-+91-9937148622 |

prerana_bgr@rediffmail.com |

  Saturday 18th July 2026 |

| | | |

R.N.I. Regd No. ODIODI/2010/46693

Breaking News

ପାଣିରେ ରୋଗ ଭଲ କରିବା ନାଁ ରେ କୋଟି କୋଟି ଟଙ୍କା ଆଦାୟ।   (18-Jul-2026)       ||      ଆଗଲପୁର ବ୍ଲକ ରେ ସମିତି ବୈଠକ                                     (18-Jul-2026)       ||      ରଥଯାତ୍ରାରେ ଓମ୍ଫେଡ୍ ର ସିଏସ୍ଆର କାର୍ଯ୍ୟକ୍ରମ ♦️୨୫ ହାଜର ଶ୍ରଦ୍ଧାଳୁଙ୍କୁ ବାଣ୍ଟିଲା ମ୍ୟାଙ୍ଗୋ ଜୁସ୍   (18-Jul-2026)       ||      ସମ୍ବଲପୁର ମହାନଗର ନିଗମ (SMC) ଅଞ୍ଚଳରେ ଜଳବନ୍ଦୀ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଜିଲ୍ଲାପାଳଙ୍କ ସମୀକ୍ଷା ବୈଠକ    (17-Jul-2026)       ||      ଅମୃତ ଭାରତ ଷ୍ଟେସନ ଯୋଜନା ଅଧୀନରେ ଓଡ଼ିଶାର ସାତୋଟି ପୁନନିର୍ମିତ ରେଳ ଷ୍ଟେସନର ଶୁଭଉଦ୍ଘାଟନ  କଲେ ପ୍ରଧାନମନ୍ତ୍ରୀ   (17-Jul-2026)       ||      ଶ୍ରୀ ଶ୍ରୀ ଜଗନ୍ନାଥ ପ୍ରଭୁ ପତିତପାବନଙ୍କ ନୂତନ ବିଗ୍ରହ ପ୍ରତିଷ୍ଠା ମହୋତ୍ସବ ଅନୁଷ୍ଠିତ I    (17-Jul-2026)       ||      ପିତୃମାତୃହୀନ ଏବଂ ଏକକ ଅଭିଭାବକ ଶିଶୁଙ୍କ ପାଇଁ ରେଙ୍ଗାଲି ରେ ସ୍ୱତନ୍ତ୍ର ଶିବିର    (17-Jul-2026)       ||      ଅମୃତ ଭାରତ ଷ୍ଟେସନ ଯୋଜନାରେ ବରପାଲି ରେଳ ଷ୍ଟେସନର ଲୋକାର୍ପଣ,   (17-Jul-2026)       ||      ବରପାଲି ପୋଲିସର ବଡ଼ ସଫଳତା : ୧୦ଟି ଚୋରା ମୋଟରସାଇକେଲ ଉଦ୍ଧାର, ୩ ଅଭିଯୁକ୍ତ ଗିରଫ   (17-Jul-2026)       ||      ସନ୍ଥ ଭୀଭୋଇ କୋଶଲି ଶ୍ରେଷ୍ଠ ବାଓପିକ ଚଳଚିତ୍ର ଭାବେ ପୁରସ୍କୃତ   (17-Jul-2026)       ||      ଆଦିବାସୀ ଅଧ୍ୟୁଷିତ ସୋରଡା ବ୍ରାହ୍ମଣ ଶାସନରେ ପବିତ୍ର ରଥଯାତ୍ରା   (17-Jul-2026)       ||      ପିକକ୍‌ ର ପ୍ରତିଷ୍ଠା ଦିବସ ପାଳିତ   (17-Jul-2026)       ||      ଜୟ ଭାରତ ଫାଉଣ୍ଡେସନର ପ୍ରତିଷ୍ଠା ଦିବସ ପାଇଁ ପ୍ରସ୍ତୁତି ବୈଠକ୍   (17-Jul-2026)       ||      କାଉଡୋଳା ଗ୍ରାମ ଠାରେ ଜଗତର ନାଥ ଜଗନ୍ନାଥ ଙ୍କ ଘୋଷ ଯାତ୍ରା ଅନୁଷ୍ଠିତ.   (17-Jul-2026)       ||      ବଲାଙ୍ଗିରର ବିଭିନ୍ନ ରଥଯାତ୍ରାରେ ସାମିଲ ହେଲେ ବିଧାୟକ କଳିକେଶ ନାରାୟଣ ସିଂହଦେଓ   (17-Jul-2026)       ||      ରଥଯାତ୍ରାରେ ଦର୍ଶନାର୍ଥିଙ୍କ ମୃତ୍ୟୁରେ କଂଗ୍ରେସ ସଭାପତି ଭକ୍ତଚରଣ ଦାସଙ୍କ ଶୋକ ପ୍ରକାଶ   (17-Jul-2026)       ||      ଅଘରିଆ ଜ୍ଯୋତି ଚତୁର୍ବିଂଶ ସଂସ୍କରଣ ଉନ୍ମୋଚନ    (16-Jul-2026)       ||      ବିଶ୍ଵର ସବୁଠାରୁ କ୍ଷୁଦ୍ର, ଛୋଟ,କୁନି ରଥ    (16-Jul-2026)       ||      ପୁରୀ ରଥଯାତ୍ରାରେ ସାମିଲ ହେଲେ ରାଜ୍ୟପାଳ   (16-Jul-2026)       ||      କଟକରେ ବିଭିନ୍ନ ସ୍ଥାନମାନଙ୍କରେ ମହାପ୍ରଭୁଙ୍କ ରଥଯାତ୍ରା ଅନୁଷ୍ଠିତ ରାଣୀହାଟଠାରେ ଛେରା ପହଁରା କରିଲେ ଜିଲ୍ଲାପାଳ   (16-Jul-2026)       ||     

