର କଲେଜ ଛାତ୍ରୀଛାତ୍ର ଓ ପୁରାତନ ଛାତ୍ର ସଂସଦ ଓ ଜନସାଧାରଣଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି । ହିଞ୍ଜିଳିକାଟୁ କଲେଜର ସୁନାମକୁ ଆଞ୍ଚ ଆଣିବା ନିମନ୍ତେ କିଛି ନ୍ୟସ୍ତସ୍ୱାର୍ଥବାଦୀ ଏହି ଚକ୍ରାନ୍ତ କରିଥିବା ବେଳେ ରାଜନୈତିକ ବାଛ ବିଚାର କରି ମୁଖ୍ୟମନ୍ତ୍ରୀଙ୍କ ଅଞ୍ଚଳର ଏହି କଲେଜକୁ ବଦନାମ ପାଇଁ କିଛି ମିଡ଼ିଆ ହାଇଲାଇଟ କରୁଛନ୍ତି ବୋଲି ପୁରାତନ ଛାତ୍ର ସଂସଦ ସଭାପତି ତଥା ଗ୍ରୀଟ ଅଧ୍ୟକ୍ଷ ପବିତ୍ର ମୋହନ ପାଣିଗ୍ରାହି ଓ ଆସିକା ସାଂସଦଙ୍କ ରାଜନୈତିକ ସହାୟକ ନୀଳମଣି ପଟ୍ଟନାୟକ ଅଭିଯୋଗ କରି କହିଛନ୍ତି । ଉଚ୍ଚ ଶିକ୍ଷା ବିଭାଗ ସ୍ୱତନ୍ତ୍ର ସଚିବ ପ୍ରମୋଦ କୁମାର ମିଶ୍ର ଗତ ୨୨ ତାରଖରେ ଚିଠି ସଂଖ୍ୟା ୫୬୨୧୩ ରେ ୬ଗୋଟି ଅଭିଯୋଗ ପତ୍ରକୁ ନେଇ ଗଞ୍ଜାମ ଜିଲାର ବଳଦେବ ଜୀଉ ମହିଳା ଉଚ୍ଚ ମାଧ୍ୟମିକ ସ୍କୁଲ ବୁଗୁଡ଼ା, ମହାମାୟୀ ମହିଳା ମହାବିଦ୍ୟାଳୟ ବ୍ରହ୍ମପୁର, ରାମ ନାରାୟଣ ଡ଼ିଗ୍ରୀ କଲେଜ ଡ଼ୁରା, ବିଜ୍ଞାନ ମହାବିଦ୍ୟାଳୟ ହିଞ୍ଜିଳିକାଟୁ, ବିଜ୍ଞାନ ମହାବିଦ୍ୟାଳୟ କଙ୍କୋରଡ଼ାର କର୍ତ୍ତୃପକ୍ଷ ଓ କିଛି ଷ୍ଟାଫ ବିରୁଦ୍ଧରେ ଆସିଥିବା ଅଭିଯୋଗ ଗୁଡ଼ିକର ତଦନ୍ତ କରି ତୁରନ୍ତ ରିପୋର୍ଟ ପ୍ରଦାନ ପାଇଁ ଜଣାଇଥିଲେ । ବୁଧବାର ଘଟଣାର ତଦନ୍ତ ନିମନ୍ତେ ଉଚ୍ଚ ଶିକ୍ଷା ବିଭାଗ ଆଂଚଳିକ ନିର୍ଦ୍ଦେଶକ ବ୍ରହ୍ମପୁର ସିଦ୍ଧାର୍ଥ ଶଙ୍କର ପାଢ଼ି, ଯୁକ୍ତ ଦୁଇ ଆଂଚଳିକ ନିର୍ଦ୍ଦେଶକ ବ୍ରହ୍ମପୁର ସୁଶାନ୍ତ କୁମାର ଦାଶ ଓ ଯୁକ୍ତ ଦୁଇ ଉପ ନିର୍ଦ୍ଦେଶକ ବ୍ରହ୍ମପୁର କୁଳମଣି ଓଝା ବୁଧବାର ହିଞ୍ଜିଳିକାଟୁ କଲେଜରେ ତଦନ୍ତ ପାଇଁ ପହଞ୍ଚି ଅଧ୍ୟକ୍ଷା ଡ଼ ସ୍ୱସ୍ତିକା ପାଢ଼ି , କଲେଜ ଅଧ୍ୟାପିକା ଅଧ୍ୟାପକ , ଅଣ ଶିକ୍ଷାଦାନ କର୍ମଚାରୀ, ପୁରାତନ ଛାତ୍ର ସଂସଦ, ହଷ୍ଟେଲ ଛାତ୍ରୀଛାତ୍ର ଇତ୍ୟାଦିଙ୍କ ବୟାନ ଗ୍ରହଣ କରିଛନ୍ତି । କଲେଜର ସୁନାମକୁ ଆଞ୍ଚ ଆଣିବା ପାଇଁ କିଛି ବ୍ୟକ୍ତି ଏପରି ଷଡ଼ଯନ୍ତ୍ର କରିଥିବା ସନ୍ଦେହ କରୁଛନ୍ତି ଓ ବିଭାଗୀୟ ତଦନ୍ତକୁ ସେ ସ୍ୱାଗତ କରିବା ସହ ସବୁ ପ୍ରକାର ସହଯୋଗ ପ୍ରମାଣ ଦେବେ ବୋଲି କଲେଜ ଅଧ୍ୟକ୍ଷା ଡ଼ ସ୍ୱସ୍ତିକା ପାଢ଼ି କହିଛନ୍ତି । କଲେଜ ଅଧ୍ୟକ୍ଷା ଡ଼ ସ୍ୱସ୍ତିକା ପାଢ଼ି ଚଳିତ ମାସରେ ଅବସର ନେଉଛନ୍ତି ତେଣୁ ତାଙ୍କୁ ବଦନାମ କରିବା ପାଇଁ ଏପରି ମିଥ୍ୟା ଅଭିଯୋଗ ହୋଇଥିବା କୁହାଯାଇଛି । ଅନ୍ୟ ପକ୍ଷରେ କଲେଜ ମ୍ୟାନେଜମେଣ୍ଟ ଓ କଲେଜରେ ୨ଗୋଷ୍ଠୀ ଅଧ୍ୟାପକ ମଧ୍ୟରେ ଅମେଳ କାରଣ ବେନାମୀ ଚିଠିର କାରଣ ବୋଳି ସନ୍ଦେହ କରାଯାଉଛିି । ବେନାମୀ ଚିଠି କରି ଅନୁଷ୍ଠାନକୁ ବଦନାମରେ ଶିକ୍ଷା ସହ ଜଡ଼ିତ କିଛି ବାହାର ବ୍ୟକ୍ତିଙ୍କ ସଂପୃକ୍ତିକୁ ମଧ୍ୟ ସନ୍ଦେହ କରାଯାଉଛି । କଲେଜର ପରିଚାଳନା ଦାୟିତ୍ୱ ନିଜେ ସରକାର ନିଅନ୍ତୁ , ନୂତନ ଅଧ୍ୟକ୍ଷ ନିଯୁକ୍ତି ବେଳେ ପ୍ରଶାସନିକ ଅଭିଜ୍ଞତା ଥିବା ବ୍ୟକ୍ତିଙ୍କୁ ଦାୟିତ୍ୱ ପ୍ରଦାନ କରାଯିବାକୁ ଦାବି ହୋଇଛି । ବେନାମୀ ଅଭିଯୋଗକାରୀ ଓ ବିଶୃଙ୍ଖଳା ସୃଷ୍ଟିକାରୀ ଙ୍କ ବିରୁଦ୍ଧରେ ସରକାର ଦୃଢ଼ ପଦକ୍ଷେପ ନେବାକୁ ଆଲୁମିନ ସଭାପତି ପବିତ୍ର ମୋହନ ପାଣିଗ୍ରାହି, ସମ୍ପାଦକ ନୀଳମଣି ପଟ୍ଟନାୟକ, ପୂର୍ବତନ ଛାତ୍ର ସଭାପତି ସଞ୍ଜୟ କୁମାର ପଣ୍ଡା, ବିରଞ୍ଚି ନାରାୟଣ ପଣ୍ଡା, ପପୁ ପଣ୍ଡା, ରାହୁଲ ପାଣିଗ୍ରାହି , ତାପସ କୁମାର ପଣ୍ଡା, ବିନାୟକ ପ୍ରସାଦ ପଟ୍ଟନାୟକ, ଜିତେନ୍ଦ୍ର ପଣ୍ଡା ପ୍ରମୁଖ ଆଞ୍ଚଳିକ ନିର୍ଦ୍ଦେଶକଙ୍କୁ ତଦନ୍ତ ବେଳେ ଲିଖିତ ଦାବି କରିଛନ୍ତି


News Comment




Photo in News

Advertisment
Lastest News
  ଜିଲ୍ଲା  
ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ନିର୍ଦ୍ଦେଶରେ ରାଜ୍ୟବ୍ୟାପୀ ବେସରକାରୀ ନର୍ସିଂ କଲେଜ ଯାଞ୍ଚ: ବଲାଙ୍ଗିରରେ ଯାଞ୍ଚ ପ୍ରକ୍ରିୟାକୁ ନେଇ ଉଠୁଛି ପ୍ରଶ୍ନ   12-Jul-2026
  ରାଜ୍ୟ  
ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ନିର୍ଦ୍ଦେଶରେ ରାଜ୍ୟବ୍ୟାପୀ ବେସରକାରୀ ନର୍ସିଂ କଲେଜ ଯାଞ୍ଚ: ବଲାଙ୍ଗିରରେ ଯାଞ୍ଚ ପ୍ରକ୍ରିୟାକୁ ନେଇ ଉଠୁଛି ପ୍ରଶ୍ନ   12-Jul-2026
  ଜିଲ୍ଲା  
କୋମନାରେ ଜିଲ୍ଲା ଯାଦବ ସମାଜର କାର୍ଯ୍ୟକାରିଣୀ ବୈଠକ   12-Jul-2026
  ଜିଲ୍ଲା  
ସୁବର୍ଣ୍ଣପୁର ରେ ଓଡ଼ିଶା ସାମ୍ୱାଦିକ ସଂଘ ର ରାଜ୍ୟ କାର୍ଯ୍ୟକାରିଣୀ ଓ ଜିଲ୍ଲା ଶାଖାର ବାର୍ଷିକ ଉତ୍ସବ ଅନୁଷ୍ଠିତ   12-Jul-2026
  ଜିଲ୍ଲା  
ଯୋଗ ର ଉପକାରିତା ଉପରେ ଏକ ଆଲୋଚନା ଚକ୍ର ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମ   12-Jul-2026
  ଜିଲ୍ଲା  
ପ୍ରାସଙ୍ଗିକ ଓ ମାଟିମନସ୍କ ହୁଅନ୍ତୁ ଯୁବ ଲେଖକ   12-Jul-2026
  ଜିଲ୍ଲା  
ରେଟାମୁଣ୍ଡାରେ ଅଖିଳ ଭାରତୀୟ ଗୋଣ୍ଡୱାନା ଗୋଣ୍ଡ ମହାସଭାର ନୂତନ କାର୍ଯ୍ୟକାରି କମିଟି ଗଠିତ ,   12-Jul-2026
  ଜିଲ୍ଲା  
ଗୋପାଳପୁର ଆଶ୍ରମ ସ୍କୁଲରେ ୭୭ ତମ ବନ ମହୋତ୍ସବ ପାଳିତ   12-Jul-2026
  ଜିଲ୍ଲା  
ଆକାଶବାଣୀ ବଲାଙ୍ଗୀରର ସାମୟିକ ଉଦଘୋଷକ ଶରତ କୁମାର ନନ୍ଦ ଙ୍କୁ ଅବସର ସମ୍ବର୍ଦ୍ଧନା   12-Jul-2026
  ଜିଲ୍ଲା  
ଆଗଲପୁର ଠାରେ ବିଜେପିର ବିଏଲଓ ବୈଠକ   12-Jul-2026
  ଜିଲ୍ଲା  
ରାଜ୍ୟ ସ୍ତରୀୟ ଗଙ୍ଗାଧର ମେହେର ଜୟନ୍ତୀ ସମାରୋହ ପାଇଁ ପ୍ରସ୍ତୁତି ବୈଠକ ।   12-Jul-2026
  ଜିଲ୍ଲା  
ସୁରେନ୍ଦ୍ର ପଟେଲଙ୍କ କୋଶଲୀ ରାମାୟଣ ଲୋକାର୍ପଣ ଏବଂ ତହଁକ୍ କୁଟୁମ୍ ର ଝକେର୍ କବିତା ଆସର୍   12-Jul-2026

You Might Also Like