-+91-9937148622 |
prerana_bgr@rediffmail.com |
Saturday 14th March 2026 |
R.N.I. Regd No. ODIODI/2010/46693
Breaking News
29-Dec-2023
ନୂଆପଡା( ଡୋଲେସ୍ବର ଵାଗ): ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ସିନାପାଲି ସହର ଠାରେ ଥିବା ରାଜଶ୍ରୀ ପବ୍ଲିକ ସ୍କୁଲର ୧୭ତମ ବାର୍ଷିକ କ୍ରୀଡା ଅନୁଷ୍ଠିତ ହୋଇଯାଇଛି । ସିନାପାଲି ଉଚ୍ଚବିଦ୍ୟାଳୟର ପୂର୍ବତନ ଖେଳ ଶିକ୍ଷକ ସନ୍ତୋଷ କୁମାର ପତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଦ୍ୟାଳୟର ପତାକା ଉତ୍ତୋଳନ ପୂର୍ବକ ବାର୍ଷିକ କ୍ରୀଡାର ଆନୁଷ୍ଠାନିକ ଭାବରେ ଉଦ୍ଘାଟନ କରିଥିଲେ,ଏହି ଅବସରରେ ହୋଇଥିବା ସଭାରେ ବିଦ୍ୟାଳୟର ଚେୟାରମେନ ରାଜେଶ ଅଗ୍ରୱାଲ ସଭାପତିତ୍ବ କରିଥିବା ବେଳେ ମୁଖ୍ୟ ଅତିଥି ସନ୍ତୋଷ କୁମାର ପତି ଙ୍କ ସହ ମୁଖ୍ୟ ବକ୍ତା ଜିଲ୍ଲା ବିଜେପି ସଭାପତି ସୁବ୍ରତ କୁମାର ଠାକୁର, ସମ୍ମାନିତ ଅତିଥି ଭାବରେ ଶିକ୍ଷାବିତ୍ ସତ୍ୟବ୍ରତ ଗହିର, ସିନାପାଲି ଥାନା ଏ ଏସ୍ ଆଇ ଅନିତା କୁମାରୀ ଜାନି ଓ ରାମେଶ୍ବର ବାଗ, କଣ୍ଟାବାଞ୍ଜି ଲାଏନ ପବ୍ଲିକ ସ୍କୁଲ ର ପି ଆର୍ ଓ ଅନିଲ କୁମାର ତ୍ରିପାଠୀ ଉପସ୍ଥିତ ଥିଲେ । ସ୍କୁଲର ଅଧକ୍ଷ ଭଗବାନ ହଂସ ଅତିଥି ମାନଙ୍କୁ ସ୍ଵାଗତ କରିବା ସହ ପରିଚୟ ପ୍ରଦାନ କରିଥିଲେ । ବିଭିନ୍ନ ଇଭେଣ୍ଟରେ ପ୍ରାୟ ଦେଢ଼ ଶହ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ । ଖେଳ ଦାୟିତ୍ବବାନ ସତ ମଣିଷ ତିଆରି କରେବୋଲି ଅତିଥି ମାନେ ମତ ରଖିଥିଲେ । ଖେଳ ପ୍ରତିଯୋଗିତା ପରିଚାଳନା କରିବାରେ ଖେଳ ଶିକ୍ଷକ ସମେତ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ସହଯୋଗ କରିଥିଲେ ।