HOME   ଜିଲ୍ଲା

ବଲାଙ୍ଗୀର ଜିଲ୍ଲା ସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ଉପଲକ୍ଷେ ଏକ ପ୍ରସ୍ତୁତି ବୈଠକ

28-Dec-2023



ବଲାଙ୍ଗିର ୨୮/୧୨ ( ପ୍ରେରଣା ଖବର ): ଆଜି ଅପରାହ୍ନ ରେ ସ୍ଥାନୀୟ ଡିଆରଡିଏ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲା ସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ଉପଲକ୍ଷେ ଏକ ପ୍ରସ୍ତୁତି ବୈଠକ ଅତିରିକ୍ତ ଜିଲ୍ଲାପାଳ ଲମ୍ବୋଦର ଧରୁଆଙ୍କ ଅଧ୍ୟକ୍ଷ୍ୟତା ରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ପରିଷଦ ର ମୁଖ୍ୟ ଉନ୍ନୟନ ଅଧିକାରୀ ସୁଶାନ୍ତ କୁମାର ସିଂ, ଜିଲ୍ଲା ସହରାଞ୍ଚଳ ଉନ୍ନୟନ ସଂସ୍ଥା ର ପ୍ରକଳ୍ପ ନିର୍ଦେଶକ ପ୍ରଫୁଲ୍ଲ କୁଜୁର ,ଏସଡିପିଓ ତୋଫାନ କୁମାର ବାଗ , ବିଡ଼ିଓ ଶରତ ସେଠି ଙ୍କ ସମେତ ସହରର ମାନ୍ୟଗଣ୍ୟ ବ୍ୟକ୍ତି ,ବୁଦ୍ଧିଜୀବୀ ,ବିଭିନ୍ନ ବିଭାଗର ଅଧିକାରୀ ,ସାଂସ୍କୃତିକ ଓ ସାମାଜିକ ଅନୁଷ୍ଠାନ ର କର୍ମକର୍ତ୍ତା ,ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟ ର କର୍ମକର୍ତ୍ତା ଓ ଗଣ ମାଧ୍ୟମ ର ପ୍ରତିନିଧି ମାନେ ଉପସ୍ଥିତ ଥିଲେ। ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଧରୁଆ ସମସ୍ତଙ୍କୁ ସ୍ଵାଗତ ଜଣାଇବା ସହ ଜିଲ୍ଲା ସ୍ତରୀୟ ସାଧାରଣତନ୍ତ୍ର ଦିବସ କୁ ମହାସମାରୋହରେ ପାଳନ କରିବା ନିମନ୍ତେ ସମସ୍ତଙ୍କର ସହଯୋଗ କାମନା କରିଥିଲେ । ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସରୋଜ କୁମାର ସାହୁ ଆଲୋଚ୍ୟ ବିଷୟ ଉପସ୍ଥାପନ କରିଥିଲେ । ବୈଠକର ନିଷ୍ପତ୍ତି ପ୍ରକାରେ ତା ୨୬ .୦୧.୨୦୨୪ ରିଖ ସାଧାରଣତନ୍ତ୍ର ଦିବସ ଦିନ ପ୍ରାତଃ ୫ ଘଟିକା ସମୟରେ ରାମଧୁନ ,ସକାଳ ୬ ରୁ ୭ ଘଟିକା ମଧ୍ୟରେ ସମସ୍ତ ବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ପ୍ରଭାତ ଫେରି ,ସକାଳ ୭ ରୁ ୭ .୩୦ ମଧ୍ୟରେ ସରକାରୀ ,ବେସରକାରୀ ଅନୁଷ୍ଠାନ ଓ ଶିକ୍ଷାନୁଷ୍ଠାନ ମାନଙ୍କରେ ଜାତୀୟ ପତାକା ଉତ୍ତୋଳନ ,ସକାଳ ୭.୧୫ ରୁ ୭.୪୫ ମଧ୍ୟରେ ସହରରେ ଥିବା ମହାପୁରୁଷ ମାନଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ ଏବଂ ସକାଳ ୮.୩୦ ସମୟରେ ମନୋହରପୁର ରିଜର୍ଭ ପୋଲିସ ପଡିଆ ରେ ଆନୁଷ୍ଠାନିକ ଜିଲ୍ଲା ସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ କରାଯିବ ।

ଦିବସର ମୁଖ୍ୟ ଅତିଥି ସକାଳ ୮.୩୦ ସମୟରେ ଆନୁଷ୍ଠାନିକ ଉତ୍ସବ ରେ ଜାତୀୟ ପତାକା ଉତ୍ତୋଳନ କରିବା ସହ ସମ୍ମିଳିତ ପ୍ୟାରେଡ ର ଅଭିବାଦନ ଗ୍ରହଣ କରିବେ । ସମ୍ମିଳିତ ପ୍ୟାରେଡ ରେ ହୋମ ଗାର୍ଡ ,ଏନସିସି ,ସ୍କାଉଟ ,ଗାଇଡ ,ରେଡକ୍ରସ ଓ ସିଭିଲିଆନ ଦଳ ଅଂଶ ଗ୍ରହଣ କରିବେ । ସାଧାରଣତନ୍ତ୍ର ଦିବସ ପାଳନ ଉପଲକ୍ଷେ ବିଦ୍ୟାଳୟ ଓ ମହାବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଦେଶାତ୍ମବୋଧକ ସଂଗୀତ, ଚିତ୍ରାଙ୍କନ ,ସ୍ଵାଧୀନତା ସଂଗ୍ରାମୀ ବେଶ ,ଓଡିଆ ,ଇଂରାଜୀ ପ୍ରବନ୍ଧ ଓ ବକ୍ତୃତା, ହିନ୍ଦୀ ବକ୍ତୃତା  ପ୍ରତିଯୋଗିତା ଅନୁଷ୍ଠିତ ହେବ ।  ଏତଦବ୍ୟତୀତ ସାଧାରଣତନ୍ତ୍ର ଦିବସ ପାଳନ ଉପଲକ୍ଷେ ବିଭିନ୍ନ କ୍ଷେତ୍ର ରେ ଉଲ୍ଲେଖନୀୟ ସଫଳତା ହାସଲ କରି ଜିଲ୍ଲା କୁ ଗର୍ବାନ୍ଵିତ କରିଥିବା ପ୍ରତିଭା ମାନଙ୍କୁ ପୁରସ୍କୃତ କରାଯିବ । ସାଧାରଣତନ୍ତ୍ର ଦିବସ ଉତ୍ସବରେ ବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ସଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ । ବିଭିନ୍ନ ବିଭାଗ ଦ୍ଵାରା ସଚେତନତା ମୂଳକ ପ୍ରଜ୍ଞାପନ ମେଢ ପ୍ରଦର୍ଶନ କରାଯିବ । ପ୍ୟାରେଡ ଉତ୍ସବ ପରେ ଜିଲ୍ଲା କାରାଗାର ର ଅନ୍ତେବାସୀ ,ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲ ରେ ଚିକିତ୍ସାଧୀନ ରୋଗୀ ଙ୍କୁ ଫଳ ଓ ମିଷ୍ଠାନ୍ନ ବଣ୍ଟନ ସହ ପୁଇଁତଳା ସ୍ଥିତ କୁଷ୍ଠ କଲୋନୀ ଅନ୍ତେବାସୀ ଙ୍କୁ ବସ୍ତ୍ର ବଣ୍ଟନ କରାଯିବ । ବୈଠକ ଶେଷରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ପାଣିରେ ରୋଗ ଭଲ କରିବା ନାଁ ରେ କୋଟି କୋଟି ଟଙ୍କା ଆଦାୟ।   18-Jul-2026
  ଜିଲ୍ଲା  
ଆଗଲପୁର ବ୍ଲକ ରେ ସମିତି ବୈଠକ                                     18-Jul-2026
  ଜିଲ୍ଲା  
ରଥଯାତ୍ରାରେ ଓମ୍ଫେଡ୍ ର ସିଏସ୍ଆର କାର୍ଯ୍ୟକ୍ରମ ♦️୨୫ ହାଜର ଶ୍ରଦ୍ଧାଳୁଙ୍କୁ ବାଣ୍ଟିଲା ମ୍ୟାଙ୍ଗୋ ଜୁସ୍   18-Jul-2026
  ଜିଲ୍ଲା  
ସମ୍ବଲପୁର ମହାନଗର ନିଗମ (SMC) ଅଞ୍ଚଳରେ ଜଳବନ୍ଦୀ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଜିଲ୍ଲାପାଳଙ୍କ ସମୀକ୍ଷା ବୈଠକ   17-Jul-2026
  ଜିଲ୍ଲା  
ଅମୃତ ଭାରତ ଷ୍ଟେସନ ଯୋଜନା ଅଧୀନରେ ଓଡ଼ିଶାର ସାତୋଟି ପୁନନିର୍ମିତ ରେଳ ଷ୍ଟେସନର ଶୁଭଉଦ୍ଘାଟନ  କଲେ ପ୍ରଧାନମନ୍ତ୍ରୀ   17-Jul-2026
  ଜିଲ୍ଲା  
ଶ୍ରୀ ଶ୍ରୀ ଜଗନ୍ନାଥ ପ୍ରଭୁ ପତିତପାବନଙ୍କ ନୂତନ ବିଗ୍ରହ ପ୍ରତିଷ୍ଠା ମହୋତ୍ସବ ଅନୁଷ୍ଠିତ I   17-Jul-2026
  ଜିଲ୍ଲା  
ପିତୃମାତୃହୀନ ଏବଂ ଏକକ ଅଭିଭାବକ ଶିଶୁଙ୍କ ପାଇଁ ରେଙ୍ଗାଲି ରେ ସ୍ୱତନ୍ତ୍ର ଶିବିର   17-Jul-2026
  ଜିଲ୍ଲା  
ଅମୃତ ଭାରତ ଷ୍ଟେସନ ଯୋଜନାରେ ବରପାଲି ରେଳ ଷ୍ଟେସନର ଲୋକାର୍ପଣ,   17-Jul-2026
  ଜିଲ୍ଲା  
ବରପାଲି ପୋଲିସର ବଡ଼ ସଫଳତା : ୧୦ଟି ଚୋରା ମୋଟରସାଇକେଲ ଉଦ୍ଧାର, ୩ ଅଭିଯୁକ୍ତ ଗିରଫ   17-Jul-2026
  ଜିଲ୍ଲା  
ସନ୍ଥ ଭୀଭୋଇ କୋଶଲି ଶ୍ରେଷ୍ଠ ବାଓପିକ ଚଳଚିତ୍ର ଭାବେ ପୁରସ୍କୃତ   17-Jul-2026
  ଜିଲ୍ଲା  
ଆଦିବାସୀ ଅଧ୍ୟୁଷିତ ସୋରଡା ବ୍ରାହ୍ମଣ ଶାସନରେ ପବିତ୍ର ରଥଯାତ୍ରା   17-Jul-2026
  ଜିଲ୍ଲା  
ପିକକ୍‌ ର ପ୍ରତିଷ୍ଠା ଦିବସ ପାଳିତ   17-Jul-2026

You Might Also Like